ପୋଲିଂ ପାର୍ଟି ଉପରେ ଆକ୍ରମଣ, ଜଣେ ନକ୍ସଲ ନିହତ

ନାରାୟଣପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଆଜି ମାଓବାଦୀମାନେ ଏକ ପୋଲିଂ ପାର୍ଟି ଉପରେ ଆକ୍ରମଣ କରିଛନ୍ତି। ସୁରକ୍ଷାକର୍ମୀମାନେ ଏହାକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିବା ବେଳେ ପାଲଟା ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି। ଅର୍ଚ୍ଛା ଠାରେ ଭୋଟ୍‌ ଗ୍ରହଣ ଶେଷ ହେବା ପରେ ପୋଲିଂ ପାର୍ଟିମାନେ ଇଭିଏମ ଧରି ନିକଟସ୍ଥ ହେଲିପ୍ୟାଡ୍‌ ନିକଟକୁ ଆସୁଥିଲେ। ଏହି ସମୟରେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସେଠାରେ ଥିବା ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ […]

ws

Hemant Lenka
  • Published: Thursday, 11 April 2019
  • , Updated: 11 April 2019, 08:57 PM IST

ନାରାୟଣପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଆଜି ମାଓବାଦୀମାନେ ଏକ ପୋଲିଂ ପାର୍ଟି ଉପରେ ଆକ୍ରମଣ କରିଛନ୍ତି। ସୁରକ୍ଷାକର୍ମୀମାନେ ଏହାକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିବା ବେଳେ ପାଲଟା ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି।

ଅର୍ଚ୍ଛା ଠାରେ ଭୋଟ୍‌ ଗ୍ରହଣ ଶେଷ ହେବା ପରେ ପୋଲିଂ ପାର୍ଟିମାନେ ଇଭିଏମ ଧରି ନିକଟସ୍ଥ ହେଲିପ୍ୟାଡ୍‌ ନିକଟକୁ ଆସୁଥିଲେ। ଏହି ସମୟରେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସେଠାରେ ଥିବା ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ଜଣେ ନକ୍ସଲ ନିହତ ହୋଇଥିଲା। ଏହାପରେ ଅନ୍ୟ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

Related story