ସିଟ୍‌ରେ ରକ୍ତ ଲାଗିଯିବ ବୋଲି ନେଲାନି ପୋଲିସ: ପଡ଼ି ପଡ଼ି ଛଟ୍‌ପଟ୍ ହୋଇ ମରିଗଲେ ଦୁଇ ଯୁବକ

ଲକ୍ଷ୍ନୌ: ମରିଗଲା ମାନବିକତା।  ହଜିଗଲା ମଣିଷତ୍ୱ ।  ରାସ୍ତାରେ ବେସାହାରା ପଡ଼ି ପଡ଼ି ଶେଷରେ ଜୀବନ ହାରିଲେ ଦୁଇ ଜଣ ଯୁବକ । ଦୁର୍ଘଟଣା ପରେ ରାସ୍ତକଡ଼ରେ ଛଟପଟ ହୋଇ ମୃତ୍ୟକୁ ଆଦରିଛନ୍ତି ଦୁଇ ଜଣ ଯୁବକ।  ଉତ୍ତରପ୍ରଦେଶ ଶାହରନ୍‌ପୁରରେ ଏହି ଘଟଣା ଘଟିଛି। ଗତକାଲି ରାତିରେ ଦୁର୍ଘଟଣା ପରେ ରାସ୍ତାକଡ଼ରେ ଥିବା ଡ୍ରେନ୍ ଭିତରକୁ ଖସିପଡ଼ିଥଲେ ଅର୍ପିତ ଖୁରାନା ଏବଂ ସୁନୀଲ ଗର୍ଗ । ତେବେ ସ୍ଥାନୀୟଲୋକ ୧୦୦ ନମ୍ବରକୁ ଫୋନ୍ କରି ପୋଲିସକୁ ଜଣାଇଥିଲେ […]

accident

Ordigital Desk
  • Published: Saturday, 20 January 2018
  • , Updated: 20 January 2018, 09:08 PM IST

ଲକ୍ଷ୍ନୌ: ମରିଗଲା ମାନବିକତା।  ହଜିଗଲା ମଣିଷତ୍ୱ ।  ରାସ୍ତାରେ ବେସାହାରା ପଡ଼ି ପଡ଼ି ଶେଷରେ ଜୀବନ ହାରିଲେ ଦୁଇ ଜଣ ଯୁବକ । ଦୁର୍ଘଟଣା ପରେ ରାସ୍ତକଡ଼ରେ ଛଟପଟ ହୋଇ ମୃତ୍ୟକୁ ଆଦରିଛନ୍ତି ଦୁଇ ଜଣ ଯୁବକ।  ଉତ୍ତରପ୍ରଦେଶ ଶାହରନ୍‌ପୁରରେ ଏହି ଘଟଣା ଘଟିଛି। ଗତକାଲି ରାତିରେ ଦୁର୍ଘଟଣା ପରେ ରାସ୍ତାକଡ଼ରେ ଥିବା ଡ୍ରେନ୍ ଭିତରକୁ ଖସିପଡ଼ିଥଲେ ଅର୍ପିତ ଖୁରାନା ଏବଂ ସୁନୀଲ ଗର୍ଗ । ତେବେ ସ୍ଥାନୀୟଲୋକ ୧୦୦ ନମ୍ବରକୁ ଫୋନ୍ କରି ପୋଲିସକୁ ଜଣାଇଥିଲେ ।

ଘଟଣାସ୍ଥଳରେ ପହଞ୍ଚିଥିଲା ରାତି ପୋଟ୍ରୋଲିଂ ପାଇଁ ଥିବା ପୋଲିସ ଭ୍ୟାନ୍।  କିନ୍ତୁ ଆହତଙ୍କୁ ଗାଡ଼ି ମଧ୍ୟକୁ ନେବାକୁ ମନା କରିଦେଇଥିଲେ ପୋଲିସ ବାବୁ।  ରକ୍ତର ଛିଟା ଭ୍ୟାନର ସିଟ୍‌ ଖରାପ କରିବ ବୋଲି କହିଥିଲେ ପୋଲିସ ଅଧିକାରୀ।  ତେବେ କିଛି ସମୟ ପରେ ସ୍ଥାନୀୟ ପୋଲିସ ଥାନାର ଏକ ଗାଡିରେ ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା।  ଯେଉଁଠି ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।  ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ସଂପୃକ୍ତ ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।  ସେପଟେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଶାହାରନ୍‌ପୁରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

Related story