ଭାରତକୁ ଜାତିସଂଘର ପ୍ରଶଂସା

ଓ୍ୱାଶିଂଟନ: କରୋନା ମହାମାରୀ ବେଳେ ଭାରତ ଅନ୍ୟ ଦେଶକୁ ସହଯୋଗ କରିଛି। ଏଥିପାଇଁ ମିଳିତ ଜାତିସଂଘର ମହାସଚିବ ଭାରତକୁ ପୁଣି ଥରେ ପ୍ରଶଂସା କରିଛନ୍ତି। ମିଳିତ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତିଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥାବାର୍ତ୍ତା କରୁଥିବାବେଳେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଭାରତକୁ ପ୍ରଶଂସା କରିଛନ୍ତି। ବିଶ୍ୱ ମହାମାରୀ ବେଳେ ଭାରତ ଯେଉଁ ପ୍ରକାର ସହଯୋଗ କରିଛି ଅନ୍ୟ ଦେଶ ପାଇଁ ତାହା ଉଦାହରଣ ବୋଲି ଗୁଟେରସ କହିଛନ୍ତି। ଗୁରୁବାର ଟି.ଏସ୍ […]

guterous

Subhransu Sekhar
  • Published: Friday, 29 May 2020
  • , Updated: 29 May 2020, 08:45 PM IST

ଓ୍ୱାଶିଂଟନ: କରୋନା ମହାମାରୀ ବେଳେ ଭାରତ ଅନ୍ୟ ଦେଶକୁ ସହଯୋଗ କରିଛି। ଏଥିପାଇଁ ମିଳିତ ଜାତିସଂଘର ମହାସଚିବ ଭାରତକୁ ପୁଣି ଥରେ ପ୍ରଶଂସା କରିଛନ୍ତି। ମିଳିତ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତିଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥାବାର୍ତ୍ତା କରୁଥିବାବେଳେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଭାରତକୁ ପ୍ରଶଂସା କରିଛନ୍ତି। ବିଶ୍ୱ ମହାମାରୀ ବେଳେ ଭାରତ ଯେଉଁ ପ୍ରକାର ସହଯୋଗ କରିଛି ଅନ୍ୟ ଦେଶ ପାଇଁ ତାହା ଉଦାହରଣ ବୋଲି ଗୁଟେରସ କହିଛନ୍ତି।

ଗୁରୁବାର ଟି.ଏସ୍ ତିରୁମୂର୍ତ୍ତି ଟୁଇଟ୍ କରି କହିଛନ୍ତି, 'ଭିଡିଓ କନଫରେନ୍ସ ଜରିଆରେ ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରସଙ୍କୁ ଭେଟିଥିଲି। କୋରୋନା ସମୟରେ ଭାରତ ଅନ୍ୟ ଦେଶକୁ ସାହାଯ୍ୟ କରିଥିବାରୁ ଗୁଟେରସ ପ୍ରଶଂସା କରିଥିଲେ। କରୋନା ମହାମାରୀର ମୁକାବିଲା ପାଇଁ ଭାରତ ଆମେରିକା ସମେତ ଅନେକ ଦେଶକୁ ଅତ୍ୟାବଶ୍ୟକ ଔଷଧ, ପିପିଏ କିଟ୍ ଏବଂ ଅନ୍ୟାନ୍ୟ ଚିକିତ୍ସା ସହାୟତା ପଠାଇଛି।

Related story