ମୋଦି ସରକାରରେ, ନିର୍ବାଚନ ଆସିଲେ ସର୍ଜିକାଲ ଷ୍ଟ୍ରାଇକ୍‌ ହୁଏ: କଂଗ୍ରେସ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ୩.୦କୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ। ସାରା ଦେଶ ସେନାର ସଫଳତାକୁ ନେଇ ଉତ୍ସବ ମନାଉଥିବାବେଳେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛି। ଦଳ ପକ୍ଷରୁ କୁହାଯାଇଛି ମୋଦି ସରକାରରେ ଠିକ୍‌ ନିର୍ବାଚନ ପୂର୍ବରୁ ହିଁ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥାଏ। କଂଗ୍ରେସ କହିଛି ସରକାର ଏବେ ସେନାର ସଫଳତାକୁ ନେଇ ରାଜନୀତି କରିବା ଆରମ୍ଭ କରିବେ। ଏହି ବିରୋଧୀ ଦଳ ପକ୍ଷରୁ ପରୋକ୍ଷରେ […]

congress

Subrat Kumar Nayak
  • Published: Sunday, 20 October 2019
  • , Updated: 20 October 2019, 06:06 PM IST

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ୩.୦କୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ। ସାରା ଦେଶ ସେନାର ସଫଳତାକୁ ନେଇ ଉତ୍ସବ ମନାଉଥିବାବେଳେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛି। ଦଳ ପକ୍ଷରୁ କୁହାଯାଇଛି ମୋଦି ସରକାରରେ ଠିକ୍‌ ନିର୍ବାଚନ ପୂର୍ବରୁ ହିଁ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥାଏ। କଂଗ୍ରେସ କହିଛି ସରକାର ଏବେ ସେନାର ସଫଳତାକୁ ନେଇ ରାଜନୀତି କରିବା ଆରମ୍ଭ କରିବେ। ଏହି ବିରୋଧୀ ଦଳ ପକ୍ଷରୁ ପରୋକ୍ଷରେ କୁହାଯାଇଛି ଏଥିରୁ ଶାସକ ଦଳକୁ ଫାଇଦା ହେବ। ପିଓକରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଉପରେ ସେନାର ଆକ୍ରମଣ ପରେ ସମସ୍ୟା ଭିତ୍ତିକ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ସୁବିଧା ହେବ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ଏବଂ ହରିଆଣାରେ ବିଡ଼ାନସଭା ନିର୍ବାଚନ ହେଉଛି। ଏହି ଦିନ ଅନ୍ୟ କିଛି ସ୍ଥାନରେ ଉପନିର୍ବାଚନ ମଧ୍ୟ ଅଛି।

କଂଗ୍ରେସ ଏଭଳି କହିବାର କିଛି ସମୟ ଆଗରୁ ହିଁ ଭାରତୀୟ ସେନା ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଗୋଳା ବର୍ଷଣ କରିଥିଲା। ଜମ୍ମୁ-କଶ୍ମୀରରେ ଏଲ୍‌ଓସି ନିକଟସ୍ଥ ଗାଁ ଓ ସେନା ପୋଷ୍ଟକୁ ଲକ୍ଷ୍ୟ କରି ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ଆଜି ଭାରତୀୟ ସେନା ଏହାର ଜବାବ ଦେଇଛନ୍ତି। ତେବେ ଏହା ପରେ ଆଜି କଂଗ୍ରେସ ନେତା ଅଖିଲେଶ ସିଂହ କହିଛନ୍ତି ଏକ ସାମ୍ବାଦିକ ସମ୍ମିଳନରେ ଏନେଇ ମୁହଁ ଖୋଲିଛନ୍ତି।

Related story