ଶୋଇଥିବା ବେଳେ ସାମ୍ବାଦିକଙ୍କୁ ଗଳା କାଟି ହତ୍ୟା

ମୁମ୍ବାଇ: ଏଠାରେ ଏକ ଆଞ୍ଚଳିକ ଖବର କାଗଜରେ କାର୍ଯ୍ୟରତ ଜଣେ ୩୮ ବର୍ଷୀୟ ସାମ୍ବାଦିକଙ୍କୁ ଦୁର୍ବୃତ୍ତମାନେ ଘର ମଧ୍ୟରେ ପଶି ଗଳାକାଟି ହତ୍ୟା କରିଛନ୍ତି। ଉକ୍ତ ସାମ୍ବାଦିକଙ୍କ ନାଁ ଆନନ୍ଦ ନାରାୟଣ। ମୁମ୍ବାଇର ଆନଟପ୍‌ ହିଲ୍‌ ନିକଟରେ ଥିବା ପେଣ୍ଟା ଗ୍ୟାଲାକ୍ସି ଆପାର୍ଟମେଣ୍ଟର ୭ମ ଫ୍ଲୋରରେ ଏହି ଘଟଣା ଘଟିଛି। ଆନନ୍ଦ ଏହି ଫ୍ଲୋରରେ ରହୁଥିଲେ। ଆଜି ଭୋର ୨ଟାରୁ ୩ଟା ମଧ୍ୟରେ ସେ ଶୋଇଥିବା ବେଳେ କିଛି ଲୋକ ଜୋରଜବରଦସ୍ତ ତାଙ୍କ ଘରେ ପ୍ରବେଶ କରିଥିଲେ। […]

waq

Hemant Lenka
  • Published: Tuesday, 04 June 2019
  • , Updated: 04 June 2019, 05:06 PM IST

ମୁମ୍ବାଇ: ଏଠାରେ ଏକ ଆଞ୍ଚଳିକ ଖବର କାଗଜରେ କାର୍ଯ୍ୟରତ ଜଣେ ୩୮ ବର୍ଷୀୟ ସାମ୍ବାଦିକଙ୍କୁ ଦୁର୍ବୃତ୍ତମାନେ ଘର ମଧ୍ୟରେ ପଶି ଗଳାକାଟି ହତ୍ୟା କରିଛନ୍ତି। ଉକ୍ତ ସାମ୍ବାଦିକଙ୍କ ନାଁ ଆନନ୍ଦ ନାରାୟଣ। ମୁମ୍ବାଇର ଆନଟପ୍‌ ହିଲ୍‌ ନିକଟରେ ଥିବା ପେଣ୍ଟା ଗ୍ୟାଲାକ୍ସି ଆପାର୍ଟମେଣ୍ଟର ୭ମ ଫ୍ଲୋରରେ ଏହି ଘଟଣା ଘଟିଛି। ଆନନ୍ଦ ଏହି ଫ୍ଲୋରରେ ରହୁଥିଲେ।

ଆଜି ଭୋର ୨ଟାରୁ ୩ଟା ମଧ୍ୟରେ ସେ ଶୋଇଥିବା ବେଳେ କିଛି ଲୋକ ଜୋରଜବରଦସ୍ତ ତାଙ୍କ ଘରେ ପ୍ରବେଶ କରିଥିଲେ। ଏହାପରେ ସେମାନେ ସାମ୍ବାଦିକ ଆନନ୍ଦଙ୍କ ଗଳା କାଟି ଦେଇଥିଲା। ସାହାଯ୍ୟ ପାଇଁ ସେ ଚିତ୍କାର କରିବାରୁ ପଡ଼ୋଶୀ ଲୋକ ପୁଲିସ୍‌କୁ ଫୋନ ଯୋଗେ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚିବା ପର୍ଯ୍ୟନ୍ତ ସେ ଜୀବିତ ଥିଲେ। ହେଲେ ତାଙ୍କୁ ସିଓନ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story