କୋଭିଡ୍ ଓ୍ୱାର୍ଡରେ ସିସିଟିଭି ପାଇଁ ଶାହଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗୃହମନ୍ତ୍ରୀ ଅମିତ ଶାହ ଏବେ ନିଜେ ଦିଲ୍ଲୀ ଦାୟିତ୍ୱ ନେଇଛନ୍ତି। ସୋମବାର ସର୍ବଦଳୀୟ ବୈଠକ ଡାକିବା ପରେ ଶାହ କରୋନା ପରୀକ୍ଷା ସଂଖ୍ୟା ବଢ଼ାଇବିକୁ ନର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏଲଏନଜେପି ହସ୍ପିଟାଲ ବୁଲି ଶାହ ସ୍ଥିତି ସମୀକ୍ଷା କରିଛନ୍ତି। Union Home Minister Amit Shah has directed the Delhi Chief Secretary to install CCTV cameras in COVID19 wards of […]

amit shah

Subhransu Sekhar
  • Published: Monday, 15 June 2020
  • , Updated: 15 June 2020, 08:08 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗୃହମନ୍ତ୍ରୀ ଅମିତ ଶାହ ଏବେ ନିଜେ ଦିଲ୍ଲୀ ଦାୟିତ୍ୱ ନେଇଛନ୍ତି। ସୋମବାର ସର୍ବଦଳୀୟ ବୈଠକ ଡାକିବା ପରେ ଶାହ କରୋନା ପରୀକ୍ଷା ସଂଖ୍ୟା ବଢ଼ାଇବିକୁ ନର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏଲଏନଜେପି ହସ୍ପିଟାଲ ବୁଲି ଶାହ ସ୍ଥିତି ସମୀକ୍ଷା କରିଛନ୍ତି।

https://twitter.com/ANI/status/1272520911799963649

ଏହାପରେ କୋଭିଡ୍ ହସ୍ପିଟାଲର ଓ୍ୱାର୍ଡରେ ସିସିଟିଭି କ୍ୟାମେରା ଲଗାଇବାକୁ ଶାହ ଦିଲ୍ଲୀ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିହେବ ବୋଲି ଗୃହମନ୍ତ୍ରାଳୟ କହିଛି। ଏଥିସହ ଆକ୍ରାନ୍ତମାନଙ୍କୁ ଖାଦ୍ୟ ଯୋଗାଉଥିବା କ୍ୟାଣ୍ଟିନର ବ୍ୟାକଅପ୍ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯଦି ଗୋଟିଏ କ୍ୟାଣ୍ଟିନର କେହି ସଦସ୍ୟ କରୋନାରେ ସଂକ୍ରମିତ ହୁଅନ୍ତି ତା’ହେଲେ ଅନ୍ୟ ଏକ କ୍ୟାଣ୍ଟିନରୁ ଆକ୍ରାନ୍ତଙ୍କ ପାଇଁ ଖାଦ୍ୟ ଆସିବା ଦରକାର।

https://twitter.com/ANI/status/1272521337895034890

ଯେଉଁମାନେ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ସେମାନଙ୍କର ମାନସିକ ସ୍ଥିତି ପରୀକ୍ଷା ହେବା ଦରକାର ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଏହାଦ୍ୱାରା ସେମାନେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କେତେ ଫିଟ୍ ଜଣାପଡ଼ିବ।

Related story