ଆକ୍ସନ ମୋଡ୍‌ରେ ଅମିତ ଶାହ, ଜାରି ହେଲା ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କୀଙ୍କ ତାଲିକା

ନୂଆଦିଲ୍ଲୀ: ଦେଶର ନୂଆ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅମିତ ଶାହ ଏବେ ଆକ୍ସନ ମୋଡ୍‌ରେ ରହିଛନ୍ତି। ପୂର୍ବରୁ ଆତଙ୍କବାଦୀଙ୍କୁ ଖତମ କରିବାକୁ ନିର୍ଦ୍ଦେଶ ଦେଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଆଜି ଆତଙ୍କବାଦ ବିରୋଧରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଜି ବିଭିନ୍ନ ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସହ ଶାହ ମାରାଥନ ବୈଠକ କରି ଦେଶର ଆଇନ୍‌ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଭାରତ ସରକାର ଟପ୍‌ ଏଜେଣ୍ଡାରେ ଏବେ ଜମ୍ମୁ-କଶ୍ମୀର […]

most

Hemant Lenka
  • Published: Tuesday, 04 June 2019
  • , Updated: 04 June 2019, 09:06 PM IST

ନୂଆଦିଲ୍ଲୀ: ଦେଶର ନୂଆ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅମିତ ଶାହ ଏବେ ଆକ୍ସନ ମୋଡ୍‌ରେ ରହିଛନ୍ତି। ପୂର୍ବରୁ ଆତଙ୍କବାଦୀଙ୍କୁ ଖତମ କରିବାକୁ ନିର୍ଦ୍ଦେଶ ଦେଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଆଜି ଆତଙ୍କବାଦ ବିରୋଧରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଜି ବିଭିନ୍ନ ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସହ ଶାହ ମାରାଥନ ବୈଠକ କରି ଦେଶର ଆଇନ୍‌ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି।

ଭାରତ ସରକାର ଟପ୍‌ ଏଜେଣ୍ଡାରେ ଏବେ ଜମ୍ମୁ-କଶ୍ମୀର ରହିଛି। ଶାହ ଆଇବି ମୁଖ୍ୟ ରାଜୀବ ଜୈନ, ଗୃହ ସଚିବ ରାଜୀବ ଗୌବା ଓ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ସିଂହଙ୍କ ସହ ଆଲୋଚନା କରି ଉପତ୍ୟକାରେ ସକ୍ରିୟ ଥିବା ୧୦ ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀଙ୍କ ତାଲିକା ବାହାର କରିଛନ୍ତି। ଏମାନଙ୍କୁ ଖୋଜି ତୁରନ୍ତ ନିପାତ କରିବାକୁ କୁହାଯାଇଛି। ଏହି ତାଲିକାର ୧ ନମ୍ବର ସ୍ଥାନରେ ରିୟାଜ ନାଇକୋ ରହିଛି। ବାନ୍ଦିପୋରାର ଏହି ଆତଙ୍କବାଦୀ ଏ++ କ୍ୟାଟେଗରୀରେ ରହିଛି। ଦ୍ୱିତୀୟ ସ୍ଥାନରେ ୱାସିମ ଅହମ୍ମଦ ରହିଛି। ଏହି ଲସ୍କର ଆତଙ୍କବାଦୀ ଜଣଙ୍କ ଶୋପିଆନ୍‌ର କମାଣ୍ଡର ଭାବେ ସଂଗଠନ ପାଇଁ କାର୍ଯ୍ୟ କରୁଛି। ୩ ନଂରେ ମହମ୍ମଦ ଅର୍ଶଫ ଖାନ୍‌ ରହିଛି।

ଖାନ୍‌ ଅନନ୍ତନାଗରେ ସକ୍ରିୟ ରହି ହିଜବୁଲ ମୁଜାହିଦ୍ଦିନ ପାଇଁ କାର୍ଯ୍ୟ କରୁଛି। ୪ନଂରେ ହିଜବୁଲ କ୍ୟାମ୍ପର ମେହରଜୁଦ୍ଦିନ ରହିଥିବା ବେଳେ ସେ ବାରମୁଲ୍ଲାରେ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟସ୍ତ ରହିଛି। ମନ୍ତ୍ରଣାଳୟ ପକ୍ଷରୁ ୫ ନଂ ସ୍ଥାନରେ ଶ୍ରୀନଗରର ରେସିଡେଣ୍ଟ ଡାକ୍ତର ସୈଫୁଲ୍ଲା ଓରଫ ସୈଫୁଲ୍ଲା ମୀର ରହିଛି। ସେ ହିଜବୁଲ ମୁଜାହିଦ୍ଦିନ ପାଇଁ ନୂଆ ଆତଙ୍କବାଦୀଙ୍କୁ ନିଯୁକ୍ତ କରୁଛି। ପୁଲୱାମାର ଅଶ୍ରହିଦ ଉଲ –ହକ ୬ ନଂରେ ସ୍ଥାନରେ ରହିଛି। ପାକିସ୍ତାନ ଆତଙ୍କବାଦୀ ହାଫିଜ ଉମର ୱାଣ୍ଟେଡ୍‌ ଲିଷ୍ଟର ୭ମ ସ୍ଥାନରେ ଥିବା ବେଳେ ଜୈଦ ଶେଖ ୮ ନଂ ସ୍ଥାନରେ ରହିଛି। ଅଲ ବଦରର ଟପ୍ କ୍ୟାଡର୍ ଜାଭେଦ ମାଟୋ ୯ ନଂ ଓ ହିଜବୁଲ ଆତଙ୍କବାଦୀ ଏଜାଜ ଅହମ୍ମଦ ମାଲିକ ୧୦ ନଂ ସ୍ଥାନରେ ରହିଛି। ଏହି ୧୦ ଜଣଙ୍କୁ ତୁରନ୍ତ ଖତମ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story