ରାହୁଲ ଗାନ୍ଧିଙ୍କ ନାଗରିକତ୍ୱ ପ୍ରସଙ୍ଗ: ତଥ୍ୟ ଦେବାକୁ ମନାକଲା କେନ୍ଦ୍ର

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଗରିକତ୍ୱ ବିବାଦ ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ରାହୁଲ ଗାନ୍ଧି ବ୍ରିଟିଶ ନାଗରିକ ହୋଇଥିବା ଅଭିଯୋଗ ହେବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଗୁରୁତ୍ୱର ସହ ନେଇଥିଲା। ଏପରି କି ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ କରି ୨ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କହିଥିଲା। ହେଲେ ଏବେ ଉକ୍ତ ପ୍ରସଙ୍ଗ ସମ୍ପର୍କରେ ତଥ୍ୟ ଦେବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମନା କରିଦେଇଛି। ଏକ ଆରଟିଆଇ ଆବେଦନ […]

ur

Hemant Lenka
  • Published: Tuesday, 04 June 2019
  • , Updated: 04 June 2019, 04:07 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଗରିକତ୍ୱ ବିବାଦ ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ରାହୁଲ ଗାନ୍ଧି ବ୍ରିଟିଶ ନାଗରିକ ହୋଇଥିବା ଅଭିଯୋଗ ହେବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଗୁରୁତ୍ୱର ସହ ନେଇଥିଲା। ଏପରି କି ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ କରି ୨ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କହିଥିଲା। ହେଲେ ଏବେ ଉକ୍ତ ପ୍ରସଙ୍ଗ ସମ୍ପର୍କରେ ତଥ୍ୟ ଦେବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମନା କରିଦେଇଛି।

ଏକ ଆରଟିଆଇ ଆବେଦନ ଜରିଆରେ ରାହୁଲ ଗାନ୍ଧିଙ୍କୁ କରାଯାଇଥିବା ନୋଟିସ୍‌ ଏବଂ ଏହାର ଜବାବରେ ସେ କ’ଣ କହିଥିଲେ, ତା’ର ବିସ୍ତୃତ ତଥ୍ୟ ମଗା ଯାଇଥିଲା। ହେଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହା ଏକ ସ୍ପର୍ଶକତାର ବିଷୟ ହୋଇଥିବାରୁ, ଏ ସମ୍ପର୍କରେ ତଥ୍ୟ ଦେଇ ହେବନାହିଁ ବୋଲି କହିଛି। ବିଜେପି ସାଂସଦ ସୁବ୍ରମଣିୟନ ସ୍ୱାମୀ ପ୍ରଥମେ ରାହୁଲ ଗାନ୍ଧି ବ୍ରିଟିଶ ନାଗରିକ ବୋଲି ଅଭିଯୋଗ କରିବା ସହ କେତେକ ଦସ୍ତାବିଜ୍‌ ଦାଖଲ କରିଥିଲେ।

ଏହାପରେ ଏପ୍ରିଲ ମାସରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାହୁଲଙ୍କୁ ୨ ସପ୍ତାହ ମଧ୍ୟରେ ଏହାର ଜବାବ ଦେବାକୁ ନୋଟିସ୍‌ କରିଥିଲା। ଏବେ ଆରଟିଆଇ ଜରିଆରେ ଏହାର ରିପୋର୍ଟ ମଗା ଯାଇଥିଲା।

କେନ୍ଦ୍ର ସରକାର ଏହାର ଜବାବରେ କହିଛନ୍ତି, “ଯେଉଁ ତଥ୍ୟ ମଗା ଯାଇଛି, ସେସବୁ ଆରଟିଆଇ ଆଇନ୍‌ର ସେକ୍ସନ ୮(୧)(ଏଚ୍‌) ଓ (ଜେ) ଅନୁସାରେ ସାର୍ବଜନୀନ କରିହେବନାହିଁ। ଉଲ୍ଲେଖଯୋଗ୍ୟ, ତଦନ୍ତ ଚାଲିଥିବା ମାମଲାର ତଥ୍ୟ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି ଆରଟିଆଇର ଧାରା (ଜେ)ରେ ଉଲ୍ଲେଖ ରହିଛି।

ଶ୍ରୀ ସ୍ୱାମୀ ଏକ ବ୍ରିଟିଶ କମ୍ପାନୀର ଦସ୍ତାବିଜ୍‌କୁ ଆଧାର କରି ରାହୁଲଙ୍କ ନାଗରିକତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେ କହିଥିଲେ, “ଲଣ୍ଡନରେ ଥିବା ଉକ୍ତ କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ରାହୁଲ ଗାନ୍ଧି। ସେହିପରି କମ୍ପାନୀରେ ରାହୁଲଙ୍କ ୬୫% ଅଂଶଧନ ରହିଛି। କମ୍ପାନୀର ଦସ୍ତାବିଜ୍‌ରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ଦର୍ଶାଇଛନ୍ତି। ବ୍ୟାକପସ୍‌ ଲିଃ ନାମକ ଏକ କମ୍ପାନୀର ବାର୍ଷିକ ରିଟର୍ଣ୍ଣ ଫାଇଲ୍‌ରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଛନ୍ତି।

ଏହି କମ୍ପାନୀଟି ୨୦୦୩ରେ ଲଣ୍ଡନରେ ସ୍ଥାପିତ ହୋଇଛି। ଏହି କମ୍ପାନୀର ନିର୍ଦ୍ଦେଶକ ରାହୁଲ ଗାନ୍ଧି ରହିଥିବା ସ୍ୱାମୀ ଅଭିଯୋଗ କରିଛନ୍ତି। ସେହିପରି ୧୦/୧୦/୨୦୧୫ ଓ ୩୧/୧୦/୨୦୦୬ରେ କମ୍ପାନୀର ବାର୍ଷିକ ରିଟର୍ଣ୍ଣ ଫାଇଲ ହୋଇଥିଲା। ଏଥିରେ ରାହୁଲ ଗାନ୍ଧିଙ୍କ ଜନ୍ମ ତାରିଖ ୧୯/୬/୧୯୭୦ ରହିଛି। ଏଥିରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଛନ୍ତି।”

Related story