ଆସିଲା ଅନଲକ-୫: ସିନେମା ହଲ ଖୋଲିବାକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀର ସଂକ୍ରମଣ ମଧ୍ୟରେ ଆଜି କେନ୍ଦ୍ର ସରକାର ଅନଲକ-୫ ଗାଇଡଲାଇନ ଜାରି କରିଛନ୍ତି। ଏହି ଅନଲକ-୫ରେ ସବୁଠାରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଗତ ମାର୍ଚ୍ଚ ମାସରୁ ଦେଶରେ ବନ୍ଦ ରହିଥିବା ସିନେମା ହଲ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ଅକ୍ଟୋବର ୧ ନୁହେଁ ବରଂ ଅକ୍ଟୋବର ୧୫ରୁ ହିଁ ଦେଶରେ ସମସ୍ତ ସିନେମା ହଲ ଖୋଲିବ। ସେହିପରି କେବଳ ୫୦% ଦର୍ଶକଙ୍କୁ ନେଇ ଏହା କାର୍ଯ୍ୟକ୍ଷମ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା […]

da

Hemant Lenka
  • Published: Wednesday, 30 September 2020
  • , Updated: 30 September 2020, 08:25 PM IST

ନୂଆଦିଲ୍ଲୀ: କରୋନା ମହାମାରୀର ସଂକ୍ରମଣ ମଧ୍ୟରେ ଆଜି କେନ୍ଦ୍ର ସରକାର ଅନଲକ-୫ ଗାଇଡଲାଇନ ଜାରି କରିଛନ୍ତି। ଏହି ଅନଲକ-୫ରେ ସବୁଠାରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଗତ ମାର୍ଚ୍ଚ ମାସରୁ ଦେଶରେ ବନ୍ଦ ରହିଥିବା ସିନେମା ହଲ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ଅକ୍ଟୋବର ୧ ନୁହେଁ ବରଂ ଅକ୍ଟୋବର ୧୫ରୁ ହିଁ ଦେଶରେ ସମସ୍ତ ସିନେମା ହଲ ଖୋଲିବ। ସେହିପରି କେବଳ ୫୦% ଦର୍ଶକଙ୍କୁ ନେଇ ଏହା କାର୍ଯ୍ୟକ୍ଷମ ହେବ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସମସ୍ତ ସିନେମା ହଲ, ଥ୍ରୀଏଟର ଓ ମଲ୍ଟିପ୍ଲେକ୍ସ ଗୁଡ଼ିକ ଅକ୍ଟୋବର ୧୫ରୁ ଖୋଲିପାରିବ। ଏ ସମ୍ପର୍କରେ ଏସ୍‌ଓପି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବ। ରବିବାର ଦେଶର ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗ ସରକାର ଅକ୍ଟୋବର ୧ରୁ ସିନେମା ହଲ ଓ ଯାତ୍ରା ପେଣ୍ଡାଲ ଖୋଲିବାକୁ ଅନୁମତି ଦେଇଥିଲେ।

ସେହିପରି ଅକ୍ଟୋବର ୧୫ ପରେ ଦେଶରେ ସ୍କୁଲ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ସରକାର ସର୍ତ୍ତ ମୂଳକ ଅନୁମତି ଦେଇଛନ୍ତି। ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ସିଧାସଳଖ ଅନୁମତି ନ ଦେଇ ରାଜ୍ୟ କୋଟକୁ ବଲ ଫିଙ୍ଗିଛନ୍ତି। ରାଜ୍ୟ ସରକାରମାନେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କ ଅଞ୍ଚଳରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ପାଇଁ ଅକ୍ଟୋବର ୧୫ ପରେ ନିଷ୍ପତ୍ତି ନେଇ ପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଅନ୍ୟପକ୍ଷରେ ଅକ୍ଟୋବର ୩୧ ଯାଏ କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ୍ ବଳବତ୍ତର ରହିବ ବୋଲି କୁହାଯାଇଛି।

ପୂର୍ବରୁ ଅନଲକ-୪ରେ କେନ୍ଦ୍ର ସରକାର ମେଟ୍ରୋ ସେବା ଓ ୯ରୁ ଦ୍ୱାଦଶ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ କଟକଣା କୋହଳ କରିଥିଲେ। ୯ରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ନିଜ ଇଚ୍ଛାରେ ସ୍କୁଲ ଯାଇ ପାଠ ବୁଝି ପାରିବେ ବୋଲି କୁହାଯାଇଥିଲା।

Related story