ଉନ୍ନାଓ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଅଛି, କହିଲା ସିବିଆଇ

ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହୋଇ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଉନ୍ନାଓ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକେ ଗିରଫ ଅଭିଯୁକ୍ତ ଉନ୍ନାଓ ବିଧାୟକ କୁଲଦୀପ ସେନଗରଙ୍କ ଦ୍ୱାରା ଧମକ ଚମକର ଶିକାର ହେଉଛନ୍ତି। ସିବିଆଇ ଆଜି ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତକୁ ଏହି ସୂଚନା ଦେଇଛନ୍ତି। ଏହାପରେ ବିଚାରପତି ଜଷ୍ଟିସ୍ ଧର୍ମେଶ ଶର୍ମା ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ କରି ପୀଡି଼ତା ଏବଂ ତାଙ୍କ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କି କି […]

unnao

unnao

Subhransu Sekhar
  • Published: Thursday, 19 September 2019
  • Updated: 19 September 2019, 04:50 PM IST

Sports

Latest News

ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହୋଇ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଉନ୍ନାଓ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକେ ଗିରଫ ଅଭିଯୁକ୍ତ ଉନ୍ନାଓ ବିଧାୟକ କୁଲଦୀପ ସେନଗରଙ୍କ ଦ୍ୱାରା ଧମକ ଚମକର ଶିକାର ହେଉଛନ୍ତି। ସିବିଆଇ ଆଜି ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତକୁ ଏହି ସୂଚନା ଦେଇଛନ୍ତି। ଏହାପରେ ବିଚାରପତି ଜଷ୍ଟିସ୍ ଧର୍ମେଶ ଶର୍ମା ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ କରି ପୀଡି଼ତା ଏବଂ ତାଙ୍କ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କି କି ପଦକ୍ଷେପ ଗ୍ରହଣ କରିହେବ ସେ ବାବଦରେ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି। ପୀଡି଼ତାଙ୍କ ପରିବାରକୁ ଯେଉଁ ଧମକ ଦିଆଯାଉଛି ତାକୁ କ୍ୟାଟାଗୋରୀ ‘ଏ’ ତାଲିକାରେ ରଖିଛି ସିବିଆଇ।

ପୀଡ଼ିତାଙ୍କ ପରିବାର କହିଲେ ତାଙ୍କ ମାଆ ଏବଂ ଦୁଇ ଭଉଣୀ ଓ ଭାଇ। ଜୁଲାଇରେ ପୀଡ଼ିତା ଟ୍ରକ ଦୁର୍ଘଟଣାର ଶିକାର ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୀଡ଼ିତାଙ୍କ ସହ ହୋଇଥିବା ଦୁର୍ଘଟଣା ଯୋଜନାବଦ୍ଧ ଥିଲା। ମୁଖ୍ୟ ଅଭିଯୁକ୍ତ ଗିରଫ ବିଧାୟକ କୁଲଦୀପଙ୍କ ଇସାରାରେ ପୀଡ଼ିତାଙ୍କୁ କାର୍‌କୁ ଏକ ଟ୍ରକ ଆସି ଦୁର୍ଘଟଣା କରିଥିଲା ବୋଲି ଅଭିଯୋଗ ହୋଇଥିଲା। ଏହାପରେ ସିବିଆଇ ଏହି ଦୁର୍ଘଟଣା ମାମଲାର ମଧ୍ୟ ତଦନ୍ତ କରୁଛି। ଏହି ଦୁର୍ଘଟଣାର ପୀଡ଼ିତାଙ୍କ ମାଉସୀ ଏବଂ ଖୁଡ଼ୀଙ୍କର ଦେହାନ୍ତ ହୋଇଥିଲା।

ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏମ୍ସରେ ଅସ୍ଥାୟୀ କୋର୍ଟ ଗଠନ ହୋଇଥିଲା। ଏହାପରେ ସେପ୍ଚେମ୍ୱର ୧୧ରେ ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତ ବିଧାୟକଙ୍କର ବୟାନ ରେକର୍ଡ ହୋଇଥିଲା।

ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଉତ୍ତର ପ୍ରଦେଶରେ ଚାଲିଥିବା ଏହି ଦୁଷ୍କର୍ମ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିଥିଲେ। ଏମିତିକି ନିୟମିତ ଶୁଣାଣି କରି ୪୫ ଦିନ ମଧ୍ୟରେ ଚୂଡାନ୍ତ ରାୟ ଶୁଣାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଜଣେ ସ୍ୱତନ୍ତ୍ର ବିଚାରପତି ନିଯୁକ୍ତ କରିଥିଲେ ପ୍ରଧାନ ବିଚାରପତି। ଏମିତିକି ୟୁପିର ଏକ ଜେଲରେ ଥିବା ବିଧାୟକ କୁଲଦୀପଙ୍କୁ ତିହାର ଜେଲକୁ ପଠାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ପୀଡ଼ିତାଙ୍କ ପରିବାର ଲୋକେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ। ଏହାପରେ ଜୁଲାଇ ୧୨ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଜୁଲାଇ ୧୨ରେ ଉଲ୍ଲେଖ କରି କେନ୍ଦ୍ର ସୁରକ୍ଷା ଯୋଗାଇଦେଉ ବୋଲି ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୧୭ରେ ଚାକିରି ଲୋଭ ଦେଖାଇ ଉନ୍ନାଓ ବିଧାୟକ କୁଲଦୀପ ସେନଗାର ତାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣାର ଦୀର୍ଘ ଗୋଟିଏ ବର୍ଷ ପରେ ଅର୍ଥାତ ଗତବର୍ଷ ଏପ୍ରିଲ ମାସରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଅଭିଯୁକ୍ତ ବିଧାୟକ କୁଲଦୀପଙ୍କୁ ଗିରଫ କରିଥିଲା। ତିହାର ଜେଲାକୁ ସ୍ଥାନାନ୍ତର ହେବା ପୂର୍ବରୁ କୁଲଦୀପ ୟୁପିର ଏକ ଜେଲରେ ଥିଲେ। ସେତେବେଳେ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କୁ ବାରମ୍ବାର ଧମକ ଦେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story