ଭୟଙ୍କର: ଜାମିନରେ ଆସି ପୀଡ଼ିତାଙ୍କୁ ଜୀଅନ୍ତା ଜାଳିଲା ‘ରେପିଷ୍ଟ’!

ଉନ୍ନାଓ: ଯେଉଁ ଯୁବତୀଙ୍କୁ ସହଯୋଗୀଙ୍କ ସହ ମିଶି ଗଣଦୁଷ୍କର୍ମ କରି ଜେଲ ଯାଇଥିଲା। ଏବେ ସେହି ଯୁବତୀଙ୍କ ସହ ଜାମିନ୍‌ରେ ମୁକୁଳି ଭୟଙ୍କର କାଣ୍ଡ ଘଟାଇଛି ଜଣେ ଅଭିଯୁକ୍ତ ଦୁଷ୍କର୍ମକାରୀ। ଜାମିନରେ ମୁକୁଳିବା ପରେ ସେ ପୀଡ଼ିତାଙ୍କ ଉପରେ କିରାସିନ୍‌ ଢାଳି ଜୀଅନ୍ତା ଜାଳି ଦେଇଛି। ଏଥିରେ ପୀଡ଼ିତାଙ୍କ ଶରୀରର ୯୦% ଅଂଶ ପୋଡ଼ି ଯାଇଛି। ଏବେ ସେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ଉତ୍ତର ପ୍ରଦେଶର ଉନ୍ନାଓ ଠାରେ ଘଟିଥିବା ଏହି ଘଟଣା ପୁଣିଥରେ ଦେଶବାସୀଙ୍କୁ […]

v

Hemant Lenka
  • Published: Thursday, 05 December 2019
  • , Updated: 05 December 2019, 01:10 PM IST

ଉନ୍ନାଓ: ଯେଉଁ ଯୁବତୀଙ୍କୁ ସହଯୋଗୀଙ୍କ ସହ ମିଶି ଗଣଦୁଷ୍କର୍ମ କରି ଜେଲ ଯାଇଥିଲା। ଏବେ ସେହି ଯୁବତୀଙ୍କ ସହ ଜାମିନ୍‌ରେ ମୁକୁଳି ଭୟଙ୍କର କାଣ୍ଡ ଘଟାଇଛି ଜଣେ ଅଭିଯୁକ୍ତ ଦୁଷ୍କର୍ମକାରୀ। ଜାମିନରେ ମୁକୁଳିବା ପରେ ସେ ପୀଡ଼ିତାଙ୍କ ଉପରେ କିରାସିନ୍‌ ଢାଳି ଜୀଅନ୍ତା ଜାଳି ଦେଇଛି। ଏଥିରେ ପୀଡ଼ିତାଙ୍କ ଶରୀରର ୯୦% ଅଂଶ ପୋଡ଼ି ଯାଇଛି। ଏବେ ସେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ଉତ୍ତର ପ୍ରଦେଶର ଉନ୍ନାଓ ଠାରେ ଘଟିଥିବା ଏହି ଘଟଣା ପୁଣିଥରେ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ୨ ଜଣ ଯୁବକ ଏହି ୨୦ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ପୁଲିସ୍‌ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣ ଫେରାର ହୋଇଯାଇଥିଲେ। ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଗତ ସପ୍ତାହରେ ଜାମିନରେ ମୁକିଳିଥିଲା।

ଆଜି ଭୋରରୁ ପୀଡ଼ିତା ଜଣଙ୍କ ରାଏବରେଲୀ ଯାଉଥିଲେ। ତାଙ୍କ ଦୁଷ୍କର୍ମ ମାମଲାର ଶୁଣାଣି ସେଠାକାର ସ୍ଥାନୀୟ କୋର୍ଟରେ ହେଉଛି।

ଏହି ସମୟରେ ଜାମିନରେ ମୁକୁଳିଥିବା ଜଣେ ଅଭିଯୁକ୍ତ ଓ ତା’ର କିଛି ସହଯୋଗୀ ସେଠାରେ ପହଞ୍ଚି ପ୍ରଥମେ ପୀଡ଼ିତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସେମାନେ ପୀଡ଼ିତାଙ୍କୁ ନିକଟସ୍ଥ ଏକ ଧାନ କ୍ଷେତକୁ ନେଇ କିରାସିନ୍‌ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଥିବା ସିନ୍ଦୁପୁରା ଗାଁରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ମାର୍ଚ୍ଚ ୪ରେ ପୀଡ଼ିତା ତାଙ୍କୁ ୨ ଜଣ ଦୁଷ୍କର୍ମ କରିଥିବା ନେଇ ଏଫଆଇଆର ରୁଜୁ କରିଥିଲେ। ଏହାର କିଛି ଦିନ ପରେ ପୁଲିସ୍‌ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ଅନ୍ୟ ଜଣେ ଫେରାର ରହିଥିଲା।

ଗୁରୁବାର ଭୋରରୁ ଏହି ଦୁଇ ଅଭିଯୁକ୍ତ ଓ ସେମାନଙ୍କ ୩ ସହଯୋଗୀ ପୀଡ଼ିତାଙ୍କୁ ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଆଜିର ଘଟଣାକୁ ନେଇ ପ୍ରିୟଙ୍କା ଗାନ୍ଧି ଉତ୍ତର ପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଗତକାଲି ସ୍ୱରାଷ୍ଟ ମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମିଛ ବୟାନ ଦେଇଥିଲେ। ପ୍ରତିଦିନ ଏମିତି ଘଟଣା ଦେଶବାସୀଙ୍କ ମଧ୍ୟରେ କ୍ରୋଧ ଜାଗ୍ରତ କରୁଛି। ବିଜେପି ନେତାମାନେ ମିଥ୍ୟାର ପ୍ରଚାର କରିବା ବନ୍ଦ କରନ୍ତୁ।”

Related story