ଧରା ପଡ଼ିଲେ ଦୁଇ ଜୈଶ ଆତଙ୍କୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏସ୍‌)କୁ ଆଜି ବଡ଼ ସଫଳତା ମିଳିଛି। ଏଟିଏସ୍‌ ଗତକାଲି ଅଟକ ରଖିଥିବା ୧୨ ସନ୍ଦିଗ୍ଧ ଯୁବକଙ୍କ ମଧ୍ୟରୁ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଦୁଇ ଜଣ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ସହ ସମ୍ପର୍କ ରଖିଥିବା ପ୍ରମାଣ ମିଳିଛି। ଗିରଫ ଦୁଇ ଆତଙ୍କୀ ଜୈଶ ପାଇଁ ଭାରତରେ ସଦସ୍ୟ ସଂଗ୍ରହ କରିବା ସହ ସେମାନଙ୍କୁ ଆର୍ଥିକ ଓ ଅସ୍ତ୍ରଶସ୍ତ୍ର ଯୋଗାଇବା ଭଳି କାର୍ଯ୍ୟ କରୁଥିଲେ। ଗିରଫ ଦୁଇ ଆତଙ୍କବାଦୀ […]

s

Hemant Lenka
  • Published: Friday, 22 February 2019
  • , Updated: 22 February 2019, 04:24 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏସ୍‌)କୁ ଆଜି ବଡ଼ ସଫଳତା ମିଳିଛି। ଏଟିଏସ୍‌ ଗତକାଲି ଅଟକ ରଖିଥିବା ୧୨ ସନ୍ଦିଗ୍ଧ ଯୁବକଙ୍କ ମଧ୍ୟରୁ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଦୁଇ ଜଣ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ସହ ସମ୍ପର୍କ ରଖିଥିବା ପ୍ରମାଣ ମିଳିଛି। ଗିରଫ ଦୁଇ ଆତଙ୍କୀ ଜୈଶ ପାଇଁ ଭାରତରେ ସଦସ୍ୟ ସଂଗ୍ରହ କରିବା ସହ ସେମାନଙ୍କୁ ଆର୍ଥିକ ଓ ଅସ୍ତ୍ରଶସ୍ତ୍ର ଯୋଗାଇବା ଭଳି କାର୍ଯ୍ୟ କରୁଥିଲେ।

ଗିରଫ ଦୁଇ ଆତଙ୍କବାଦୀ ହେଲେ ଶାହନୱାଜ ତେଲି ଓ ଅକ୍ୟୁବ ଅହମ୍ମଦ ମାଲିକ। ଶାହନୱାଜର ଘର କଶ୍ମୀରର କୁଲଗାମ୍‌ରେ ହୋଇଥିବା ବେଳେ ମାଲିକ ହେଉଛି ପୁଲୱାମା ବାସିନ୍ଦା। ଏମାନେ ସାହାରନପୁରରେ ଛାତ୍ର ବେଶରେ ରହୁଥିଲେ। ଏଟିଏସ୍‌ ସେମାନଙ୍କ ଠାରୁ ୨ଟି ୩୨ ବୋର ପିସ୍ତଲ ଓ ୩୦ଟି ଜୀବନ୍ତ କ୍ୟାଟ୍ରିଜ୍‌ ଜବତ କରିଛି।

ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି, ଗୁଇନ୍ଦା ବିଭାଗର ସୂଚନା ପରେ ଏମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମୋବାଇଲ୍‌ରେ ଏମିତି କିଛି ମେସେଜ ରହିଛି, ଯାହା ଜୈଶ ସହ ସେମାନଙ୍କ ସମ୍ପର୍କ ଥିବା ସ୍ପଷ୍ଟ କରିଛି। ଜବତ ଭିଡିଓରେ ଜେହାଦୀ ସମ୍ପର୍କିତ ଦୃଶ୍ୟ ରହିଛି। ଏବେ ଉଭୟଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଜେରା କରାଯାଉଛି।”

ଶହନୱାଜ ଗ୍ରେନେଡ ବୋମା ନିର୍ମାଣ ବିଶେଷଜ୍ଞ ହୋଇଥିବା ବେଳେ ମାଲିକ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା। ସେମାନେ ଏଠାରେ କେତେ ଜଣଙ୍କୁ ଜୈଶ ସଂଗଠନ ସହ ଯୋଡ଼ିଛନ୍ତି, ତାହା ହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ।

Related story