ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ଉନ୍ମୋଚନ କଲେ ଯୋଗୀ

ଲକ୍ଷ୍ନୌ: ଗୋଟିଏ ପଟେ ଅଯୋଧ୍ୟାରେ ରାମ ମନ୍ଦିର ଓ ବାବ୍ରୀ ମସଜିଦ୍‌କୁ ନେଇ ବିବାଦ ଚାଲିଥିବା ବେଳେ ଅନ୍ୟପଟେ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଏକ ୭ ଫୁଟ୍‌ ଉଚ୍ଚ ମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଲୋକସଭା ନିର୍ବାଚନରେ ବିଜେପିର ବଡ଼ ଜିତ୍ ପରେ ଆଜି ପ୍ରଥମଥର ଯୋଗୀ ଆଦିତ୍ୟନାଥ ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ପହଞ୍ଚି ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ […]

u

Hemant Lenka
  • Published: Friday, 07 June 2019
  • , Updated: 07 June 2019, 04:33 PM IST

ଲକ୍ଷ୍ନୌ: ଗୋଟିଏ ପଟେ ଅଯୋଧ୍ୟାରେ ରାମ ମନ୍ଦିର ଓ ବାବ୍ରୀ ମସଜିଦ୍‌କୁ ନେଇ ବିବାଦ ଚାଲିଥିବା ବେଳେ ଅନ୍ୟପଟେ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଏକ ୭ ଫୁଟ୍‌ ଉଚ୍ଚ ମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି।

ଲୋକସଭା ନିର୍ବାଚନରେ ବିଜେପିର ବଡ଼ ଜିତ୍ ପରେ ଆଜି ପ୍ରଥମଥର ଯୋଗୀ ଆଦିତ୍ୟନାଥ ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ପହଞ୍ଚି ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଲଦାସଙ୍କ ୮୧ତମ ଜନ୍ମ ଉତ୍ସବ ସମାରୋହରେ ଯୋଗଦେବା ପାଇଁ ଯୋଗୀ ଆଜି ଅଯୋଧ୍ୟାରେ ପହଞ୍ଚିଥିଲେ।

ସେ ଏଠାରେ ରାମଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିବା ସହ ମହନ୍ତଙ୍କ ଜନ୍ମ ଉତ୍ସବ ସମାରୋହକୁ ମଧ୍ୟ ଉଦ୍‌ଘାଟନ କରିଥିଲେ। ଜନ୍ମୋତ୍ସବ ସମାରୋହ ଆସନ୍ତା ଜୁନ୍‌ ୧୪ ଯାଏ ଚାଲିବ। ଏହା ଶେଷ ହେବା ପରେ ଜୁନ୍‌ ୧୫ରେ ଏକ ଧର୍ମ ପରିଷଦ ଆୟୋଜନ ହେବ। ଏହି ପରିଷଦରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।

Related story