ଭିକାରୀଙ୍କ ପାଇଁ ଭଗବାନ ସାଜିବେ ଯୋଗୀ ସରକାର

ଲକ୍ଷ୍ନୌ: ବୁଲା ଗାଈଙ୍କ ପରେ ଏବେ ଭିକାରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ। ୟୁପିକୁ ଭିକାରୀମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଲକ୍ଷ୍ନୌ ନଗର ନିଗମରେ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଲକ୍ଷ୍ନୌରେ ଥିବା ସମସ୍ତ ଭିକାରୀଙ୍କୁ ଚିହ୍ନଟ କରି ତାଙ୍କୁ ରହିବା ପାଇଁ ଆବଶ୍ୟକ ଆଶ୍ରୟସ୍ଥଳୀ ଏବଂ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି ଯୋଗୀ ସରକାର। ଜୁନ ୮ ତାରିଖରୁ ନଗର ନିଗମ […]

YOGI ON BEGGER

Subhransu Sekhar
  • Published: Tuesday, 02 July 2019
  • , Updated: 02 July 2019, 11:40 AM IST

ଲକ୍ଷ୍ନୌ: ବୁଲା ଗାଈଙ୍କ ପରେ ଏବେ ଭିକାରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ। ୟୁପିକୁ ଭିକାରୀମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଲକ୍ଷ୍ନୌ ନଗର ନିଗମରେ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ କରିଛନ୍ତି।

ଲକ୍ଷ୍ନୌରେ ଥିବା ସମସ୍ତ ଭିକାରୀଙ୍କୁ ଚିହ୍ନଟ କରି ତାଙ୍କୁ ରହିବା ପାଇଁ ଆବଶ୍ୟକ ଆଶ୍ରୟସ୍ଥଳୀ ଏବଂ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି ଯୋଗୀ ସରକାର। ଜୁନ ୮ ତାରିଖରୁ ନଗର ନିଗମ ଅଧିନରେ ଥିବା କର୍ମଚାରୀ ଏବେ ଭିକାରୀଙ୍କ ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ନଗର ନିଗମ ଅଧିକାରୀ ଇନ୍ଦ୍ରମଣୀ ତ୍ରିପାଠୀ ପ୍ରତିକ୍ରିୟା ଦେଇ କହିଛନ୍ତି ଭିକାରୀଙ୍କୁ ଚିହ୍ନଟ ପରେ ସେମାନଙ୍କୁ ସରକାରଙ୍କ ପରିମଳ କାର୍ଯ୍ୟକ୍ରମ, ଉପଭୋକ୍ତାଙ୍କ ପାଖରୁ ବିଭିନ୍ନ ବିଲ୍ ଆଦି ସଂଗ୍ରହ କରିବା କାର୍ଯ୍ୟକ୍ରମରେ ନିୟୋଜିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଏଥିପାଇଁ ପ୍ରତିଦିନ ୨୫୦ ଟଙ୍କା ଦୈନିକ ପାରିଶ୍ରମିକ ଦିଆଯିବ ବୋଲି ଜଣାପଡ଼ିଛି। ସେହିପରି ୫ ଟଙ୍କାରେ ଏମାନଙ୍କୁ ଖାଇବା ଯୋଗାଇ ଦିଆଯିବ ବୋଲି ଯୋଜନା ହୋଇଛି। ଯେଉଁମାନେ ଶାରୀରିକ ଅକ୍ଷମ ସେମାନଙ୍କୁ ସରକାରଙ୍କ ତରଫରୁ ଏକ ଆଶ୍ରୟ ସ୍ଥଳୀରେ ରଖାଯିବ ଓ ସାମାଜିକ କଲ୍ୟାଣ ବିଭାଗରୁ ପେନସନ ଯୋଗାଇ ଦିଆଯିବା ସହ ରାଶନ କାର୍ଡ ଏବଂ ଅନ୍ୟାନ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ କହିଛନ୍ତି।

Related story