ମଦ ଓ ତୈଳ ଦର ହଠାତ୍ ବୃଦ୍ଧି କଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ: କରୋନା ମାଡ଼ରେ ନିମ୍ନଗାମୀ ହୋଇଥିବା ରାଜସ୍ୱକୁ ବୃଦ୍ଧି କରିବା ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ ମଦ ଓ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇବାରେ ଲାଗିଛନ୍ତି। ଏହି ତାଲିକାରେ ଆଜି ଉତ୍ତର ପ୍ରଦେଶ ସରକାର ସାମିଲ ହୋଇଛନ୍ତି। ଆଜି ଉତ୍ତର ପ୍ରଦେଶ ସରକାର ମଦ ଦରକୁ ବୋତଲ ପିଛା ୫ ଟଙ୍କାରୁ ୪ଶହ ଟଙ୍କା ଯାଏ ବୃଦ୍ଧି କରିଛନ୍ତି। ମଦ ବୋତଲର ସାଇଜ ଓ ବ୍ରାଣ୍ଡକୁ ଦେଖି ବର୍ଦ୍ଧିତ ଅର୍ଥ ଲାଗୁ ହେବ। ଏହି […]

i

Hemant Lenka
  • Published: Wednesday, 06 May 2020
  • , Updated: 06 May 2020, 06:05 PM IST

ଲକ୍ଷ୍ନୌ: କରୋନା ମାଡ଼ରେ ନିମ୍ନଗାମୀ ହୋଇଥିବା ରାଜସ୍ୱକୁ ବୃଦ୍ଧି କରିବା ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ ମଦ ଓ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇବାରେ ଲାଗିଛନ୍ତି। ଏହି ତାଲିକାରେ ଆଜି ଉତ୍ତର ପ୍ରଦେଶ ସରକାର ସାମିଲ ହୋଇଛନ୍ତି।

ଆଜି ଉତ୍ତର ପ୍ରଦେଶ ସରକାର ମଦ ଦରକୁ ବୋତଲ ପିଛା ୫ ଟଙ୍କାରୁ ୪ଶହ ଟଙ୍କା ଯାଏ ବୃଦ୍ଧି କରିଛନ୍ତି। ମଦ ବୋତଲର ସାଇଜ ଓ ବ୍ରାଣ୍ଡକୁ ଦେଖି ବର୍ଦ୍ଧିତ ଅର୍ଥ ଲାଗୁ ହେବ। ଏହି ବର୍ଦ୍ଧିତ ଦର ଦ୍ୱାରା ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୨୩୫୦ କୋଟି ଟଙ୍କାର ରାଜସ୍ୱ ପାଇବେ।

ସେହିପରି ଆଜି ଉତ୍ତର ପ୍ରଦେଶ ସରକାର ପେଟ୍ରୋଲ ଦରକୁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିବା ବେଳେ ଡିଜେଲ ଦରକୁ ୧ ଟଙ୍କା ବଢ଼ାଇଛନ୍ତି। ଏହି ବର୍ଦ୍ଧିତ ଦର ପରେ ଉତ୍ତର ପ୍ରଦେଶରେ ପେଟ୍ରୋଲ ଏଣିକି ୭୩.୯୧ ଟଙ୍କାରେ ବିକ୍ରି ହେଉଛି। ସେହିପରି ଡିଜେଲର ଲିଟର ପିଛା ଦର ୬୩.୮୬ରେ ପହଞ୍ଚିଛି।

ଏହାପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲର ଲିଟର ପିଛା ଦରରେ ୧୦ ଟଙ୍କା ଓ ଡିଜେଲ ଲିଟର ପିଛା ଦରରେ ୧୩ ଟଙ୍କାର ସୀମା ଶୁଳ୍କ ବୃଦ୍ଧି କରିଥିଲେ।

Related story