ମନ୍ତ୍ରୀଙ୍କ ଶୋଭାଯାତ୍ରାରେ ଅଘଟଣ: ଦୁର୍ଘଟଣାରେ ବାଳକର ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଓମ୍‌ପ୍ରକାଶ ରାଜଭର ଶୋଭାଯାତ୍ରାରେ ଯାଉଥିବା ବେଳେ ଗାଡ଼ି ଧକ୍କାରେ ଜଣେ ୫ ବର୍ଷ ବାଳକର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ସମସ୍ତ ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୁର୍ଘଟଣାର ସବିଶେଷ ରିପୋର୍ଟ ତଲବ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି। ୟୁପିର ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର୍ […]

om-prakash

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 09:17 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଓମ୍‌ପ୍ରକାଶ ରାଜଭର ଶୋଭାଯାତ୍ରାରେ ଯାଉଥିବା ବେଳେ ଗାଡ଼ି ଧକ୍କାରେ ଜଣେ ୫ ବର୍ଷ ବାଳକର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ସମସ୍ତ ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଦୁର୍ଘଟଣାର ସବିଶେଷ ରିପୋର୍ଟ ତଲବ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି। ୟୁପିର ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର୍ କଲୋନେଲ୍‌ଗଞ୍ଜରୁ ପାରସପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।  ଦୁର୍ଘଟଣା ପରେ ମନ୍ତ୍ରୀଙ୍କ ଗାଡ଼ି ନ ଅଟକିବାରୁ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ।

Related story