ଲକ୍ଷ୍ନୌ: ମହାରାଷ୍ଟ୍ର ପରେ ଏବେ ଉତ୍ତରପ୍ରଦେଶରେ ବନ୍ଦ ହେବ ପ୍ଲାଷ୍ଟିକ ବ୍ୟବହାର। ଜୁଲାଇ ୧୫ ତାରିଖଠାରୁ ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରିବାକୁ ଆଦେଶ ଦେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ସଲିଡ୍ ୱେଷ୍ଟ ମ୍ୟାନେଜ୍ମେଣ୍ଟ ପଲିସିକୁ ୟୁପି କ୍ୟାବିନେଟ୍ ମଞ୍ଜୁର କରିଥିବା ବେଳେ ଏବେ ପ୍ଲାଷ୍ଟିକ ବ୍ୟାନ୍ କରାଯାଇଛି। ଏପରି କରି ପ୍ଲାଷ୍ଚିକ୍ ବ୍ୟାନ୍ କରିଥିବା ଦେଶର ୧୯ ତମ ରାଜ୍ୟ ହୋଇଛି ୟୁପି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ଟ୍ୱିଟ୍ରେ ପ୍ଲାଷ୍ଟିକ ବ୍ୟାନ୍ ନିଷ୍ପତ୍ତି ଉପରେ ରାଜ୍ୟବାସୀଙ୍କ ସହଯୋଗ କାମନା କରାଯାଇଛି।
କିଛିଦିନ ତଳେ ଏ ନେଇ ରାଜ୍ୟସରକାର ଏକ ବୈଠକ କରିଥିଲେ। ବୈଠକରେ ପ୍ଲାଷ୍ଟିକ ବନ୍ଦ କରିବା ସହିତ ନିୟମ ଉଲ୍ଲଙ୍ଘନ କଲେ ୫୦ ହଜାର ଟଙ୍କା ଜୋରିମାନା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ୨୦୧୫ ମସିହା ଡିସେମ୍ବର ମାସରେ ଅଖିଳେଶ ଯାଦବଙ୍କ ସରକାର ପଲିଥିନ ଓ କ୍ୟାରିବେଗ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ।