ଟ୍ରକରେ ମୃତଦେହ ସହ ପ୍ରବାସୀ ଶ୍ରମିକଙ୍କୁ ପଠାଇଲା ୟୁପି

ଲକ୍ଷ୍ନୌ/ପାଟନା: ଉତ୍ତର ପ୍ରଦେଶରୁ ପୁଣିଥରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଲକଡାଉନ ଯୋଗୁ ଅତ୍ୟନ୍ତ କଷ୍ଟ ଅନୁଭବ କରୁଥିବା ପ୍ରବାସୀ ଶ୍ରମିକମାନେ ଗୋଟିଏ ଖୋଲା ଟ୍ରକ୍‌ରେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ହେଲେ ଯେଉଁ ଟ୍ରକ୍‌ରେ ପ୍ରବାସୀ ଶ୍ରମିକମାନେ ବସିଛନ୍ତି, ସେଠାରେ ମୃତଦେହଗୁଡ଼ିକ ଜରିରେ ବନ୍ଧା ହୋଇ ରହିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହାକୁ ପ୍ରବଳ ନିନ୍ଦା କରିଛନ୍ତି। ଏଥିସହ […]

y

Hemant Lenka
  • Published: Tuesday, 19 May 2020
  • , Updated: 19 May 2020, 04:40 PM IST

ଲକ୍ଷ୍ନୌ/ପାଟନା: ଉତ୍ତର ପ୍ରଦେଶରୁ ପୁଣିଥରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଲକଡାଉନ ଯୋଗୁ ଅତ୍ୟନ୍ତ କଷ୍ଟ ଅନୁଭବ କରୁଥିବା ପ୍ରବାସୀ ଶ୍ରମିକମାନେ ଗୋଟିଏ ଖୋଲା ଟ୍ରକ୍‌ରେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ହେଲେ ଯେଉଁ ଟ୍ରକ୍‌ରେ ପ୍ରବାସୀ ଶ୍ରମିକମାନେ ବସିଛନ୍ତି, ସେଠାରେ ମୃତଦେହଗୁଡ଼ିକ ଜରିରେ ବନ୍ଧା ହୋଇ ରହିଥିବା ଦେଖିବାକୁ ମିଳିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହାକୁ ପ୍ରବଳ ନିନ୍ଦା କରିଛନ୍ତି। ଏଥିସହ ଏହା ଏକ ଅମାନବୀୟ କାଣ୍ଡ ବୋଲି ସେ କହିଛନ୍ତି।

ଶନିବାର ଉତ୍ତର ପ୍ରଦେଶର ଔରୈୟାରେ ପ୍ରବାସୀ ଶ୍ରମିକମାନେ ଯାଉଥିବା ଦୁଇଟି ଟ୍ରକ ପରସ୍ପରକୁ ଧକ୍କା ଦେଇଥିଲେ। ଗୋଟିଏ ଟ୍ରକ ପଞ୍ଜାବରୁ ଆସୁଥିବା ବେଳେ ଆଉ ଗୋଟିଏ ଟ୍ରକ୍‌ ରାଜସ୍ଥାନରୁ ଆସୁଥିଲା।

ତେବେ ଔରୈୟାରେ ଘଟିଥିବା ଦୁର୍ଘଟଣାରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ପ୍ରବାସୀ ଶ୍ରମିକ ଆହତ ମଧ୍ୟ ହୋଇଥିଲେ। ମୃତକଙ୍କ ମଧ୍ୟରେ ୧୧ ଜଣ ଝାରଖଣ୍ଡର ଥିବା ବେଳେ ବାକି ଶ୍ରମିକ ବେଙ୍ଗଲର।

ଯୋଗୀ ସରକାର ସମସ୍ତ ମୃତକ ଓ ଆହତ ଶ୍ରମିକଙ୍କୁ ଗୋଟିଏ ଟ୍ରକ୍‌ରେ ସେମାନଙ୍କ ରାଜ୍ୟ ଝାରଖଣ୍ଡକୁ ପଠାଇଥିଲେ। ଏହାକୁ ନେଇ ହେମନ୍ତ ସୋରେନ୍‌ ଆପତ୍ତି ଉଠାଇଥିଲେ।

ସେ କହିଛନ୍ତି, “ଆମ ଶ୍ରମିକଙ୍କ ସହ ଏଭଳି ଅମାନବୀୟ କାଣ୍ଡକୁ ଅଟକା ଯାଇପାରିଥାଆନ୍ତା। ମୁଁ ଉତ୍ତର ପ୍ରଦେଶ ସରକାର ଓ ବିହାର ସରକାରଙ୍କୁ ଆମ ଶ୍ରମିକଙ୍କୁ ଉଚିତ ସମ୍ମାନ ଦେଇ ସୀମାରେ ଛାଡ଼ନ୍ତୁ। ଏହାପରେ ଆମେ ସେମାନଙ୍କୁ ସେମାନଙ୍କ ଘରକୁ ପଠାଇବୁ।”

ଆହତ ଶ୍ରମିକଙ୍କ ସହ ଖୋଲା ଟ୍ରକ୍‌ରେ ଥିବା ମୃତଦେହ ଗୁଡ଼ିକର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପରେ ବିବାଦ ବଢ଼ିବାରେ ଲାଗିଛି। ବିବାଦକୁ ଦୃଷ୍ଟିରେ ରଖି ଔରୈୟା ମାଜିଷ୍ଟ୍ରେଟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related story