ହାଇଦ୍ରାବାଦ: ଲକଡାଉନ୍ ପାଇଁ ବିବାହ ବିଳମ୍ୱ ହେବାରୁ ଶେଷରେ ଭାବି ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି। ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ନରନୋର ମଣ୍ଡଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ପୁଲିସ୍ କହିଛି। ମୃତକ ଦ୍ୱୟ ହେଲେ ପେଣ୍ଡୁର ଗଣେଷ (୨୨) ଏବଂ ସୋୟମ ସୀଥାବାଈ (୨୦)। ବିଲରେ କୀଟନାଶକ ପିଇ ଏହି ଦୁଇ ଭାବି ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି।
ଗଣେଷ ପେଶାରେ ଜଣେ ଚାଷୀ। ନିଜ ଗାଁର ଝିଅ ସୀଥାବାଈକୁ ସେ ଦୀର୍ଘ ବର୍ଷ ହେବ ପ୍ରେମ କରୁଥିଲା। ଗତମାସ ଦୁହିଁଙ୍କର ବିବାହ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ କରୋନା ସଂକ୍ରମଣକୁ ରୋକିବାକୁ ଯାଇ ଦେଶ ଲକଡାଉନ୍ ରହିବାରୁ ଦୁହିଁଙ୍କ ପରିବାର ଲୋକେ ବିବାହ ତାରିଖ ଘୁଞ୍ଚାଇ ଦେଇଥିଲେ। ହେଲେ ଏହାକୁ ନେଇ ଉଭୟ ପ୍ରେମିକ ପ୍ରେମିକା ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଦୁହେଁ କୀଟନାଶକ ପିଇ ବିଲରେ ଆତ୍ମହତ୍ୟା କରିଛନ୍ତି ବୋଲି ନରନୋର ଥାନା ସବ୍ ଇନସପେକ୍ଟର ଏମ୍ ବିଜୟ କହିଛନ୍ତି। ପୁଲିସ ଏବେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ଲକଡାଉନ୍ ପାଇଁ ଦେଶରେ ଏବେ ଧାର୍ମିକ ସମାରୋହ, ବିବାହ ଆଦି ବାତିଲ୍ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ସାମ୍ବାଦିକର ସତ କହିବାର ଅଧିକାରକୁ ସୁରକ୍ଷା ଲୋଡ଼ା
ସମ୍ବିଧାନରେ ମତ ପ୍ରକାଶ କରିବାର ସ୍ୱାଧୀନତା ପ୍ରତ୍ୟେକ ନାଗରିକଙ୍କର ରହିଥିଲେ ମଧ୍ୟ ସେହି ଆଧାରରେ ଜଣେ ସାମ୍ବାଦିକ ସତ ପ୍ରକାଶ କରି ନିଜକୁ ସୁରକ୍ଷିତ ରଖିପାରିବ ନାହିଁ। ଏଥିପାଇଁ ସାରା ଦେଶରେ ଏବେ ଗୋଟିଏ ଦାବି ସାମ୍ବାଦିକମାନେ ଚାହାନ୍ତି ତାହା ହେଉଛି ସମ୍ବାଦପତ୍ର ସ୍ୱାଧୀନତା ଆଇନ୍।
Guest Column
ସାମ୍ବାଦିକର ସତ କହିବାର ଅଧିକାରକୁ ସୁରକ୍ଷା ଲୋଡ଼ା
ସମ୍ବିଧାନରେ ମତ ପ୍ରକାଶ କରିବାର ସ୍ୱାଧୀନତା ପ୍ରତ୍ୟେକ ନାଗରିକଙ୍କର ରହିଥିଲେ ମଧ୍ୟ ସେହି ଆଧାରରେ ଜଣେ ସାମ୍ବାଦିକ ସତ ପ୍ରକାଶ କରି ନିଜକୁ ସୁରକ୍ଷିତ ରଖିପାରିବ ନାହିଁ। ଏଥିପାଇଁ ସାରା ଦେଶରେ ଏବେ ଗୋଟିଏ ଦାବି ସାମ୍ବାଦିକମାନେ ଚାହାନ୍ତି ତାହା ହେଉଛି ସମ୍ବାଦପତ୍ର ସ୍ୱାଧୀନତା ଆଇନ୍।
National
୧୦ ଟଙ୍କା ପାଇଁ ପୂର୍ବତନ IAS ଅଧିକାରୀଙ୍କୁ ନିର୍ଧୁମ ପିଟିଲେ କଣ୍ଡକ୍ଟର
ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
National
ସୁଧୁରୁନି ଡ୍ରାଗନ୍, ପୁଣି LAC ନିକଟରେ କଲା ଯୁଦ୍ଧାଭ୍ୟାସ
ଗୋଟିଏ ପଟେ ଦେଶ ସେନା ଦିବସ ପ୍ରସ୍ତୁତିରେ ଲାଗିଥିବା ବେଳେ ଅନ୍ୟପଟେ ଚୀନ୍ ସେନା ଏଲ୍ଏସି ନିକଟରେ ଡ୍ରିଲ୍ ଆରମ୍ଭ କରିଛି।
National
ଟ୍ରକ୍କୁ ପିଟିଲା ଅଟୋ, ଚାଲିଗଲା ୬ ଜୀବନ
ମହାରାଷ୍ଟ୍ରର ନାସିକ ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ ଟ୍ରକ୍ ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି।