ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, ପ୍ରବାସୀ ଶ୍ରମିକଙ୍କ ଦାୟିତ୍ୱ ରାଜ୍ୟର

ଟନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ହଜାର ହଜାର ଶ୍ରମିକ ଶହଶହ କିମି ବାଟ ଚାଲିଚାଲି ନିଜ ରାଜ୍ୟକୁ ଫେରୁଛନ୍ତି। ରାସ୍ତାରେ ଚାଲିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ନେଇ ଅନେକ ହୃଦୟବିଦାରକ ଘଟଣା ସବୁ ସାମ୍ନାକୁ ଆସୁଛି। କେତେବେଳେ ପ୍ରବାସୀ ଶ୍ରମିକଙ୍କ ଉପରେ ଗାଡ଼ି ମାଡ଼ି ଯାଉଛି ତ ଆଉ କେତେବେଳେ ଟ୍ରେନ ଚକ ତଳେ ଆସି ସେମାନେ ପ୍ରାଣ ହରାଉଛନ୍ତି। ଆଉ କେହି ଚାଲିଚାଲି ରାସ୍ତାରେ ହିଁ ଟଳି ପଡ଼ୁଛି। ଏସବୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର […]

bz

Hemant Lenka
  • Published: Friday, 15 May 2020
  • , Updated: 15 May 2020, 01:00 PM IST

ଟନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ହଜାର ହଜାର ଶ୍ରମିକ ଶହଶହ କିମି ବାଟ ଚାଲିଚାଲି ନିଜ ରାଜ୍ୟକୁ ଫେରୁଛନ୍ତି। ରାସ୍ତାରେ ଚାଲିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ନେଇ ଅନେକ ହୃଦୟବିଦାରକ ଘଟଣା ସବୁ ସାମ୍ନାକୁ ଆସୁଛି। କେତେବେଳେ ପ୍ରବାସୀ ଶ୍ରମିକଙ୍କ ଉପରେ ଗାଡ଼ି ମାଡ଼ି ଯାଉଛି ତ ଆଉ କେତେବେଳେ ଟ୍ରେନ ଚକ ତଳେ ଆସି ସେମାନେ ପ୍ରାଣ ହରାଉଛନ୍ତି। ଆଉ କେହି ଚାଲିଚାଲି ରାସ୍ତାରେ ହିଁ ଟଳି ପଡ଼ୁଛି।

ଏସବୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଡ଼କରେ ଚାଲୁଥିବା ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଖାଦ୍ୟ ଓ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଆବେଦନ କରି ସୁପ୍ରିମକୋର୍ଟରେ ମାମଲା ଦାଏର କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଆଜି ଏହାକୁ ଖାରଜ କରିଦେଇଛନ୍ତି।

କୋର୍ଟ କହିଛନ୍ତି, “କିଏ ରାସ୍ତାରେ ଚାଲୁଛି ଓ କିଏ ରାସ୍ତାରେ ଚାଲୁନି, ସେକଥା ମନିଟରିଂ କରିବା କୋର୍ଟଙ୍କ ପକ୍ଷେ ଅସମ୍ଭବ। ପ୍ରବାସୀ ଶ୍ରମିକଙ୍କ ଦାୟିତ୍ୱ ରାଜ୍ୟମାନଙ୍କର। ସେମାନେ ରାସ୍ତାରେ ଚାଲୁଥିବା ଶ୍ରମିକଙ୍କ ଉପରେ ନିଷ୍ପତ୍ତି ନେବେ। କୋର୍ଟ କାହିଁକି ଏହାର ଶୁଣାଣି କରିବେ ଓ ଏହା ଉପରେ ନିଷ୍ପତ୍ତି ନେବେ?”

ଓକିଲ ତଥା ଆବେଦନକାରୀ ଆଲୋକ ଶ୍ରୀବାସ୍ତବ ନିଜର ପକ୍ଷ ରଖି କହିଥିଲେ ଯେ ହଜାର ହଜାର ଶ୍ରମିକ ରାସ୍ତାରେ ଚାଲୁଛନ୍ତି। ନିକଟରେ ମହାରାଷ୍ଟ୍ରରେ ୧୬ ଜଣ ଶ୍ରମିକଙ୍କ ଉପରେ ଟ୍ରେନ ମାଡ଼ି ଯାଇଥିଲା। ପ୍ରାୟ ସବୁ ସ୍ଥାନରେ ପ୍ରବାସୀ ଶ୍ରମିକମାନେ ଚାଲିଚାଲି ଯାଉଥିବା ବେଳେ ଅଘଟଣ ଘଟୁଛି।

ତେଣୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରନ୍ତୁ। ଏହାଶୁଣି ସୁପ୍ରିମକୋର୍ଟ କହିଛନ୍ତି, ଏହାର ନିଷ୍ପତ୍ତି ରାଜ୍ୟ ସରକାରମାନେ ନେବେ। ଲୋକମାନେ ଯେତେ ଯାହା କହିଲେ ବି ରାସ୍ତାରେ ଚାଲିବାରେ ଲାଗିଛନ୍ତି। ସେମାନେ ଅଟକୁ ନାହାନ୍ତି।

ଆମେ କେମିତି ସେମାନଙ୍କୁ ଅଟକାଇବୁ? ଟ୍ରେନ ଦୁର୍ଘଟଣା ସମ୍ପର୍କରେ କୋର୍ଟ କହିଛନ୍ତି, ଯେତେବେଳେ ଶ୍ରମିକମାନେ ରେଳ ଧାରଣା ଉପରେ ଶୋଇ ପଡ଼ୁଛନ୍ତି ସେତେବେଳେ କିଏ ଓ କେମିତି ସେମାନଙ୍କୁ ଅଟକାଇବ? ଆପଣ ଯେଉଁ ତଥ୍ୟ ସବୁ ରଖିଛନ୍ତି, ସେଗୁଡ଼ିକ ଖବରକାଗଜ ଓ ଟିଭିରେ ପ୍ରକାଶ ପାଉଥିବା ଚିତ୍ର।

ସମସ୍ତ ଆଇନଜୀବୀ ପେପରରେ ଘଟଣା ପଢ଼ି ଏ ବିଷୟରେ ସବୁ କଥା ଜାଣୁଛନ୍ତି। ଆପଣମାନଙ୍କ ସବୁ ପ୍ରମାଣ ଓ ଯୁକ୍ତି ଗଣମାଧ୍ୟମର ଖବର ଆଧାରରେ। ଆପଣ ସେସବକୁ ଉପସ୍ଥାପନ କରି କୋର୍ଟଙ୍କୁ ମାମଲାର ବିଚାର ପାଇଁ କହୁଛନ୍ତି। କ’ଣ ପାଇଁ କୋର୍ଟ ଶୁଣାଣି କରିବେ?

ରାଜ୍ୟମାନେ ପ୍ରବାସୀଙ୍କ ଉପରେ ନିଷ୍ପତ୍ତି ନେଇପାରିବେ ନାହିଁ କି? ଆମେ ଆପଣଙ୍କୁ ସ୍ୱତନ୍ତ୍ର ପାସ ଦେବୁ। ଆପଣ ଯାଇ ପ୍ରବାସୀ ଶ୍ରମିକଙ୍କ ପାଖରେ ସରକାର ପ୍ରସ୍ତୁତ କରିଥିବା ଯୋଜନା ସବୁ କାର୍ଯ୍ୟକାରୀ କରିପାରିବେ କି? ଏହାପରେ କୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀଙ୍କ ପାଇଁ ଟ୍ରେନ ବ୍ୟବସ୍ଥା ହୋଇଛି। ତଥାପି ସେମାନେ ନିଜ ନମ୍ବର ଆସିବା ପୂର୍ବରୁ ହିଁ ରାସ୍ତାରେ ଚାଲିଚାଲି ନିଜ ରାଜ୍ୟକୁ ଯିବାକୁ ଲାଗିଛନ୍ତି। ଏପରି ସ୍ଥିତିରେ ଆମେ କ’ଣ କରିପାରିବୁ? ବଳ ପ୍ରୟୋଗ କରି ସେମାନଙ୍କୁ ଅଟକାଇଲେ ସ୍ଥିତି ଆହୁରି ଜଟିଳ ହେବ ବୋଲି ସେ କହିଛନ୍ତି।

Related story