ମହାକାଶ ବିଜ୍ଞାନୀ ୟୁଆର୍‌ ରାଓଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ମୁଖ୍ୟ ତଥା ପ୍ରଖ୍ୟାତ ମହାକାଶ ବିଜ୍ଞାନୀ ପ୍ରଫେସର ୟୁଆର ରାଓ (ଉଡୁପି ରାମଚନ୍ଦ୍ର ରାଓ)ଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଗତକାଲି ରାତି ପ୍ରାୟ ଅଢ଼େଇଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ୧୯୩୨ ମସିହା ମାର୍ଚ୍ଚ ୧୦ ତାରିଖରେ କର୍ଣ୍ଣାଟକର ଅଡ଼ାମାରୁରେ ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ ୟୁଆର […]

udupi

Rakesh Mallick
  • Published: Monday, 24 July 2017
  • , Updated: 24 July 2017, 01:54 PM IST

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ମୁଖ୍ୟ ତଥା ପ୍ରଖ୍ୟାତ ମହାକାଶ ବିଜ୍ଞାନୀ ପ୍ରଫେସର ୟୁଆର ରାଓ (ଉଡୁପି ରାମଚନ୍ଦ୍ର ରାଓ)ଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଗତକାଲି ରାତି ପ୍ରାୟ ଅଢ଼େଇଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ।

୧୯୩୨ ମସିହା ମାର୍ଚ୍ଚ ୧୦ ତାରିଖରେ କର୍ଣ୍ଣାଟକର ଅଡ଼ାମାରୁରେ ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ ୟୁଆର ରାଓ । ୧୯୬୦ରେ ସେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ।  ସେ ଇସ୍ରୋର ଅଧ୍ୟକ୍ଷ ଓ ଅନ୍ତରୀକ୍ଷ ସଚିବ ପଦ ସମ୍ଭାଳି ଥିଲେ। ୧୯୭୨ରେ ସେ ଭାରତର ସାଟେଲାଇଟ୍ ଟେକ୍ନୋଲୋଜିର ଦାୟିତ୍ୱ ନେଇଥିଲେ। ଭାରତ ପାଇଁ ଆର୍ଯ୍ୟଭଟ୍ଟରୁ ଆରମ୍ଭ କରି ମମ୍‌ ଅର୍ଥାତ୍ ମାର୍ସ ଅରବିଟ୍ ମିଶନ୍‌ ପର୍ଯ୍ୟନ୍ତ ଲଗାତାର ଭାବେ କାର୍ଯ୍ୟ କରିଥିଲେ। ୧୯୭୫ରେ ପ୍ରଥମ ଭାରତୀୟ ଉପଗ୍ରହ ଆର୍ଯ୍ୟଭଟ୍ଟରୁ ଆରମ୍ଭ କରି ୨୦ରୁ ଅଧିକ ଉପଗ୍ରହର ଡିଜାଇନ୍ ତାଙ୍କରି ଦିଗ୍‌ଦର୍ଶନରେ ହୋଇଥିଲା ଓ ମହାକାଶରେ ଅବସ୍ଥାପିତ କରାଯାଇଥିଲା। ୧୯୭୬ରେ ତାଙ୍କୁ ପଦ୍ମ ଭୂଷଣ ଓ ୨୦୧୭ରେ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ।

Related story