କାର୍‌କୁ ଓଭରଟେକ କରୁଥିଲା ବସ୍‌, ଓଲଟି ପଡ଼ିଲା

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାର୍‌କୁ ଓଭରଟେକ କରିବାକୁ ଯାଇ  ଓଲଟି ପଡ଼ିଛି ଏକ ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ  ୩୦ରୁ ଅଧିକ ଯାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ବସ୍‌ଟି ଦିଲ୍ଲୀରୁ ପ୍ରାୟ ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଉତ୍ତରପ୍ରଦେଶର ବାଂସୀ ଓ ସିଦ୍ଧାର୍ଥନଗର ଅଞ୍ଚଳକୁ ଯାଉଥିଲା। ଏହି ସମୟରେ ଦ୍ରୁତ ଗତିରେ ଥିବା ବସ୍‌ଟି ଏକ କାର୍‌କୁ ଓଭରଟେକ୍‌ କରିବାକୁ ଯାଇ ନିଜ […]

bus

Niharika Rout
  • Published: Tuesday, 05 April 2022
  • , Updated: 05 April 2022, 03:23 PM IST

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାର୍‌କୁ ଓଭରଟେକ କରିବାକୁ ଯାଇ  ଓଲଟି ପଡ଼ିଛି ଏକ ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ  ୩୦ରୁ ଅଧିକ ଯାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।

ବସ୍‌ଟି ଦିଲ୍ଲୀରୁ ପ୍ରାୟ ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଉତ୍ତରପ୍ରଦେଶର ବାଂସୀ ଓ ସିଦ୍ଧାର୍ଥନଗର ଅଞ୍ଚଳକୁ ଯାଉଥିଲା। ଏହି ସମୟରେ ଦ୍ରୁତ ଗତିରେ ଥିବା ବସ୍‌ଟି ଏକ କାର୍‌କୁ ଓଭରଟେକ୍‌ କରିବାକୁ ଯାଇ ନିଜ ଉପରୁ ଭାରସାମ୍ୟ ହରାଇ ବସିଲା। ଏହାପରେ ବସ୍‌ଟି ଜାତୀୟ ରାଜପଥ ଉପରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ମୃତକ ୩ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ । ୩୦ରୁ ଊର୍ଦ୍ଧ୍ୱ ଆହତ ଯାତ୍ରୀଙ୍କୁ ଅଯୋଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

[caption id="attachment_725152" align="aligncenter" width="650"] ଦୁର୍ଘଟଣାଗ୍ରସ୍ତ ବସ୍‌କୁ କ୍ରେନ ସାହାଯ୍ୟରେ ଉଠାଯାଇଛି।[/caption]

 

ଦୁର୍ଘଟଣା ଯୋଗୁ ଦୀର୍ଘ ସମୟ ରାଜପଥ ଉପରେ ଯାନବାହନ ଅଟକି ରହିଥିଲା। କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ରାସ୍ତାରୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story