ହାଇଡ୍ରୋକ୍ସିକ୍ଲୋରୋକୁଇନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କଲା ଆମେରିକା

ୱାଶିଂଟନ: ମହାମାରୀ କରୋନା ଯୋଗୁ ଦୟନୀୟ ସ୍ଥିତିର ସମ୍ମୁଖୀନ ହୋଇଥିବା ଆମେରିକା ଏହାକୁ ମାତ ଦେବା ପାଇଁ ନୂଆ ରଣନୀତି ଆପଣାଇଛି। ଏଥିପାଇଁ ଭାରତ ଠାରୁ ନେଇଥିବା ଆଣ୍ଟି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନର କ୍ଲିନକାଲ ଟ୍ରାଏଲ ଆରମ୍ଭ କରିଛି। ଏହି ଔଷଧ ଦ୍ୱାରା କରୋନା ସଂକ୍ରମଣ ଓ କରୋନା ଆକ୍ରାନ୍ତଙ୍କୁ ଆମେରିକା ମୃତ୍ୟୁମୁଖରୁ ରକ୍ଷା କରିବ ବୋଲି ଆଶା କରିଛି। ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ(ଏନଏଚଆଇ) ପକ୍ଷରୁ କୁହାଯାଇଛି ଯେ ଆମେରିକା ହାଇଡ୍ରୋକ୍ସି କ୍ଲୋରୋକୁଇନ ସହ […]

yr

Hemant Lenka
  • Published: Friday, 15 May 2020
  • , Updated: 15 May 2020, 12:09 PM IST

ୱାଶିଂଟନ: ମହାମାରୀ କରୋନା ଯୋଗୁ ଦୟନୀୟ ସ୍ଥିତିର ସମ୍ମୁଖୀନ ହୋଇଥିବା ଆମେରିକା ଏହାକୁ ମାତ ଦେବା ପାଇଁ ନୂଆ ରଣନୀତି ଆପଣାଇଛି। ଏଥିପାଇଁ ଭାରତ ଠାରୁ ନେଇଥିବା ଆଣ୍ଟି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନର କ୍ଲିନକାଲ ଟ୍ରାଏଲ ଆରମ୍ଭ କରିଛି।

ଏହି ଔଷଧ ଦ୍ୱାରା କରୋନା ସଂକ୍ରମଣ ଓ କରୋନା ଆକ୍ରାନ୍ତଙ୍କୁ ଆମେରିକା ମୃତ୍ୟୁମୁଖରୁ ରକ୍ଷା କରିବ ବୋଲି ଆଶା କରିଛି। ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ(ଏନଏଚଆଇ) ପକ୍ଷରୁ କୁହାଯାଇଛି ଯେ ଆମେରିକା ହାଇଡ୍ରୋକ୍ସି କ୍ଲୋରୋକୁଇନ ସହ ଆଣ୍ଟିବାଓଟିକ ଆଜିଥ୍ରୋମସିନକୁ ମିଶାଇ କ୍ଲିନାକାଲ ଟ୍ରାଏଲ ଆରମ୍ଭ କରିଛି।

ଆମେରିକା ଏଫଡିଏ ପକ୍ଷରୁ ହାଇଡ୍ରୋକ୍ସିକ୍ଲୋରୋକୁଇନକୁ ମ୍ୟାଲେରିଆ ଔଷଧ ଓ ଆଜିଥ୍ରୋମସିନକୁ ଆଣ୍ଟିବାଓଟିକର ମାନ୍ୟତା ମିଳି ସାରିଛି। ଏନଏଚଆଇର କହିବା ଅନୁଯାୟୀ, ପ୍ରାୟ ୨୦୦ ପ୍ରାପ୍ତ ବୟସ୍କଙ୍କ ଉପରେ ଏହି ନୂଆ ଔଷଧର କ୍ଲିନିକାଲ ଟ୍ରାଏଲ କରାଯିବ।

ଏହି ୨୦୦ ଜଣଙ୍କ ମଧ୍ୟରେ କେବଳ କରୋନା ଆକ୍ରାନ୍ତ ରହିବେ ନାହିଁ ବରଂ କଫ, କାଶ ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଲୋକଙ୍କୁ ମଧ୍ୟ ସାମିଲ କରାଯିବ। କ୍ଲିନକାଲ ଟ୍ରାଏଲରେ ସାମିଲ ହେଉଥିବା ଲୋକଙ୍କ ମଧ୍ୟରୁ କିଛି ଜଣଙ୍କୁ କେବଳ ହାଇଡ୍ରୋକ୍ସିକ୍ଲୋରୋକୁଇନ, କିଛି ଜଣଙ୍କୁ ଆଜିଥ୍ରୋମସିନ ଓ ଆଉ କିଛି ଲୋକଙ୍କୁ ଏହି ଦୁଇଟି ଯାକ ଔଷଧକୁ ମିଶାଇ ଦିଆଯିବ। ସମସ୍ତେ ଘରେ ହିଁ ରହିବେ।

ପ୍ରଥମ ଦିନରେ ସମସ୍ତଙ୍କୁ ଦୁଇଥର ୪୦୦ଏମଜି ଓ ପରେ ୬ ଦିନ ଯାଏ ୨୦୦ ଏମଜିର ହାଇଡ୍ରୋକ୍ସିକ୍ଲୋରୋକୁଇନ ଖାଇବାକୁ ଦିଆଯିବ। ସେହିପରି କିଛି ଲୋକଙ୍କୁ ପ୍ରଥମ ଦିନରେ ଦୁଇଥର ୫୦୦ଏମଜିର ଆଜିଥ୍ରୋମସିନ ଓ ପରେ ୬ ଦିନ ଯାଏ ୨୫୦ଏମଜି ଦିନକୁ ଦୁଇଥର ଖାଇବାକୁ ଦିଆଯିବ। ସେହିପରି ସର୍ଭେ କରୁଥିବା ଲୋକଙ୍କୁ ସମାନ ପରିମାଣର ପ୍ଲେସବୋ ବଟିକା ଦିଆଯିବ।

ଟ୍ରାଏଲରେ ଭାଗ ନେଉଥିବା ଲୋକ କିମ୍ବା ସର୍ଭେ କରୁଥିବା ଟିମ୍‌ କେହି ବି ପରୀକ୍ଷା ଶେଷ ହେବା ଯାଏ କିଏ ପରୀକ୍ଷା ମୂଳକ ଚିକିତ୍ସାର ସମ୍ମୁଖୀନ ହେଉଛି ଓ କିଏ ପ୍ଲେସବୋ ବଟିକା ଖାଉଛି, ସେକଥା ଜାଣିବାକୁ ଚେଷ୍ଟା କରିବେ ନାହିଁ।

Related story