ଚୀନକୁ ଆମେରିକାର କଡ଼ା ଜବାବ, ବିଆରଆଇ ପ୍ରକଳ୍ପ ଉପରେ ଲଗାଇଲା ପ୍ରତିବନ୍ଧକ

ଓ୍ୱାଶିଂଟନ: ଚାଇନା କମ୍ୟୁନିକେସନ୍ କନଷ୍ଟ୍ରକସନ କମ୍ପାନୀ (ସିସିସିସି) ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଆମେରିକା ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)କୁ ମଧ୍ୟ ଟାର୍ଗେଟ କରିଛି। ଏହାଦ୍ୱାରା ବିଶ୍ୱର ଦୁଇ ଶକ୍ତିଶାଳୀ ଅର୍ଥନୀତିକ ଦେଶ ମଧ୍ୟରେ ଶତ୍ରୁତା ଚରମ ସୀମାରେ ପହଞ୍ଚିଛି। ସିସିସିସି ବିଆରଆଇ ପ୍ରକଳ୍ପ ଆଗକୁ ନେଇଥାଏ। ଚୀନକୁ ଆଗକୁ ନେବାରେ ସିସିସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କରୋନା ଭାଇରସରେ ଆମେରିକା ସର୍ବାଧିକ କ୍ଷତି ହୋଇଛି। କରୋନା ବ୍ୟାପୀବା ପଛରେ ଚୀନକୁ ଆମେରିକା ଦାୟୀ […]

China-usa trade

Subhransu Sekhar
  • Published: Sunday, 30 August 2020
  • , Updated: 30 August 2020, 11:07 PM IST

ଓ୍ୱାଶିଂଟନ: ଚାଇନା କମ୍ୟୁନିକେସନ୍ କନଷ୍ଟ୍ରକସନ କମ୍ପାନୀ (ସିସିସିସି) ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଆମେରିକା ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)କୁ ମଧ୍ୟ ଟାର୍ଗେଟ କରିଛି। ଏହାଦ୍ୱାରା ବିଶ୍ୱର ଦୁଇ ଶକ୍ତିଶାଳୀ ଅର୍ଥନୀତିକ ଦେଶ ମଧ୍ୟରେ ଶତ୍ରୁତା ଚରମ ସୀମାରେ ପହଞ୍ଚିଛି। ସିସିସିସି ବିଆରଆଇ ପ୍ରକଳ୍ପ ଆଗକୁ ନେଇଥାଏ। ଚୀନକୁ ଆଗକୁ ନେବାରେ ସିସିସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

କରୋନା ଭାଇରସରେ ଆମେରିକା ସର୍ବାଧିକ କ୍ଷତି ହୋଇଛି। କରୋନା ବ୍ୟାପୀବା ପଛରେ ଚୀନକୁ ଆମେରିକା ଦାୟୀ କରିଛି। ଏହାପରେ ଆମେରିକା ଓ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିଛି। ଏବେ ଆମେରିକା ସପକ୍ଷରେ ଅନେକ ଦେଶ ଛିଡ଼ା ହୋଇ ଚୀନକୁ ବୟକଟ କରିବାକୁ ଯୋଜନା କରିଛନ୍ତି। ଭାରତ ମଧ୍ୟ ଏହି ପ୍ରକ୍ରିୟାରେ ସିଧାସଳଖ ସାମିଲ୍ ହୋଇନଥିଲେ ମଧ୍ୟ ପରୋକ୍ଷରେ ସାମିଲ୍ ହୋଇଛି। କରୋନା ପରେ ଗୁଲଓ୍ୱାନ ଉପତ୍ୟକାରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷ ହେବା ପରେ ଭାରତ ଏବେ ଚୀନ୍ ଜିନିଷ ଉପରେ ପ୍ରତିବନ୍ଧକ ଲଗାଇଛି।

ଚାଇନା କମ୍ୟୁନିକେସନ୍ କନଷ୍ଟ୍ରକସନ କମ୍ପାନୀ ଚୀନର ଏକ ବୃହତ ଉଦ୍ୟୋଗ କମ୍ପାନୀ। ଭିତ୍ତିଭୂମି ନର୍ମାଣ ପାଇଁ ଏହି କମ୍ପାନୀ ଜଣାଶୁଣା। ଏହା ଚାଇନାର କମ୍ୟୁନିଷ୍ଟ ପାର୍ଟିର ନିର୍ଦ୍ଦେଶରେ କାମ କରେ। ଏମିତିକି ଚାଇନାର କମ୍ୟୁନିଷ୍ଟ ପାର୍ଟିର ନିର୍ଦ୍ଦେଶରେ ଏହା ଅନେକ ଦେଶକୁ ଋଣ ଦେଇ ଫସାଇ ଦେଇଛି ବୋଲି ଆମେରିକା କହିଛି।

ଏହି କମ୍ପାନୀର ସହାୟକ କମ୍ପାନୀ ହାରବର୍ ଇଞ୍ଜିନିୟରିଂ କମ୍ପାନୀ ଶ୍ରୀଲଙ୍କାର ହାମବନ୍ତୋଟା ଠାରେ ବନ୍ଦର ନିର୍ମାଣ କାମ ଆରମ୍ଭ କରିବା ବେଳେ ସିସିସିସି ଲୋକ ଲୋଚନକୁ ଆସିଥିଲା। ଭାରତ ମହାସାଗରରେ ଏହି ବ୍ୟୟବହୁଳ ପ୍ରକଳ୍ପ ଶ୍ରୀଲଙ୍କାକୁ ବୃହତ ଋଣ ଭିତରକୁ ଠେଲି ଦେଇଛି। ଋଣ ପରିଶୋଧ ନକରିପାରିବାରୁ ଶ୍ରୀଲଙ୍କା ନିଜ ବନ୍ଦରକୁ ଚୀନକୁ ୯୯ ବର୍ଷ ପାଇଁ ଦେଇଛି। ଯାହାକି ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଏକ ପ୍ରମୁଖ ମାର୍ଗ। ଏହା ସହିତ ଶ୍ରୀଲଙ୍କା ମଧ୍ୟ ବନ୍ଦର ନିକଟରେ ଥିବା ୧୫,୦୦୦ ଏକର ଜମି ଚାଇନାକୁ ଦେଇଛି।

ପଡୋଶୀ ବାଂଲାଦେଶରେ ମଧ୍ୟ ଏହି କମ୍ପାନୀ ପ୍ରଭାବ ବିସ୍ତାର କରିଛି। ନ୍ୟୁୟର୍କ ଟାଇମ୍ସକୁ ଜଣେ ସରକାରୀ କର୍ମଚାରୀ କହିଛନ୍ତି ଯେ ସଡ଼କ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ସିସିସିସି ନାମରେ ଅଭିଯୋଗ ରହିଛି। ଏଥି ସହିତ ୨୦୦୯ରେ ବିଶ୍ୱ ବ୍ୟାଙ୍କ ସିସିସିସିକୁ ଫିଲିପାଇନ୍ସରେ ୮ ବର୍ଷ ପର୍ଯ୍ୟନ୍ତ ଏହାର ପ୍ରକଳ୍ପ ଉପରେ ଟେଣ୍ଡର କରିବାକୁ ବାରଣ କରିଥିଲା। ୨୦୧୩ ପରେ ପାଞ୍ଚ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବିଆରଆଇ ଦେଶଗୁଡିକର ଏକ ନୂଆ ଚୁକ୍ତିନାମା ଅନୁଯାୟୀ ସିସିସିସି ୬୩ ବିଲିୟନ ଡଲାର ଚୁକ୍ତି ସ୍ୱାକ୍ଷର କରିଛି।

ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ସିସିସିସିକୁ ନେଇ କହିଛନ୍ତି, ବେଜିଂର ବିସ୍ତାରବାଦୀ ଏଜେଣ୍ଡା କାର୍ଯ୍ୟକାରୀ କରିବା ପାଇଁ ସିସିସିସି ଏକ ଅସ୍ତ୍ର ପାଲଟିଛି। ଆମେରିକାର ବାଣିଜ୍ୟ ବିଭାଗ ଦ୍ୱାରା ନିଷିଦ୍ଧ ହୋଇଥିବା ଉଦ୍ୟୋଗ ତାଲିକାରେ ଚୀନର ୨୪ଟି ପ୍ରକଳ୍ପ ରହିଛି। ସେଥିମଧ୍ୟରୁ ସିସିସିସି ମଧ୍ୟ ଅନ୍ୟତମ।

ବିଆରଆଇକୁ ଟାର୍ଗେଟ କରି ପୋମ୍ପିଓ କହିଛନ୍ତି ଯେ ବୋଧହୁଏ ସମୟ ଆସିଛି, ସମାନ ଚିନ୍ତାଧାରା ଉପରେ ଚାଲୁଥିବା ଦେଶକୁ ନେଇ ଗୋଟିଏ ଗ୍ରୁପ କରିବାର। ଗଣତାନ୍ତ୍ରିକ ଦେଶକୁ ଏକ ହେବାର ସମୟ ଆସିଛି। ଚୀନ୍ କମ୍ୟୁନିଷ୍ଟ ପାର୍ଟି ପାଖରୁ ସ୍ୱାଧୀନତା ହେଉଛି ଏବେର ଅଭିଯାନ। ଏହି ଅଭିଯାନକୁ ଆଗକୁ ନେବା ପାଇଁ ଆମେରିକା ସଠିକ୍ ସ୍ଥାନରେ ଅଛି, କାରଣ ଆମର ନୀତି ଆମକୁ ଏହି ସୁଯୋଗ ଦେଇଥାଏ ବୋଲି ପୋମ୍ପିଓ କହିଛନ୍ତି।

ସୂଚନାଯୋଗ୍ୟ, ସିସିସିସି ମାଧ୍ୟମରେ ବିଆରଆଇକୁ ଟାର୍ଗେଟ କରିବା ପୂର୍ବରୁ ୱାଶିଂଟନ୍ ବିଜେଂକୁ ଲକ୍ଷ୍ୟ ରଖି ଭାରତ-ପ୍ରଶାନ୍ତ ମହାସାଗରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସାମରିକ ଶକ୍ତି ବୃଦ୍ଧି କରିଛି।

Related story