ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ନାଁରେ ଚକୋଲେଟ ପ୍ରସ୍ତୁତ କଲା ଆମେରିକା କମ୍ପାନୀ

ୱାଶିଂଟନ: ଆମେରିକାର ଗୋଟିଏ ଚକୋଲେଟ କମ୍ପାନୀ ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କୁ ନିଆରା ଢଙ୍ଗରେ ସମ୍ମାନିତ କରିଛି।  ଡାକ୍ତରଙ୍କ ସେବା ମନୋଭାବ ଯୋଗୁ କମ୍ପାନୀ ପକ୍ଷରୁ ତାଙ୍କ ନାଁରେ ଦୁଇଟି ଚକୋଲେଟ ବାହାର କରାଯାଇଛି। ଡାକ୍ତର ନୀରବ ଶାହ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ସେ ବର୍ତ୍ତମାନ ଆମେରିକାର ମାଇନେସ୍ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲର ମୁଖ୍ୟ ଅଛନ୍ତି। କରୋନା ଭାଇରସ ମହାମାରୀ କବଳରୁ ମାଇନେ ଲୋକଙ୍କୁ ସୁସ୍ଥ ରଖିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ […]

dra

Hemant Lenka
  • Published: Friday, 24 July 2020
  • , Updated: 24 July 2020, 12:08 PM IST

ୱାଶିଂଟନ: ଆମେରିକାର ଗୋଟିଏ ଚକୋଲେଟ କମ୍ପାନୀ ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କୁ ନିଆରା ଢଙ୍ଗରେ ସମ୍ମାନିତ କରିଛି।  ଡାକ୍ତରଙ୍କ ସେବା ମନୋଭାବ ଯୋଗୁ କମ୍ପାନୀ ପକ୍ଷରୁ ତାଙ୍କ ନାଁରେ ଦୁଇଟି ଚକୋଲେଟ ବାହାର କରାଯାଇଛି।

ଡାକ୍ତର ନୀରବ ଶାହ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ସେ ବର୍ତ୍ତମାନ ଆମେରିକାର ମାଇନେସ୍ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲର ମୁଖ୍ୟ ଅଛନ୍ତି। କରୋନା ଭାଇରସ ମହାମାରୀ କବଳରୁ ମାଇନେ ଲୋକଙ୍କୁ ସୁସ୍ଥ ରଖିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ Wilbur's Chocolate Confections ପକ୍ଷରୁ ଏପରି ସମ୍ମାନ ପ୍ରଦାନ କରାଯାଇଛି।

ଚକୋଲେଟ କମ୍ପାନୀ ମିଲ୍କ ଓ ଡାର୍କ ଭଳି ଦୁଇଟି ଫ୍ଲେଭରର ଲିମିଟେଡ୍‌ ଏଡିସନର ବାର୍‌ ବାହାର କରିଛି। ଏହାର ନାମ ଶାହ ବାର୍‌  ରଖାଯାଇଥିବା କମ୍ପାନୀ କହିଛି। ଏହି ଚକୋଲେଟର ଉପର କଭରରେ ନୀରବ ଶାହଙ୍କ ଫଟୋ ରହିଛି।

Related story