କରୋନା ଆକ୍ରାନ୍ତଙ୍କ ବିଲ୍ ୮ କୋଟି ୩୫ ଲକ୍ଷ

ନ୍ୟୁୟର୍କ: ୬୨ ଦିନ କରୋନା ସହିତ ଲଢ଼େଇ କରି ଜିତିଲେ ଜଣେ ୭୦ ବର୍ଷୀୟ ବୃଦ୍ଧ ମିଶେଲ ଫ୍ଲୋର । ତେବେ ହସ୍ପିଟାଲରୁ ଡିସଚାର୍ଜ ହେବା ବେଳେ ତାଙ୍କର ବିଲ୍ ୧.୧ ମିଲିଅନ୍ (୮ କୋଟି ୩୫ ଲକ୍ଷରୁ ଅଧିକ) ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବୃଦ୍ଧ ଆକ୍ରାନ୍ତ ଜଣଙ୍କ ପ୍ରାୟତଃ ଜୀବନର ଶେଷ ପର୍ଯ୍ୟାୟରେ ଥିଲେ। ହେଲେ ଡାକ୍ତରମାନେ ସମସ୍ତ ଚେଷ୍ଟା କରି ତାଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି। ମାର୍ଚ୍ଚ ୪ରେ ମିଶେଲ ନର୍ଥଓ୍ୱେଷ୍ଟ […]

US Coronavirus Survivor

Subhransu Sekhar
  • Published: Sunday, 14 June 2020
  • , Updated: 14 June 2020, 06:41 PM IST

ନ୍ୟୁୟର୍କ: ୬୨ ଦିନ କରୋନା ସହିତ ଲଢ଼େଇ କରି ଜିତିଲେ ଜଣେ ୭୦ ବର୍ଷୀୟ ବୃଦ୍ଧ ମିଶେଲ ଫ୍ଲୋର । ତେବେ ହସ୍ପିଟାଲରୁ ଡିସଚାର୍ଜ ହେବା ବେଳେ ତାଙ୍କର ବିଲ୍ ୧.୧ ମିଲିଅନ୍ (୮ କୋଟି ୩୫ ଲକ୍ଷରୁ ଅଧିକ) ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବୃଦ୍ଧ ଆକ୍ରାନ୍ତ ଜଣଙ୍କ ପ୍ରାୟତଃ ଜୀବନର ଶେଷ ପର୍ଯ୍ୟାୟରେ ଥିଲେ। ହେଲେ ଡାକ୍ତରମାନେ ସମସ୍ତ ଚେଷ୍ଟା କରି ତାଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି।

ମାର୍ଚ୍ଚ ୪ରେ ମିଶେଲ ନର୍ଥଓ୍ୱେଷ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ସେ ଆଉ ବଞ୍ଚିବେ ନାହିଁ ବୋଲି ଅନୁଭବ କରିଥିଲେ। ଏମିତିକି ତାଙ୍କ ପତ୍ନୀ ଓ ପୁଅଙ୍କୁ ଫୋନରେ ଗୁଡ୍ ବାଏ କହିସାରିଥିଲେ।

ତେବେ ଡାକ୍ତରଙ୍କ ଚେଷ୍ଟା ପରେ ବୃଦ୍ଧ ଜଣଙ୍କ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଡିସଚାର୍ଜ ବେଳେ ହସ୍ପିଟାଲ କତ୍ତୃପକ୍ଷ ଆକ୍ରାନ୍ତଙ୍କୁ ୧୮୧ ପୃଷ୍ଠାର ବିଲ୍ ଧରାଇଥିଲେ। ଯେଉଁଥିରେ ଆଇସିୟୁ ଚାର୍ଜ ପାଖରୁ ଆରମ୍ଭ କରି ଔଷଧ ଓ ଅନ୍ୟାନ୍ୟ ଦେୟ ରହିଛି। ତେବେ ଆକ୍ରାନ୍ତ ଜଣଙ୍କ ବୀମା କରିଥିବାରୁ ଏତେ ବଡ଼ ଦେୟ ବୋଝରୁ ବର୍ତ୍ତି ଯାଇଛନ୍ତି।

Related story