ଭାରତ ଗସ୍ତରେ ଆମେରିକା ପ୍ରତିରକ୍ଷା ସଚିବ: କହିଲେ ଉଭୟ ମିଶି ଆତଙ୍କବାଦକୁ ଧ୍ୱଂସ କରିବା

ନୂଆଦିଲ୍ଲୀ: ବିଶ୍ୱର ଯେ କୌଣସି ସ୍ଥାନକୁ ଆତଙ୍କବାଦୀଙ୍କ  ସୁରକ୍ଷିତ ଠିକଣା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ଏହାକୁ ଧ୍ୱଂସ କରିବା ପାଇଁ ଆମେରିକା ଭାରତ ସହ ମିଶି କାମ କରିବ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆଦାନ ପ୍ରଦାନ ହେବ । ଭାରତ ଗସ୍ତରେ ଆସିଥିବା ଆମେରିକା ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍ ଏହା କହିଛନ୍ତି।  ମାଟିସ୍ ଓ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟରେ ଆତଙ୍କବାଦ ପ୍ରସଙ୍ଗ […]

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 05:53 PM IST

ନୂଆଦିଲ୍ଲୀ: ବିଶ୍ୱର ଯେ କୌଣସି ସ୍ଥାନକୁ ଆତଙ୍କବାଦୀଙ୍କ  ସୁରକ୍ଷିତ ଠିକଣା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ଏହାକୁ ଧ୍ୱଂସ କରିବା ପାଇଁ ଆମେରିକା ଭାରତ ସହ ମିଶି କାମ କରିବ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆଦାନ ପ୍ରଦାନ ହେବ । ଭାରତ ଗସ୍ତରେ ଆସିଥିବା ଆମେରିକା ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍ ଏହା କହିଛନ୍ତି।  ମାଟିସ୍ ଓ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟରେ ଆତଙ୍କବାଦ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ପାକିସ୍ତାନ ସରକାର ସହ ସେଠାରେ ଥିବା ସୁରକ୍ଷିତ ଆତଙ୍କବାଦୀ ଠିକଣା ଉପରେ ଆମେରିକା କଥାବାର୍ତ୍ତା ହେବା ଉଚିତ୍ ବୋଲି ସୀତାରମଣ ମାଟିସଙ୍କୁ କହିଥିଲେ।

ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଦୁଇ ଦେଶ ମଧ୍ୟରେ ସୈନ୍ୟ ଅଭ୍ୟାସ ବୃଦ୍ଧି କରାଯିବ।  ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଆମେରିକାର କୌଣସି ସଚିବ ଭାରତ ଗସ୍ତରେ ଆସିଛନ୍ତି।  ଏହାପରେ ମାଟିସ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ।

Related story