ହାତରେ ବେଲଚା ଧରି ଗଛ ଲଗାଇଲେ ଟ୍ରମ୍ପ ଦମ୍ପତି

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଆଜି ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଠାରେ ଥିବା ବାପୁଙ୍କ ସାମଧିରେ ଉଭୟ ପୁଷ୍କାଞ୍ଜଳି ଦେଇଛନ୍ତି। ଏହି ସମୟରେ ରାଜଘାଟରେ ଟ୍ରମ୍ପ ଦମ୍ପତି ଗୋଟିଏ ଗଛ ଲଗାଇଛନ୍ତି। ଗଛ ଲଗାଇବା ପାଇଁ ଟ୍ରମ୍ପ ଓ ମେଲାନିଆ ହାତରେ ବେଲଚା ଧରିଥିଲେ। ବେଲଚା ଧରି ସେମାନେ ଗଛରେ ମାଟି ଦେଇଥିଲେ। ଗଛ ଲଗାଇବା ପରେ […]

es

Hemant Lenka
  • Published: Tuesday, 25 February 2020
  • , Updated: 25 February 2020, 02:53 PM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଆଜି ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏଠାରେ ଥିବା ବାପୁଙ୍କ ସାମଧିରେ ଉଭୟ ପୁଷ୍କାଞ୍ଜଳି ଦେଇଛନ୍ତି। ଏହି ସମୟରେ ରାଜଘାଟରେ ଟ୍ରମ୍ପ ଦମ୍ପତି ଗୋଟିଏ ଗଛ ଲଗାଇଛନ୍ତି। ଗଛ ଲଗାଇବା ପାଇଁ ଟ୍ରମ୍ପ ଓ ମେଲାନିଆ ହାତରେ ବେଲଚା ଧରିଥିଲେ।

ବେଲଚା ଧରି ସେମାନେ ଗଛରେ ମାଟି ଦେଇଥିଲେ। ଗଛ ଲଗାଇବା ପରେ ତାଙ୍କୁ ମହାତ୍ମା ଗାନ୍ଧିଙ୍କ ଏକ ପ୍ରତିମୂର୍ତ୍ତି ଉପହାର ଦିଆଯାଇଥିଲା। ଏହି ସମୟରେ ଟ୍ରମ୍ପ ଦମ୍ପତିଙ୍କ ପାଖରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ରହିଥିଲେ।

ରାଜଘାଟରୁ ଟ୍ରମ୍ପ ବ୍ୟବସାୟିକ ଆଲୋଚନା ପାଇଁ ହାଇଦ୍ରାବାଦ ହାଉସ ଯାଇଥିଲେ। ସେହିପରି ମେଲାନିଆ ଦିଲ୍ଲୀ ସ୍କୁଲ ଗସ୍ତ କରିଥିଲେ।

Related story