୯୦ ହଜାର ଡେଇଁଲା ଆମେରିକା ମୃତ୍ୟୁସଂଖ୍ୟା, ସ୍ପେନକୁ ଅତିକ୍ରମ କଲା ରୁଷ

ୱାଶିଂଟନ: ମହାମାରୀ କରୋନା ଭାଇରସ ଆମେରିକାରେ ବେଲଗାମ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ କରୋନା ଜିନି ମୃତ୍ୟୁସଂଖ୍ୟା ଲକ୍ଷେ ମୁହାଁ ହେଲାଣି। ଗତ ୨୪ ଘଣ୍ଟାରେ କରୋନା ପୁଣି ଆମେରିକାରେ ୮୨୦ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୯୦,୯୭୮ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୫,୨୭,୬୬୪ ରହିଛି। ଗତ ୨୪ ଘଣ୍ଟାରେ ପ୍ରାୟ ୨୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ […]

n

Hemant Lenka
  • Published: Monday, 18 May 2020
  • , Updated: 18 May 2020, 09:05 AM IST

ୱାଶିଂଟନ: ମହାମାରୀ କରୋନା ଭାଇରସ ଆମେରିକାରେ ବେଲଗାମ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ କରୋନା ଜିନି ମୃତ୍ୟୁସଂଖ୍ୟା ଲକ୍ଷେ ମୁହାଁ ହେଲାଣି। ଗତ ୨୪ ଘଣ୍ଟାରେ କରୋନା ପୁଣି ଆମେରିକାରେ ୮୨୦ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୯୦,୯୭୮ରେ ପହଞ୍ଚି ଯାଇଛି।

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୫,୨୭,୬୬୪ ରହିଛି। ଗତ ୨୪ ଘଣ୍ଟାରେ ପ୍ରାୟ ୨୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏଯାଏ ୩,୪୬,୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାର ନ୍ୟୁୟର୍କ କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ଅନ୍ୟପକ୍ଷରେ ଦେଶର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ରୁଷ ସ୍ଥିତି ବି ଧୀରେଧୀରେ ଜଟିଳ ହେବାରେ ଲାଗିଛି। କରୋନା ଦ୍ୱାରା ଆମେରିକା ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରୁଷ। ପୂର୍ବରୁ କରୋନା ଆକ୍ରାନ୍ତ ତାଲିକାରେ ସ୍ପେନ ଦ୍ୱିତୀୟ ସ୍ଥାନରେ ଥିଲା। ହେଲେ ଏବେ ରୁଷ ଦ୍ୱିତୀୟ ସ୍ଥାନକୁ ଚାଲି ଯାଇଛି।

ରୁଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧,୭୫୨ ଥିବା ବେଳେ ୨୬୩୧ ଜଣ ପ୍ରାଣ ହରାଇଛନ୍ତି। ଏଠାରେ ମୃତ୍ୟୁହାର କମ ରହିଥିଲେ ହେଁ ପ୍ରତିଦିନ ୨୨ରୁ ୨୫ ହଜାର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଆକ୍ରାନ୍ତ ୨,୮୧,୭୫୨ ଜଣଙ୍କ ମଧ୍ୟରୁ ୬୭,୩୭୩ ଜଣ ସୁସ୍ଥ ହୋଇଛନ୍ତି।

ବିଶ୍ୱର ଏକାଧିକ ଶକ୍ତିଶାଳୀ ଓ ଆର୍ଥିକ ସ୍ଥିତିରେ ସୁଦୃଢ଼ ରହିଥିବା ଦେଶଗୁଡ଼ିକ ହିଁ କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି। ଆମେରିକା ଓ ରୁଷ ବାଦ ତୃତୀୟରେ ସ୍ପେନ(୨,୭୭,୭୧୯), ବ୍ରିଟେନ(୨,୪୩,୬୯୫), ବ୍ରାଜିଲ(୨,୪୧,୦୮୦), ଇଟାଲୀ(୨,୨୫,୪୩୫) ଓ ଫ୍ରାନ୍ସ(୧,୭୯,୫୬୯) ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କ୍ଷତିଗ୍ରସ୍ତ ତାଲିକାରେ ଭାରତ ୧୧ ତମ ସ୍ଥାନରେ ଥିବା ବେଳେ ଚାଇନା ୧୩ତମ ସ୍ଥାନରେ ରହିଛି।

ବିଶ୍ୱକଥା ଦେଖିଲେ, ଏଯାଏ ୨୧୩ଟି ଦେଶ ଓ ୨ଟି ଜାହାଜକୁ ସଂକ୍ରମିତ କରିଥିବା କରୋନା ୩,୧୬,୬୭୧ ଜଣଙ୍କ ମୁଣ୍ଡ ନେଇସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୮,୦୧,୮୭୫ ରହିଛି। ବିଶ୍ୱର ୧୮,୫୮,୧୭୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related story