ସୁଲେମାନୀଙ୍କ ମୃତ୍ୟୁରେ ଉତ୍ସବ ମନାଇଲେ ଇରାକ ନାଗରିକ!

ବାଗଦାଦ୍‌: ଗୁରୁବାର ଆମେରିକାର ରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଟ୍ୱିଟରରେ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ କିଛି ଇରାକ ନାଗରିକ ନାଚୁଥିବାର ଦେଖାଯାଉଛି। ଇରାନ୍‌ର ଶୀର୍ଷ ସ୍ତରର କମାଣ୍ଡର କାସିମ୍‌ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ସେମାନେ ଏଭଳି ନାଚୁଥିବା ସେ କହିଛନ୍ତି। ସେ ଏକ ଟ୍ୱିଟ୍‌ କରି କହିଛନ୍ତି, ଇରାକ ନାଗରିକମାନେ ସ୍ୱାଧୀନତା ପାଇଁ ଗଳିରେ ନାଚୁଛନ୍ତି। ସେମାନେ କୃତଜ୍ଞ ଯେ ଜେନେରାଲ ସୋଲେମାନୀଙ୍କର ମୃତ୍ୟୁ ହୋଇଛି। ଏଥିରେ ଏକ ଭିଡିଓ ରହିଛି […]

Mike-Iraq

Subrat Kumar Nayak
  • Published: Friday, 03 January 2020
  • , Updated: 03 January 2020, 04:48 PM IST

ବାଗଦାଦ୍‌: ଗୁରୁବାର ଆମେରିକାର ରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଟ୍ୱିଟରରେ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ କିଛି ଇରାକ ନାଗରିକ ନାଚୁଥିବାର ଦେଖାଯାଉଛି। ଇରାନ୍‌ର ଶୀର୍ଷ ସ୍ତରର କମାଣ୍ଡର କାସିମ୍‌ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ସେମାନେ ଏଭଳି ନାଚୁଥିବା ସେ କହିଛନ୍ତି।

ସେ ଏକ ଟ୍ୱିଟ୍‌ କରି କହିଛନ୍ତି, ଇରାକ ନାଗରିକମାନେ ସ୍ୱାଧୀନତା ପାଇଁ ଗଳିରେ ନାଚୁଛନ୍ତି। ସେମାନେ କୃତଜ୍ଞ ଯେ ଜେନେରାଲ ସୋଲେମାନୀଙ୍କର ମୃତ୍ୟୁ ହୋଇଛି। ଏଥିରେ ଏକ ଭିଡିଓ ରହିଛି ଯେଉଁଥିରେ କିଛି ଲୋକ ରାସ୍ତାରେ ଇରାକର ପତାକା ଧରି ଧାଉଁଛନ୍ତି। ସେମାନଙ୍କ ହାତରେ ଅନ୍ୟ କିଛି ବ୍ୟାନର ମଧ୍ୟ ଅଛି।

https://twitter.com/SecPompeo/status/1212955403077767168?s=20
ସୂଚନାଯୋଗ୍ୟ ଯେ, ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ଘଟିଛି। ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯାଉଥିବା ବେଳେ ଆମେରିକା ସେନା ଏୟାର ଷ୍ଟ୍ରାଇକ କରିବାରୁ ତାଙ୍କର ମୃତ୍ୟୁ ଘଟିଛି।

ସୁଲେମାନୀ ନିଜର ପ୍ରୋଟୋକଲ ସହିତ ବିମାନବନ୍ଦରକୁ ଯାଉଥିବାବେଳେ ଆମେରିକା ଏହି ଦୁଃସାହାସିକ ପଦକ୍ଷେପ ଗ୍ରହଣ କରିଛି। ଏଥିରେ ସୁଲେମାନୀଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଇରାକର ପପୁଲାର ମୋବିଲାଇଜେସନ ଫୋର୍ସର ଡେପୁଟି କମାଣ୍ଡର ଆବୁ ମେହଦି ଅଲ ମୁହାଁନ୍ଦିସର ମଧ୍ୟ ରହିଛନ୍ତି। ଏଭଳି ଆକ୍ରମଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ ହୋଇଛି ବୋଲି ପେଣ୍ଟାଗନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Related story