ମେଡ ଇନ୍‌ ଇଣ୍ଡିଆ ଇନସାସର ପ୍ରଶଂସାରେ ଶତମୁଖ ଆମେରିକା ସେନା

ୱାସିଂଟନ: ଭାରତୀୟଙ୍କ ପାଇଁ ଏକ ଖୁସି ଖବର। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ଆମେରିକାର ଯବାନମାନେ ଭାରତ ପ୍ରସ୍ତୁତ ଇନସାସକୁ ପ୍ରଶଂସା କରିଛନ୍ତି। ଆମେରିକାର ଯବାନ ଭାରତୀୟ ଇନସାସ ବ୍ୟବହାର କରିବା ପରେ ଏହା ବହୁତ ଭଲ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଭାରତ ଓ ଆମେରିକା ମଧ୍ୟରେ ଗତ ୧୪ ତାରିଖରୁ ସମରାଭ୍ୟାସ ଚାଲିଛି। ଏହା ଆସନ୍ତାକାଲି ଶେଷ ହେବ। ୱାସିଂଟନ ନିକଟରେ ଥିବା ଆମେରିକାର ସେନା ବେସ୍‌ରେ ଏହି ସମରାଭ୍ୟାସ ଚାଲିଛି। ଏହି ଅବସରରେ ଜଣେ […]

Rakesh Mallick
  • Published: Wednesday, 27 September 2017
  • , Updated: 27 September 2017, 03:20 AM IST

ୱାସିଂଟନ: ଭାରତୀୟଙ୍କ ପାଇଁ ଏକ ଖୁସି ଖବର। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ଆମେରିକାର ଯବାନମାନେ ଭାରତ ପ୍ରସ୍ତୁତ ଇନସାସକୁ ପ୍ରଶଂସା କରିଛନ୍ତି। ଆମେରିକାର ଯବାନ ଭାରତୀୟ ଇନସାସ ବ୍ୟବହାର କରିବା ପରେ ଏହା ବହୁତ ଭଲ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ଆମେରିକା ମଧ୍ୟରେ ଗତ ୧୪ ତାରିଖରୁ ସମରାଭ୍ୟାସ ଚାଲିଛି। ଏହା ଆସନ୍ତାକାଲି ଶେଷ ହେବ। ୱାସିଂଟନ ନିକଟରେ ଥିବା ଆମେରିକାର ସେନା ବେସ୍‌ରେ ଏହି ସମରାଭ୍ୟାସ ଚାଲିଛି। ଏହି ଅବସରରେ ଜଣେ ଆମେରିକା ଯବାନ ଭାରତ ନିର୍ମିତ ଇନସାସ ରାଇଫଳରେ ଲକ୍ଷ୍ୟଭେଦ କରିବା ପରେ, ଏହା ବହୁତ ଭଲ ବୋଲି କହିଛନ୍ତି।

ଉଭୟ ଦେଶର ଯବାନଙ୍କୁ ନେଇ ପ୍ରଥମଥର ପାଇଁ ଏପରି ଲମ୍ବା ସମରାଭ୍ୟାସ ଚାଲିଛି। ବିଭିନ୍ନ କାରଣରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଆମେରିକାର ରକ୍ଷାମନ୍ତ୍ରୀ ଏବେ ଭାରତ ଗସ୍ତରେ ଥିବାରୁ ଏହାର ଗୁରୁତ୍ୱ ଆହୁରି ବଢି ଯାଇଛି।

Related story