'ଗୁପ୍ତଚର କାର୍ଯ୍ୟ ପାଇଁ ଚୀନ୍ ଦୂତାବାସ ନିଜ ଲୋକଙ୍କୁ ଉତ୍ସାହିତ କରେ'

ନ୍ୟୁୟର୍କ: ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପର ଯୁଦ୍ଧ ଏବେ କୂଟନୀତିକ ଯୁଦ୍ଧରେ ପହଞ୍ଚିଛି। ଆମେରିକା ଟେକ୍ସାସର ହ୍ୟୁଷ୍ଟନ୍‌ରେ ଥିବା ଚୀନର କନସୁଲେଟ୍ ବନ୍ଦ କରିବାକୁ କହିଛି ଏବଂ କିଛି ଘଣ୍ଟା ପରେ ଆମେରିକାର ଅଧିକାରୀମାନେ ଦୂତାବାସ ଭବନକୁ ନିଜ ଅଧିନକୁ ନେଇଥିଲେ। ଚୀନ୍ ଦୂତାବାସ ଆମେରିକାରେ ଗୁପ୍ତଚର ବ୍ୟବହାର କରୁଥିଲା, ଆମେରିକାର ବୈଦେଶିକ ବିଭାଗ ଗୁପ୍ତଚର ଅଧିକାରୀଙ୍କ ବାବଦରେ ଜାଣିବା ପରେ ଦୂତାବାସ ବନ୍ଦ କରିବାକୁ କୁହାଯାଇଛି ବୋଲି ଆମେରିକାର ବୈଦେଶିକ ବିଭାଗର […]

Trump-Xi

Trump-Xi

Subhransu Sekhar
  • Published: Monday, 27 July 2020
  • Updated: 27 July 2020, 11:00 PM IST

Sports

Latest News

ନ୍ୟୁୟର୍କ: ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପର ଯୁଦ୍ଧ ଏବେ କୂଟନୀତିକ ଯୁଦ୍ଧରେ ପହଞ୍ଚିଛି। ଆମେରିକା ଟେକ୍ସାସର ହ୍ୟୁଷ୍ଟନ୍‌ରେ ଥିବା ଚୀନର କନସୁଲେଟ୍ ବନ୍ଦ କରିବାକୁ କହିଛି ଏବଂ କିଛି ଘଣ୍ଟା ପରେ ଆମେରିକାର ଅଧିକାରୀମାନେ ଦୂତାବାସ ଭବନକୁ ନିଜ ଅଧିନକୁ ନେଇଥିଲେ।

ଚୀନ୍ ଦୂତାବାସ ଆମେରିକାରେ ଗୁପ୍ତଚର ବ୍ୟବହାର କରୁଥିଲା, ଆମେରିକାର ବୈଦେଶିକ ବିଭାଗ ଗୁପ୍ତଚର ଅଧିକାରୀଙ୍କ ବାବଦରେ ଜାଣିବା ପରେ ଦୂତାବାସ ବନ୍ଦ କରିବାକୁ କୁହାଯାଇଛି ବୋଲି ଆମେରିକାର ବୈଦେଶିକ ବିଭାଗର ଅଧିକାରୀମାନେ ବିବୃତ୍ତି ଜାରି କରି କହିଛନ୍ତି।

ଚାଇନାର କିଛି ଲୋକ ଚାଇନାର ଦୂତାବାସ ଛାତ୍ର ଭିସା ଉପରେ ଗବେଷଣା କରିବାକୁ ଆସନ୍ତି। ଏହା ପରେ, ସେହି ଲୋକମାନେ ବିଦେଶରେ ନୂତନ ଟେକ୍ନୋଲୋଜି ଶିଖନ୍ତି, ଆଉ ଏହାପରେ ଚୀନରେ ଯାଇ ଶିଖିଥିବା ଟେକ୍ନୋଲଜିକୁ ବ୍ୟବହାର କରନ୍ତି। ଏମିତିକି ଚୀନ୍ ଦୂତାବାସ ଗୁପ୍ତଚର କାର୍ଯ୍ୟ ପାଇଁ ଚୀନ୍ ଲୋକଙ୍କୁ ଉତ୍ସାହିତ କରିଥାଏ।

ହ୍ୟୁଷ୍ଟନରେ ଚୀନ୍ ଦୂତାବାସ ବନ୍ଦ ହେବାର ପ୍ରତିକ୍ରିୟାରେ ଚୀନ୍ କହିଛି, ଶୁକ୍ରବାର ଦିନ ଚେଙ୍ଗଡୁରେ ଥିବା କନସୁଲେଟ୍ ବନ୍ଦ କରିବାକୁ ଆମେରିକାକୁ କହିଛି, ଏହା ପରେ ଆମେରିକାର ଅଧିକାରୀମାନେ ସେଠାରୁ ଫେରି ଆସିଥିଲେ।

ଏଥି ସହିତ ସିଙ୍ଗାପୁରର ଜଣେ ନାଗରିକ ଆମେରିକାରେ ଚୀନ୍ ପାଇଁ ଗୁପ୍ତଚର କରିଥିବା ସ୍ୱୀକାର କରିଛନ୍ତି। ଆମେରିକାର ଜଷ୍ଟିସ୍ ମନ୍ତ୍ରାଳୟ କହିଛି ଯେ ଜୁନ୍ ୱେ ୟୋ ଆକା ଡିକ୍ସନ୍ ୟୋ ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କରେ ଏକ ପିଟିସନ ଦାଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos