ସରିଲା ୧୮ ବର୍ଷର ମହାଯୁଦ୍ଧ, ଶାନ୍ତି ଚୁକ୍ତି ସ୍ୱାକ୍ଷର କଲେ ତାଲିବାନ ଏବଂ ଆମେରିକା

ଦୋହା: ଶେଷରେ ଆମେରିକାର ଦୀର୍ଘତମ ଯୁଦ୍ଧର ଅନ୍ତ ଘଟିଛି। ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି। ଆମେରିକା ଏହାପରେ ଆଫଗାନିସ୍ତାନରେ ନିୟୋଜିତ ହଜାର ହଜାର ଯବାନଙ୍କୁ ଖାଲି କରିବ। ଶନିବାର ଏହି ଚୁକ୍ତି ପରେ ଆମେରିକାର ଯବାନଙ୍କ ସଂଖ୍ୟା ୧୩୦୦୦ ଜଣରୁ ଆସନ୍ତା ୪ ମାସରୁ ଆରମ୍ଭ କରି ୫ ମାସ ମଧ୍ୟରେ ୮,୬୦୦କୁ କମିଯିବ। ଆସନ୍ତା ୧୪ ମାସରେ ଆତଙ୍କବାଦର ପ୍ରାଦୁର୍ଭାବ କିମବା ଉପରେ ଯବାନଙ୍କ ସଂଖ୍ୟା କମାଯିବ। ଏହା ଆମେରିକା ଉପରେ […]

afgan

Subrat Kumar Nayak
  • Published: Saturday, 29 February 2020
  • , Updated: 29 February 2020, 09:27 PM IST

ଦୋହା: ଶେଷରେ ଆମେରିକାର ଦୀର୍ଘତମ ଯୁଦ୍ଧର ଅନ୍ତ ଘଟିଛି। ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି। ଆମେରିକା ଏହାପରେ ଆଫଗାନିସ୍ତାନରେ ନିୟୋଜିତ ହଜାର ହଜାର ଯବାନଙ୍କୁ ଖାଲି କରିବ।

ଶନିବାର ଏହି ଚୁକ୍ତି ପରେ ଆମେରିକାର ଯବାନଙ୍କ ସଂଖ୍ୟା ୧୩୦୦୦ ଜଣରୁ ଆସନ୍ତା ୪ ମାସରୁ ଆରମ୍ଭ କରି ୫ ମାସ ମଧ୍ୟରେ ୮,୬୦୦କୁ କମିଯିବ। ଆସନ୍ତା ୧୪ ମାସରେ ଆତଙ୍କବାଦର ପ୍ରାଦୁର୍ଭାବ କିମବା ଉପରେ ଯବାନଙ୍କ ସଂଖ୍ୟା କମାଯିବ। ଏହା ଆମେରିକା ଉପରେ ନର୍ଭର କରିବ।

ଶନିବାର ୧୮ ବର୍ଷର ରକ୍ତପାତରେ ଅନ୍ତ ଘଟିଛି। ଆମେରିକା ତାଲିବାନଙ୍କ ଆତଙ୍କବାଦୀଙ୍କ ସହ ଚୁକ୍ତି କରିବା ସହ ଆମେରିକାର ଯବାନ ଦେଶକୁ ଫେରିବା ଆରମ୍ଭ କରିବେ।

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖର ଆକ୍ରମଣ ପରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ଆଫଗାନିସ୍ତାନରେ ଆତଙ୍କବାଦୀ ଦମନ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦିନ ଆମେରିକା ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା।

ଏହାପରେ ଆତଙ୍କବାଦୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଅଲ କାଏଦା ସଂଗଠନ ଏବଂ ଆତଙ୍କୀ ଓସାମା ବିନ୍ ଲାଡେନ୍ ପାକିସ୍ତାନରେ ଲୁଚିବାକୁ ପଳାଇଥିଲେ। ଏହାପରେ ଆମେରିକା ଆଫଗାନିସ୍ତାନରେ ପ୍ରଭାବ ବିସ୍ତାର କରି ସ୍ଥିରତା ଆଣିବାକୁ ପ୍ରୟାସ କରିଥିଲା। କିନ୍ତୁ ପରେ ମେଳି ବାନ୍ଧିଥିବା ତାଲିବାନ ଯୁଦ୍ଧଂ ଦେହୀ ଡାକରା ଦେଇ ଆଫଗାନିସ୍ତାନରେ ଦବ୍ଦବା ଜାହିର କରିବାର ପ୍ରୟାସ କରିଥିଲେ।

ଆପଗାନିସ୍ତାନରେ ଆମେରିକା କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛି ସତ, ଏହା ସେଠାକାର ନାଗରିକ ଏବଂ ନେତାଙ୍କ ପାଁ ଗ୍ରହଣୀୟ ନଥିଲା। ଏହା ସେମାନଙ୍କ ପାଇଁ ଲକ୍ଷ୍ୟହୀନ ମନେ ହେଉଥିଲା। ତେବେ ମଧ୍ୟପ୍ରାଚ୍ୟରେ ଶାନ୍ତି ଆଣିବାକୁ ପ୍ରତିଶ୍ରୁତି ଦେଇଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ଦିଗରେ ଆଜି ପ୍ରଥମ ପଦକ୍ଷେପ ନେଇଥିବା କୁହାଯାଉଛି।

Related story