ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: ଚାରିଧାମ ଯାତ୍ରା ସ୍ଥଗିତ

ଡେରାଡୁନ୍: ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ଦ୍ୱାରା ନଦୀ ଫୁଲିବାରେ ଲାଗିଛି। ଅଧିକାଂଶ ଅଞ୍ଚଳରେ ନଦୀଗୁଡିକ ବିପଦସ୍ତର ଉପରେ ପ୍ରବାହିତ ହେଉଛି। ଏପରି ସ୍ଥିତିରେ ଚାରିଧାମ ଯାତ୍ରାକୁ ସ୍ଥଗିତ କରିଦିଆଯାଇଛି। ନଦୀ ନିକଟରେ ଥିବା ଘରଗୁଡିକରେ ପାଣି ପସିଯାଇଛି। ଉତ୍ତରକାଶୀରେ ଭାଗିରଥୀ ନଦୀ ଫୁଲିବାରେ ଲାଗିଛି। ବଦ୍ରିନାଥକୁ ସଂଯୋଗ କରୁଥିବା ୫୮ ନମ୍ୱର ଜାତୀୟ ରାଜପଥ ଭାଙ୍ଗି ଯାଇଛି। ଅନେକ ସ୍ଥାନରେ ଭୂସ୍ଖଳନ ହେବାରୁ ଚାରିଧାମ ଯାତ୍ରା ସ୍ଥଗିତ କରାଯାଇଛି। […]

char-dham

char-dham

Rakesh Mallick
  • Published: Friday, 26 June 2015
  • Updated: 26 June 2015, 06:02 AM IST

Sports

Latest News

ଡେରାଡୁନ୍: ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ଦ୍ୱାରା ନଦୀ ଫୁଲିବାରେ ଲାଗିଛି। ଅଧିକାଂଶ ଅଞ୍ଚଳରେ ନଦୀଗୁଡିକ ବିପଦସ୍ତର ଉପରେ ପ୍ରବାହିତ ହେଉଛି। ଏପରି ସ୍ଥିତିରେ ଚାରିଧାମ ଯାତ୍ରାକୁ ସ୍ଥଗିତ କରିଦିଆଯାଇଛି। ନଦୀ ନିକଟରେ ଥିବା ଘରଗୁଡିକରେ ପାଣି ପସିଯାଇଛି। ଉତ୍ତରକାଶୀରେ ଭାଗିରଥୀ ନଦୀ ଫୁଲିବାରେ ଲାଗିଛି।

ବଦ୍ରିନାଥକୁ ସଂଯୋଗ କରୁଥିବା ୫୮ ନମ୍ୱର ଜାତୀୟ ରାଜପଥ ଭାଙ୍ଗି ଯାଇଛି। ଅନେକ ସ୍ଥାନରେ ଭୂସ୍ଖଳନ ହେବାରୁ ଚାରିଧାମ ଯାତ୍ରା ସ୍ଥଗିତ କରାଯାଇଛି। ହିମକୁଣ୍ଡ ରାସ୍ତାରେ  ପ୍ରାୟ ୪ ହଜାର ଯାତ୍ରୀ ଫସି ରହିଛନ୍ତି। କେଦାରନାଥ ଯିବାକୁ ଥିବା ସୋନପ୍ରୟାଗ ଓ ଗିରିକୁଣ୍ଡ ମଧ୍ୟ ମନ୍ଦାଗିନି ନଦୀରେ ତିଆରି ହୋଇଥିବା ଏକ ପୋଲ ବର୍ଷା ଯୋଗୁଁ ଭାସି ଯାଇଛି। ଏଥିରେ କେହି ଆହତ ହୋଇଥିବାର ସୂଚନା ମିଳି ନ ଥିବା ରଦ୍ରପ୍ରୟୋଗ ଜିଲ୍ଲାର ମାଜିଷ୍ଟ୍ରେଟ୍ ରାଘବ ଲେଗର କହିଛନ୍ତି। ପୋଲ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। କେଦାରନାଥକୁ ଗାଡି ଚଳାଚଳ ଲାଗି ଏହି ପୋଲ ବ୍ୟବହାର ହେଉଥିଲା। ସେ ଆହୁରି କହିଛନ୍ତି ଯେ, ପୋଲ ଭାସି ଯାଇଥିବାରୁ କେଦାରନାଥ ଯାତ୍ରା ପୁଣି ଆରମ୍ଭ ହେଲେ ଯାନବାହାନକୁ ସୋନପ୍ରୟାଗରୁ ଆଗକୁ ଯିବାକୁ ଅନୁମତି ମିଳିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos