୨୪ ଘଣ୍ଟାରେ ୬ ଏନ୍‌କାଉଣ୍ଟର, ଜଣେ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏବେ ଅପରାଧୀଙ୍କ ମଧ୍ୟରେ ଛନକା ପଶିଛି। କେଉଁଠି ଲୁଛିବେ ଜାଗା ଖୋଜୁଛନ୍ତି। ସେମାନଙ୍କ ଧାରଣା ଆସି ଯାଇଛି, ଯୋଗୀ ଶାସନରେ ଆଉ ଦାଦାଗିରି ଚଳିବ ନାହିଁ। ପଦାକୁ ବାହାରିବେ ତ ଜୀବନ ଚାଲିଯିବ। ଏପରି କହିବାର କାରଣ ହେଲା, ଏବେ ଉତ୍ତରପ୍ରଦେଶରେ ଚାଲିଛି ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର। ଜଣକ ପରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଟଳି ପଡ଼ୁଛନ୍ତି। ମାତ୍ର ୨୪ ଘଣ୍ଟାରେ ପୋଲିସ ୬ ଟି ସ୍ଥାନରେ ଏନ୍‌କାଉଣ୍ଟର କରିଛି। ନୋଇଡାରେ ଏନ୍‌କାଉଣ୍ଟରରେ ଜଣେ […]

police

Rakesh Mallick
  • Published: Sunday, 25 March 2018
  • , Updated: 25 March 2018, 12:08 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏବେ ଅପରାଧୀଙ୍କ ମଧ୍ୟରେ ଛନକା ପଶିଛି। କେଉଁଠି ଲୁଛିବେ ଜାଗା ଖୋଜୁଛନ୍ତି। ସେମାନଙ୍କ ଧାରଣା ଆସି ଯାଇଛି, ଯୋଗୀ ଶାସନରେ ଆଉ ଦାଦାଗିରି ଚଳିବ ନାହିଁ। ପଦାକୁ ବାହାରିବେ ତ ଜୀବନ ଚାଲିଯିବ। ଏପରି କହିବାର କାରଣ ହେଲା, ଏବେ ଉତ୍ତରପ୍ରଦେଶରେ ଚାଲିଛି ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର। ଜଣକ ପରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଟଳି ପଡ଼ୁଛନ୍ତି। ମାତ୍ର ୨୪ ଘଣ୍ଟାରେ ପୋଲିସ ୬ ଟି ସ୍ଥାନରେ ଏନ୍‌କାଉଣ୍ଟର କରିଛି। ନୋଇଡାରେ ଏନ୍‌କାଉଣ୍ଟରରେ ଜଣେ ଅପରାଧୀଙ୍କ ମୃତ୍ୟୁ ଘଟିଛି। ତା’ ପାଖରୁ ଏକ AK-47 ଜବତ କରାଯାଇଛି।

ସେହିପରି ମୁଜାଫରନଗରରେ ପୋଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଏନ୍‌କାଉଣ୍ଟରରେ ୧୦ ହଜାର ଲେଖାଏଁ ପୁରସ୍କାର ଥିବା ଦୁଇଜଣ ଅପରାଧୀ ଆହତ ହୋଇଛନ୍ତି। ଗାଜିଆବାଗରେ ଗୋଟିଏ ରାତିରେ ଦୁଇଟି ସ୍ଥାନରେ ପୋଲିସ ଅପରାଧୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ପୋଲିସ କର୍ମଚାରୀ ଓ ଦୁଇ ଅପରାଧୀ ଆହତ ହୋଇଛନ୍ତି। ବିଜୟ ନଗରରେ ପୋଲିସ ଜଣେ ହିଷ୍ଟ୍ରି ସୁଟରକୁ ଏନ୍‌କାଉଣ୍ଟର ପରେ କାବୁ କରିଛି।

Related story