ପଦୋନ୍ନତି କ୍ଷେତ୍ରରେ କୋଟା ବ୍ୟବସ୍ଥା ଉଚ୍ଛେଦ କଲେ ସରକାର

ଡେରାଡୁନ: ଚାକିରିରେ ପଦୋନ୍ନତି ପାଇଁ ଥିବା କୋଟା ବା ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି ଉତ୍ତରାଖଣ୍ଡ ସରକାର। ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ରାଓତ ଏ ନେଇ ଘୋଷଣା କରିଛନ୍ତି। ପଦୋନ୍ନତି ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ରହିବା ଠିକ୍ ନୁହେଁ। ହେଲେ କୌଣସି ସରକାର ଚାହିଁଲେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ ବୋଲି ନିକଟରେ ସୁପ୍ରିମକୋର୍ଟ କହିଥିଲେ। ଏହାପରେ କୋଟା ବ୍ୟବସ୍ଥା ଉଚ୍ଛେଦ କରିବା ଦାବିରେ ଜେନେରାଲ ଓ ଓବିସି ଶ୍ରେଣୀର ସରକାରୀ ଚାକିରିଆମାନେ ହରତାଳ କରିଥିଲେ। ହରତାଳର […]

TRIVENDRA SINGH RAWAT

Subhransu Sekhar
  • Published: Thursday, 19 March 2020
  • , Updated: 19 March 2020, 04:05 PM IST

ଡେରାଡୁନ: ଚାକିରିରେ ପଦୋନ୍ନତି ପାଇଁ ଥିବା କୋଟା ବା ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି ଉତ୍ତରାଖଣ୍ଡ ସରକାର। ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ରାଓତ ଏ ନେଇ ଘୋଷଣା କରିଛନ୍ତି। ପଦୋନ୍ନତି ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ରହିବା ଠିକ୍ ନୁହେଁ। ହେଲେ କୌଣସି ସରକାର ଚାହିଁଲେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ ବୋଲି ନିକଟରେ ସୁପ୍ରିମକୋର୍ଟ କହିଥିଲେ। ଏହାପରେ କୋଟା ବ୍ୟବସ୍ଥା ଉଚ୍ଛେଦ କରିବା ଦାବିରେ ଜେନେରାଲ ଓ ଓବିସି ଶ୍ରେଣୀର ସରକାରୀ ଚାକିରିଆମାନେ ହରତାଳ କରିଥିଲେ।

ହରତାଳର ପ୍ରଭାବ ସରକାରୀ କାର୍ଯ୍ୟାଳୟରେ ପ୍ରଭାବ ପକାଇଥିଲା। ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଧାରଣାରେ ବସିଥିବା କର୍ମଚାରୀଙ୍କ ସହ ବୈଠକ କରିଥିଲେ। ଏହାପରେ କୋଟା ବ୍ୟବସ୍ଥା ଉଚ୍ଛେଦ ହେବ ବୋଲି ଶାସନ ସଚିବ ପ୍ରତିଶ୍ରୁତି ଦେଇଥିଲେ।

ଆଜି ସରକାରଙ୍କ ତରଫରୁ କୋଟା ବ୍ୟବସ୍ଥା ଉଚ୍ଛେଦ ନେଇ ସ୍ପଷ୍ଟୀକରଣ ରଖାଯାଇଛି। ପିଛିଲା ଭାବରେ ସେପ୍ଟେମ୍ୱର ୧୧, ୨୦୧୯ରେ ଏହି କୋଟା ବ୍ୟବସ୍ଥା ଉଚ୍ଛେଦ କରାଯାଇଛି ବୋଲି ସରକାରଙ୍କ ତରଫରୁ କୁହାଯାଇଛି।

ତ୍ରିଭେନ୍ଦ୍ର ରାଉତ ସରକାର ୩ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ତିନିବର୍ଷ କାର୍ଯ୍ୟକାଳ ଭିତରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସେଗୁଡ଼ିକ ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବା ଅନ୍ୟତମ।

Related story