ସ୍ୱାମୀଙ୍କ ଶବ ମାଗିଲେ ୭ ପତ୍ନୀ

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ ସ୍ଥିତି ଏମିତି ହେବ କେହି କଳ୍ପନାରେ ଭାବିନଥିଲେ। ପ୍ରାୟ ୫ ଜଣ ମହିଳା ଜଣେ ବ୍ୟକ୍ତଙ୍କ ସ୍ୱାମୀ ବୋଲି କହିବା ସହ ତାଙ୍କର ଶବ ନେବାକୁ ଦାବି କରିଛନ୍ତି। ଏହି ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଉ ମଜାଦାର କଥା ହେଉଛି ଏହି ସ୍ତ୍ରୀଲୋକ ମାନେ ଅନ୍ୟ ମହିଳାଙ୍କ ବାବଦରେ ଜମାରୁ ଜାଣିନଥିଲେ। ବହୁ ବାଦ ବିବାଦ ଓ ଯୁକ୍ତି ତର୍କ ପରେ ଶେଷରେ ଏହି ବ୍ୟକ୍ତିଙ୍କ ଶେଷ କୃତ୍ୟ […]

suicide

suicide

Subrat Kumar Nayak
  • Published: Wednesday, 02 October 2019
  • Updated: 02 October 2019, 05:57 PM IST

Sports

Latest News

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ ସ୍ଥିତି ଏମିତି ହେବ କେହି କଳ୍ପନାରେ ଭାବିନଥିଲେ। ପ୍ରାୟ ୫ ଜଣ ମହିଳା ଜଣେ ବ୍ୟକ୍ତଙ୍କ ସ୍ୱାମୀ ବୋଲି କହିବା ସହ ତାଙ୍କର ଶବ ନେବାକୁ ଦାବି କରିଛନ୍ତି। ଏହି ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଉ ମଜାଦାର କଥା ହେଉଛି ଏହି ସ୍ତ୍ରୀଲୋକ ମାନେ ଅନ୍ୟ ମହିଳାଙ୍କ ବାବଦରେ ଜମାରୁ ଜାଣିନଥିଲେ। ବହୁ ବାଦ ବିବାଦ ଓ ଯୁକ୍ତି ତର୍କ ପରେ ଶେଷରେ ଏହି ବ୍ୟକ୍ତିଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହାପରେ ଅନ୍ୟ ୨ ଜଣ ମହିଳା ମଧ୍ୟ ନିଜକୁ ଏହି ବ୍ୟକ୍ତିଙ୍କ ସ୍ତ୍ରୀ ବୋଲି ଦର୍ଶାଇ ଏହି ବ୍ୟକ୍ତିଙ୍କର ଶେଷ କୃତ୍ୟ ପାଇଁ ଦାବି କରିଥିଲେ। ତେବେ ପୁଲିସ୍‌ ଅପେକ୍ଷା କରିଛି ହୁଏତ ଏହି ତାଲିକା ଆହୁରି ବଢ଼ିପାରେ।

ପୱନ୍‌ କୁମାର ନାମକ ଏହି ବ୍ୟକ୍ତି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସେ ରବିବାର ବିଷ ପିଇ ଦେଇଥିଲେ। ଏହାପରେ ତାଙ୍କ ସ୍ତ୍ରୀ ପୱନ୍‌ଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ବ୍ୟକ୍ତି ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos