୪ ଲକ୍ଷ ଟଙ୍କା ବଦଳରେ ୧୦ ହଜାର ୬୨୫ ଟଙ୍କା ବିଦ୍ୟୁତ୍ ବିଲ୍ ଦେଲେ ୟୁପିସିଏଲ୍ କର୍ମଚାରୀ

ନୈନତାଲ: ୨୫ ମାସରେ ୯୨ ହଜାର ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରିଛନ୍ତି ଉତ୍ତରାଖଣ୍ଡ ସରକାର ଅଧୀନରେ ଥିବା ଉତ୍ତରାଖଣ୍ଡ ପାଓ୍ୱାର କର୍ପୋରେସନ ଲିମିଟେଡ୍ (ୟୁପିସିଏଲ)ର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ। ତାଙ୍କର ୨୫ ମାସରେ ବିଦ୍ୟୁତ୍ ବିଲ୍ ହେଉଛି ୪ ଲକ୍ଷ ଟଙ୍କା। ହେଲେ ମାସିକ ୪୨୫ ଟଙ୍କା ଲେଖାଏଁ ମୋଟ୍ ୧୦ ହଜାର ୬୨୫ ଟଙ୍କା ଦେଇ କାମ ସାରିଦେଇଛି ଏହି ୟୁପିସିଏଲ୍ କର୍ମଚାରୀ। ଯାହାକୁ ନେଇ ବର୍ଷିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ୟୁପିସିଏଲର ଜେନେରାଲ ମ୍ୟାନେଜର, […]

uk hc

Subhransu Sekhar
  • Published: Thursday, 07 November 2019
  • , Updated: 07 November 2019, 05:32 PM IST

ନୈନତାଲ: ୨୫ ମାସରେ ୯୨ ହଜାର ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରିଛନ୍ତି ଉତ୍ତରାଖଣ୍ଡ ସରକାର ଅଧୀନରେ ଥିବା ଉତ୍ତରାଖଣ୍ଡ ପାଓ୍ୱାର କର୍ପୋରେସନ ଲିମିଟେଡ୍ (ୟୁପିସିଏଲ)ର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ। ତାଙ୍କର ୨୫ ମାସରେ ବିଦ୍ୟୁତ୍ ବିଲ୍ ହେଉଛି ୪ ଲକ୍ଷ ଟଙ୍କା। ହେଲେ ମାସିକ ୪୨୫ ଟଙ୍କା ଲେଖାଏଁ ମୋଟ୍ ୧୦ ହଜାର ୬୨୫ ଟଙ୍କା ଦେଇ କାମ ସାରିଦେଇଛି ଏହି ୟୁପିସିଏଲ୍ କର୍ମଚାରୀ। ଯାହାକୁ ନେଇ ବର୍ଷିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ।

ୟୁପିସିଏଲର ଜେନେରାଲ ମ୍ୟାନେଜର, କର୍ମଚାରୀ ଏବଂ ତାଙ୍କ ପରିବାର ମନ ଇଚ୍ଛା ବିଦ୍ୟୁତ୍ ବ୍ୟବହାର କରିଥିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଯାହାର ଶୁଣାଣି କରି ବର୍ଷିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ମୁଖ୍ୟ ବିଚାରପତି ରମେଶ ରଙ୍ଗନାଥନ ଏବଂ ଜଷ୍ଟିସ୍ ଆଲୋକ କୁମାର ବର୍ମା ଏ ନେଇ ଶୁଣାଣି କରି ୟୁପିସିଏଲର ପ୍ରମୁଖ ଅଧିକାରୀ, କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ପରିବାର ବିରୋଧରେ ବର୍ଷିଛନ୍ତି। ଜାଣିଶୁଣି ଏଭଳି ମାଗଣା ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇଥିବା ମୁଖ୍ୟ ବିଚାରପତି କହିଛନ୍ତି।

ତେବେ ହାଇକୋର୍ଟ ଏ ନେଇ ସିଏଜି ଅଡିଟ୍ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେବେ ବୋଲି କହିସାରିଛନ୍ତି। ହେଲେ ଏହା ପୂର୍ବରୁ କେଉଁ ଉପାୟରେ ୯୨ ହଜାର ୟୁନିଟ୍ ବିଦ୍ୟୁତ୍ ବ୍ୟବହାର ହୋଇଛି, ସେ ନେଇ ଏକ ସତ୍ୟପାଠ ଦାଖଲ କରିବା ପାଇଁ ୟୁପିସିଏଲକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆବେଦନକାରୀ ବିପି ନୟୁତିୟାଲ୍ କହିଛନ୍ତି। ୟୁପିସିଏଲ ବ୍ୟତୀତ ରାଜ୍ୟ ସରକାରଙ୍କ ସଚିବଙ୍କୁ ମଧ୍ୟ ଏ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ୟୁପିସିଏଲର ମ୍ୟାନେଜିଂ ଡିରେକ୍ଟର ବିସିକେ ମିଶ୍ର କହିଛନ୍ତି, ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି। ଦୀର୍ଘ ବର୍ଷ ଧରି ଏଭଳି ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି। ପୂର୍ବରୁ ଉତ୍ତର ପ୍ରଦେଶ ସରକାରର ସହ ଉତ୍ତରାଖଣ୍ଡ ଥିଲା। ତେଣୁ କମିଟି ରିପୋର୍ଟ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

Related story