ଉତ୍ତରାଖଣ୍ଡରେ ଭୂସ୍ଖଳନ, ୧୦ ମୃତ

ଡେରାଡୁନ୍: ଉତ୍ତରାଖଣ୍ଡର ଚାକାତ୍ରାର ଚାତରା ଗାଁରେ  ପ୍ରବଳ ଝଡ଼ ତୋଫାନ ସହ ଭୂସ୍ଖଳନ ହେବା ଯୋଗୁଁ ୧୦ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ମହିଳା ଓ ପିଲା ଅଛନ୍ତି। ଝଡ଼ ତୋଫାନରୁ ରକ୍ଷା ପାଇବା ପାଇଁ ଏମାନେ ଏକ ପଥର ତଳେ ଠିଆ ହୋଇଥିବା ବେଳେ ଭୂସ୍ଖଳନ ହେବା ଯୋଗୁଁ ପଥରଟି ତାଙ୍କ ଉପରେ ଖସି ପଡ଼ିଥିଲା। ମୃତକମାନେ ରାସ୍ତାକାମରେ ନିୟୋଜିତ ଥିଲେ। ଏହି ସମୟରେ ଝଡତୋଫାନ ହେବାରୁ ପଥର ତଳେ ଆଶ୍ରୟ ନେଇଥିଲେ। ଘଟଣା […]

chakrata_

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 10:00 AM IST

ଡେରାଡୁନ୍: ଉତ୍ତରାଖଣ୍ଡର ଚାକାତ୍ରାର ଚାତରା ଗାଁରେ  ପ୍ରବଳ ଝଡ଼ ତୋଫାନ ସହ ଭୂସ୍ଖଳନ ହେବା ଯୋଗୁଁ ୧୦ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ମହିଳା ଓ ପିଲା ଅଛନ୍ତି। ଝଡ଼ ତୋଫାନରୁ ରକ୍ଷା ପାଇବା ପାଇଁ ଏମାନେ ଏକ ପଥର ତଳେ ଠିଆ ହୋଇଥିବା ବେଳେ ଭୂସ୍ଖଳନ ହେବା ଯୋଗୁଁ ପଥରଟି ତାଙ୍କ ଉପରେ ଖସି ପଡ଼ିଥିଲା।

ମୃତକମାନେ ରାସ୍ତାକାମରେ ନିୟୋଜିତ ଥିଲେ। ଏହି ସମୟରେ ଝଡତୋଫାନ ହେବାରୁ ପଥର ତଳେ ଆଶ୍ରୟ ନେଇଥିଲେ।

ଘଟଣା ସଂପର୍କରେ ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଉଦ୍ଧାରକାରୀ ଦଳ ପଥର ତଳୁ ଶବ ବାହାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

Related story