‘୨୦୦୨ରେ ମୋଦିଙ୍କୁ ବହିଷ୍କାର କରିବାକୁ ଚାହୁଁଥିଲେ ବାଜପେୟୀ’

ନୂଆଦିଲ୍ଲୀ: ପୂର୍ବତନ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ଆଜି ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୨ ମସିହାରେ ବିଜେପିରୁ ବହିଷ୍କୃତ କରିବାକୁ ଚାହୁଁଥିଲେ। ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେହି ଦଙ୍ଗା ପାଇଁ ବାଜପେୟୀ ସେ ସମୟରେ ମୋଦିଙ୍କୁ ବହିଷ୍କୃତ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ଏଲକେ ଆଡଭାନୀ ହିଁ […]

sw

Hemant Lenka
  • Published: Saturday, 11 May 2019
  • , Updated: 11 May 2019, 04:03 PM IST

ନୂଆଦିଲ୍ଲୀ: ପୂର୍ବତନ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ଆଜି ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୨ ମସିହାରେ ବିଜେପିରୁ ବହିଷ୍କୃତ କରିବାକୁ ଚାହୁଁଥିଲେ। ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।

ସେହି ଦଙ୍ଗା ପାଇଁ ବାଜପେୟୀ ସେ ସମୟରେ ମୋଦିଙ୍କୁ ବହିଷ୍କୃତ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ଏଲକେ ଆଡଭାନୀ ହିଁ ମୋଦିଙ୍କୁ ରକ୍ଷା କରିଥିଲେ। ଯଦି ମୋଦିଙ୍କୁ ବହିଷ୍କାର କରାଯାଏ, ତା’ହେଲେ ସେ କ୍ୟାବିନେଟ୍‌ରୁ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ। ତେଣୁ ବାଜପେୟୀ ନିଜ ନିଷ୍ପତ୍ତି ବଦଳାଇଥିଲେ ବୋଲି ଶ୍ରୀ ସିହ୍ନା କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସିହ୍ନା କହିଛନ୍ତି, “ଗୁଜରାଟ୍‌ରେ ବ୍ୟାପକ ସାଂପ୍ରଦାୟିକ ହିଂସା ଘଟିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପଦରୁ ଇସ୍ତଫା ଦେବା ଦରକାର ବୋଲି ବାଜପେୟୀ ବିଚାର କରିଥିଲେ। ୨୦୦୨ରେ ଗୋଆଠାରେ ବିଜେପି ଜାତୀୟ କାର୍ଯ୍ୟକାରିଣୀର ବୈଠକ ହୋଇଥିଲା। ସେଠାକୁ ଯିବା ପୂର୍ବରୁ ବାଜପେୟୀ ଏଭଳି ନିଷ୍ପତ୍ତି ନେଇଥିଲେ। ଯଦି ମୋଦି ଇସ୍ତଫା ନ ଦେବେ, ତା’ହେଲେ ଗୁଜରାଟ୍‌ ସରକାରକୁ ଭାଙ୍ଗି ଦିଆଯିବା ଭଳି ବିକଳ୍ପ କଥା ମଧ୍ୟ ବାଜପେୟୀ ଚିନ୍ତା କରିଥିଲେ। ହେଲେ ଆଡଭାନୀ ହିଁ ମୋଦିଙ୍କୁ ବଞ୍ଚାଇ ଦେଇଥିଲେ।”

ଆଇଏନ୍‌ଏସ୍‌ ବିରାଟ୍‌କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ନିଜର ବ୍ୟକ୍ତିଗତ ଫାଇଦା ପାଇଁ ବ୍ୟବହାର କରୁଥିବା ଅଭିଯୋଗକୁ ମଧ୍ୟ ଶ୍ରୀ ସିହ୍ନା ଖଣ୍ଡନ କରିଛନ୍ତି। ମୋଦି ଏ ପ୍ରସଙ୍ଗରେ ମିଛ କହୁଥିବା ଶ୍ରୀ ସିହ୍ନା ମତ ଦେଇଛନ୍ତି।

Related story