ଜେଲରେ ବନ୍ଦୀ ଥିବା ବିପ୍ଳବୀ କବି ବରବରା ରାଓଙ୍କୁ କରୋନା

ପୁଣେ: ସମାଜିକ କର୍ମୀ ତଥା ବିପ୍ଳବୀ କର୍ମୀ ଭରଭରା ରାଓଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ବୀମା କୋରେଗାଓ ମାମଲାର ଅଭିଯୁକ୍ତ। ଏଥିପାଇଁ ଦୀର୍ଘ ବର୍ଷ ହେଲାଣି ସେ ଜେଲ୍‌ରେ ବନ୍ଦୀ ହୋଇ ରହିଛନ୍ତି। ସୋମବାର ସେ ଅଧିକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଜେଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରୋଟୋକଲ ଅନୁଯାୟୀ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଦୀର୍ଘ ମାସ ହେଲାଣି ୮୦ ବର୍ଷୀୟ ରାଓ […]

di

Hemant Lenka
  • Published: Thursday, 16 July 2020
  • , Updated: 16 July 2020, 07:38 PM IST

ପୁଣେ: ସମାଜିକ କର୍ମୀ ତଥା ବିପ୍ଳବୀ କର୍ମୀ ଭରଭରା ରାଓଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ବୀମା କୋରେଗାଓ ମାମଲାର ଅଭିଯୁକ୍ତ। ଏଥିପାଇଁ ଦୀର୍ଘ ବର୍ଷ ହେଲାଣି ସେ ଜେଲ୍‌ରେ ବନ୍ଦୀ ହୋଇ ରହିଛନ୍ତି। ସୋମବାର ସେ ଅଧିକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଜେଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରୋଟୋକଲ ଅନୁଯାୟୀ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଦୀର୍ଘ ମାସ ହେଲାଣି ୮୦ ବର୍ଷୀୟ ରାଓ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିଥିଲେ ହେଁ ଏହାକୁ ପ୍ରଶାସନ ବେଖାତିର କରି ଚାଲିଥିଲା। ଶେଷରେ ସୋମବାର ସ୍ଥିତି ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। କିଛି ଦିନ ତଳେ ଭରଭରା ରାଓ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ହେଲେ ଏହି ସମୟରେ ତାଙ୍କ ମାନସିକ ସ୍ଥିତି ଠିକ ନଥିବା ପରିବାର ଲୋକ ଅଭିଯୋଗ କରିଥିଲେ।

ଏପରି କି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଭରଭରା ରାଓଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ପୁଣେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ୨୦୧୮ ଅଗଷ୍ଟ ୨୮ରୁ ପୁଲିସ୍‌ ତାଙ୍କୁ ହାଇଦ୍ରାବାଦରୁ ଗିରଫ କରି ଜେଲରେ ବନ୍ଦୀ ରଖିଛି।

Related story