ନୂଆଦିଲ୍ଲୀ: ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପାକିସ୍ତାନ ଦଳକୁ ସୋଶାଲ୍ ମିଡିଆରେ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ୁଥିବା ବେଳେ, ସାନିଆ-ବୀଣା ଟ୍ୱିଟର ୱାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାରତୀୟ ଟେନିସ୍ ସୁନ୍ଦରୀ ତଥା ପାକିସ୍ତାନ କ୍ରିକେଟର୍ ସୋଏବ ମଲ୍ଲିକଙ୍କ ପତ୍ନୀ ସାନିଆ ମିର୍ଜା ଓ ଅଭିନେତ୍ରୀ ବୀଣା ମଲ୍ଲିକ ଟ୍ୱିଟରରେ ପରସ୍ପରକୁ ଜୋରଦାର ଆକ୍ଷେପ ଓ ପ୍ରତି ଆକ୍ଷେପ କରୁଥିବା ଦେଖିବାକୁ ମିଳିଛି।
Veena,I hav not taken my kid to a sheesha place. Not that it’s any of your or the rest of the world’s business cause I think I care bout my son a lot more than anyone else does :) secondly I am not Pakistan cricket team’s dietician nor am I their mother or principal or teacher https://t.co/R4lXSm794B
— Sania Mirza (@MirzaSania) June 17, 2019
ସାନିଆ ଓ ସୋଏବ୍ ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ପାକ୍ କ୍ରିକେଟ ଟିମ୍ ସହ ବିଳମ୍ବିତ ରାତି ଯାଏଁ ପାର୍ଟି କରୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ କ୍ଷୁବ୍ଧ ହୋଇଥିଲେ ସାନିଆ।
Sania, I am actually so worried for the kid. You guys took him to a sheesha place isn't it Hazardious? Also as far as I know Archie's is all about junk food which isn't good for athletes/Boys. You must know well as you are mother and athlete yourself? https://t.co/RRhaDfggus
— VEENA MALIK (@iVeenaKhan) June 17, 2019
କାହା ଅନୁମତିରେ ଏମିତି କରଗଲା ବୋଲି ସେ ଟ୍ୱିଟ୍ କରିଥିଲେ। ସେପଟେ ବିଳମ୍ବିତ ରାତି ଯାଏଁ ପାର୍ଟି କରିଥିବାରୁ ପାକିସ୍ତାନ ଏହି ମ୍ୟାଚ ହାରିଲା ବୋଲି କୁହାଯାଉଛି। ଏପରିକି ପାକିସ୍ତାନର ହାର୍ ପାଇଁ ସାନିଆ ଦାୟୀ ବୋଲି ଟ୍ୱିଟରେ କହିଛନ୍ତି ବୀଣା ମଲ୍ଲିକ। ଏହାକୁ ନେଇ ଦୁଇ ସେଲିବ୍ରିଟିଙ୍କ ମଧ୍ୟରେ ଟ୍ୱିଟ୍ ଫାଇଟ୍ ତୀବ୍ର ହୋଇଛି।