ବରିଷ୍ଠ ସାମ୍ବାଦିକ କୁଲ୍‌ଦୀପ୍ ନାୟାରଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ଜଣାଶୁଣା ବରିଷ୍ଠ ସାମ୍ବାଦିକ, ତଥା ପୂର୍ବତନ ରାଜ୍ୟସଭା ସାଂସଦ କୁଲ୍‌ଦୀପ୍‌ ନାୟାରଙ୍କର ପରଲୋକ ହୋଇଯାଇଛି। ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଆଜି ସକାଳେ ଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି। ୧୯୨୩ ମସିହା ଅଗଷ୍ଟ ୧୪ ତାରିଖରେ ପଞ୍ଜାବର ସିଆଲ୍‌କୋଟ୍‌ରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାଁ ଥିଲା ଗୁରୁବକ୍ସ ସିଂହ ଓ ମା’ଙ୍କ ନାଁ ଥିଲା ପୂର୍ଣ୍ଣ ଦେବୀ। ସେ ଲାହୋରର ଫୋର୍‌ମାନ୍ ଖ୍ରୀଷ୍ଟିଆନ୍ […]

kuldeep1

Jitendra Garnayak
  • Published: Thursday, 23 August 2018
  • , Updated: 23 August 2018, 04:29 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ଜଣାଶୁଣା ବରିଷ୍ଠ ସାମ୍ବାଦିକ, ତଥା ପୂର୍ବତନ ରାଜ୍ୟସଭା ସାଂସଦ କୁଲ୍‌ଦୀପ୍‌ ନାୟାରଙ୍କର ପରଲୋକ ହୋଇଯାଇଛି। ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।

ଆଜି ସକାଳେ ଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି।

୧୯୨୩ ମସିହା ଅଗଷ୍ଟ ୧୪ ତାରିଖରେ ପଞ୍ଜାବର ସିଆଲ୍‌କୋଟ୍‌ରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାଁ ଥିଲା ଗୁରୁବକ୍ସ ସିଂହ ଓ ମା’ଙ୍କ ନାଁ ଥିଲା ପୂର୍ଣ୍ଣ ଦେବୀ। ସେ ଲାହୋରର ଫୋର୍‌ମାନ୍ ଖ୍ରୀଷ୍ଟିଆନ୍ କଲେଜରୁ ସ୍ନାତକ ପାସ୍ କରିଥିଲେ। ତା’ପରେ ସେ ଲାହୋର ସ୍ଥିତ ଲ’ କଲେଜରେ ଏଲ୍‌ଏଲ୍‌ବି କରିଥିଲେ। ୧୯୫୨ ମସିହାରେ ସେ ଏକ ବୃତ୍ତି ପାଇ ନର୍ଥୱେର୍ଷ୍ଟନ୍‌ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତାର ପାଠ ପଢ଼ିଥିଲେ।

ନାୟାର ପ୍ରାରମ୍ଭରେ ଜଣେ ଉର୍ଦ୍ଦୁ ସାମ୍ବାଦିକ ଥିଲେ। ସେ ଇଂରାଜୀ ଖବର କାଗଜ ‘ଦ ଷ୍ଟେଟ୍‌ସ୍‌ମ୍ୟାନ୍‌’ର ଦିଲ୍ଲୀ ସଂସ୍କରଣର ସଂପାଦକ ଥିଲେ। ୧୯୭୫ ମସିହାରେ ଜରୁରୀକାଳୀନ ସ୍ଥିତି ବେଳେ ସେ ଗିରଫ ହୋଇଥିଲେ।

[caption id="attachment_266773" align="aligncenter" width="750"] ଫଟୋ ସୌଜନ୍ୟ- ଆଉଟ୍ ଲୁକ୍‌[/caption]

୧୯୯୦ ମସିହାରେ ତାଙ୍କୁ ଗ୍ରେଟ୍‌ ବ୍ରିଟେନ୍‌ର ହାଇ କମିଶନର ଭାବେ ନିଯୁକ୍ତି ପାଇଥିଲେ। ୧୯୯୭ ମସିହା ଅଗଷ୍ଟ ମାସରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।

୮୦ରୁ ଊର୍ଦ୍ଧ୍ୱ ଖବର କାଗଜରେ ୧୪ଟି ଭାଷାରେ ତାଙ୍କ ସ୍ତମ୍ଭ ପ୍ରକାଶିତ ହେଉଥିଲା। ଓଡ଼ିଆ ଖବର କାଗଜ ‘ସମାଜ’ର ସଂପାଦକୀୟ ପୃଷ୍ଠାରେ ମଧ୍ୟ ତାଙ୍କର ସ୍ତମ୍ଭ ପ୍ରକାଶିତ ହେଉଥିଲା।

ନାୟାର ୧୫ଟି ପୁସ୍ତକ ଲେଖିଛନ୍ତି। ତାଙ୍କର ପୁସ୍ତକ ମଧ୍ୟରେ ରହିଛି- ‘Beyond the Lines’, ‘Distant Neighbours: A Tale of the Subcontinent’, ‘India after Nehru’, ‘Wall at Wagah’, ‘India-Pakistan Relationship’, ‘The Judgement’, ‘The Martyr’, ‘Scoop’ and ‘India House’.

Beyond the Lines’ ହେଉଛି ତାଙ୍କର ଆତ୍ମଜୀବନୀ। ଏହାକୁ ଓଡ଼ିଆରେ କଥାକାର ଗୌରହରି ଦାସ ଓ ମହେନ୍ଦ୍ର ପ୍ରସାଦ ଅନୁବାଦ କରିଛନ୍ତି। ବହିଟିର ନାଁ ରହିଛି ‘ଗୋଟିଏ ଜୀବନ ଯଥେଷ୍ଟ ନୁହେଁ।’

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଶୋକ

ନାୟାରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ୱିଟ୍‌ ବାର୍ତ୍ତାରେ ସେ କହିଛନ୍ତି,“କୁଲ୍‌ଦୀପ୍‌ ନାୟାର ଆମ ସମୟର ଜଣେ ପରାକ୍ରମୀ ବୁଦ୍ଧିଜୀବୀ ଥିଲେ। ସେ ଅତ୍ୟନ୍ତ ନିର୍ଭିକତାର ସହିତ ତାଙ୍କ ମତ ବ୍ୟକ୍ତ କରୁଥିଲେ। ଦଶନ୍ଧି ଦଶନ୍ଧି ଧରି ସାମ୍ବାଦିକତା କରିଥିବା ଶ୍ରୀ ନାୟାର 'ଏମର୍ଜେନ୍ସି' ବା ଜରୁରୀକାଳୀନ ପରିସ୍ଥିତି ବିରୋଧରେ ତାଙ୍କର କଠୋର ଆଭିମୁଖ୍ୟ, ଜନସେବା ଓ ଏକ ସମୃଦ୍ଧ ଭାରତ ଗଠନ ପ୍ରତି ତାଙ୍କର ପ୍ରତିବଦ୍ଧତା ପାଇଁ ଚିର ସ୍ମରଣୀୟ ହୋଇ ରହିବେ।"

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ନେତା, ଲେଖକ, ସମ୍ପାଦକ ଓ ବୁଦ୍ଧିଜୀବୀ ନାୟାରଙ୍କ ବିୟୋଗରେ ଶୋକ ପ୍ରକାଶ କରି ଦେଶର ସାମ୍ବାଦିକତା ଓ ମୁକ୍ତ ଚିନ୍ତନ କ୍ଷେତ୍ର ପାଇଁ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି କହିଛନ୍ତି।

 

Related story