ପ୍ରସିଦ୍ଧ ଟିଭି ହୋଷ୍ଟ ଲରୀ କିଙ୍ଗଙ୍କ ଦେହାନ୍ତ

ୱାଶିଂଟନ: ଆମେରିକାର ମହାନ ଟିଭି ହୋଷ୍ଟ ଲରୀ କିଙ୍ଗଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ମଧ୍ୟ ହୋଇଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଓଆରଏ ମିଡିଆ ନେଟୱର୍କ ପକ୍ଷରୁ କିଙ୍ଗଙ୍କ ଟ୍ୱିଟର ଆକାଉଣ୍ଟରୁ ହିଁ ତାଙ୍କ ନିଧିନ ସମ୍ପର୍କରେ ସୂଚନା ଦିଆଯାଇଛି। ଟ୍ୱିଟରେ କୁହାଯାଇଛି ଯେ ଓଆରଏ ମିଡିଆ ଦୁଃଖର […]

fe

Hemant Lenka
  • Published: Saturday, 23 January 2021
  • , Updated: 23 January 2021, 08:21 PM IST

ୱାଶିଂଟନ: ଆମେରିକାର ମହାନ ଟିଭି ହୋଷ୍ଟ ଲରୀ କିଙ୍ଗଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ମଧ୍ୟ ହୋଇଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ଓଆରଏ ମିଡିଆ ନେଟୱର୍କ ପକ୍ଷରୁ କିଙ୍ଗଙ୍କ ଟ୍ୱିଟର ଆକାଉଣ୍ଟରୁ ହିଁ ତାଙ୍କ ନିଧିନ ସମ୍ପର୍କରେ ସୂଚନା ଦିଆଯାଇଛି। ଟ୍ୱିଟରେ କୁହାଯାଇଛି ଯେ ଓଆରଏ ମିଡିଆ ଦୁଃଖର ସହ କହିବାକୁ ଚାହୁଁଛି ଯେ ଏହାର ସହ ପ୍ରତିଷ୍ଠାତା, ହୋଷ୍ଟ ଓ ବନ୍ଧୁ ଲୋରି କିଙ୍ଗଙ୍କର ଆଜି ଦେହାନ୍ତ ହୋଇଛି।


ସେ ଲସ ଆଞ୍ଜେଲସର ସେଡାର୍ସ ସିନାଇ ମେଡିକାଲ ସେଣ୍ଟରରେ ଚିକିତ୍ସିତ ହେଉଥିଲେ। ଦୀର୍ଘ ୬୩ ବର୍ଷ ଧରି କିଙ୍ଗ ଟିଭି, ରେଡିଓ ଏବଂ ଡିଜିଟାଲ ପ୍ଲାଟଫର୍ମରେ ହଜାର ହଜାର ସାକ୍ଷାତକାର ନେଇଛନ୍ତି। ଏଥିପାଇଁ ତାଙ୍କୁ ବିଶ୍ୱସ୍ତରୀୟ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଥିଲା।

ବିଗତ କିଛି ବର୍ଷ ଧରି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ କିଙ୍ଗ ଗତି କରୁଥିଲେ। ହେଲେ ସବୁବେଳେ ସେ ଏହାକୁ ମାତ ଦେଇ ଚାଲିଥିଲେ। ୨୦୧୯ରେ ତାଙ୍କୁ ଷ୍ଟ୍ରୋକ ଆସିଥିଲା। ଏଥିପାଇଁ ତାଙ୍କର ଅପରେସନ ମଧ୍ୟ ହୋଇଥିଲା। ୨୦୧୭ରେ ସେ ଫୁସଫୁସ ସଂକ୍ରମଣର ଚିକିତ୍ସା ମଧ୍ୟ କରିଥିଲେ। ଲରି କିଙ୍ଗ ୧୯୩୩ ମସିହା ନଭେମ୍ବର ୧୯ରେ ଆମେରିକାର ବ୍ରୋକଲିନରେ ଜନ୍ମ ଗ୍ରହଣ କରିଥିଲେ। ସେ ଟିଭି ଶୋ’ରେ ହୋଷ୍ଟ କରିବା ସହ ଏକାଧିକ ବହି ମଧ୍ୟ ଲେଖିଛନ୍ତି।

Related story