ନୂଆଦିଲ୍ଲୀ: 'ସିଟି ଅଫ୍ ଲେକ୍ସ୍'ରେ ଦେଶର ସବୁଠାରୁ ଚର୍ଚ୍ଚିତ ବାହାଘରର ପ୍ରି-ୱେଡିଂ ସେଲିବ୍ରେସନ୍। ରାଜସ୍ଥାନର ଉଦୟପୁରରେ ଆରମ୍ଭ ହୋଇଯାଇଛି ଦେଶର ସବୁଠାରୁ ବର୍ଣ୍ଣାଢ୍ୟ ବାହାଘର କୁହାଯାଉଥିବା ଅମ୍ବାନୀ ପରିବାରର ଝିଅ ଇଶା ଅମ୍ବାନୀଙ୍କ ବିବାହ ପୂର୍ବ ସେଲିବ୍ରେସନ୍ । ଭାରତର ଧନୀ ନମ୍ବର ୱାନ୍, ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଝିଅ ଇଶାଙ୍କ ସହ ବ୍ୟବସାୟୀ ଆନନ୍ଦ ପରିମଲ୍ଙ୍କ ବିବାହ ଆସନ୍ତା ୧୨ ତାରିଖରେ ହେବ। ତେବେ ଏହା ପୂର୍ବରୁ ଚାଲିଛି ବିଭିନ୍ନ ସେଲିବ୍ରେସନ୍।
ଏଥିପାଇଁ ଉଦୟପୁରର 'ଓବରୟ ଉଦୟବିଲାସ୍' ଓ 'ସିଟି ପ୍ୟାଲେସ୍', ଏହିପରି ଦୁଇଟି ଭେନ୍ୟୁରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଅତିଥିମାନଙ୍କ ପାଇଁ ଅମ୍ବାନୀ ପରିବାର ପକ୍ଷରୁ ୧୦୦ଟି ଚାଟାର୍ଡ ଫ୍ଲାଇଟ୍, ଲଗ୍ଜରିଅସ୍ ଗାଡ଼ି ଓ ସହରର ପ୍ରାୟ ସବୁ ଫାଇଭ୍ ଷ୍ଟାର ହୋଟେଲ୍ ବୁକ୍ କରାଯାଇଛି।
https://www.instagram.com/p/BrJuILuFUuO/?utm_source=ig_web_copy_link
https://www.instagram.com/p/BrJmHWLHqRE/?utm_source=ig_web_copy_link
ତେବେ ଶନିବାର ଏହି ପ୍ରି-ୱେଡିଂ ସେରିମନିରେ ଅନ୍ୟତମ ଆକର୍ଷଣ ଥିଲେ ଆମେରିକାର ପୂର୍ବତନ ବୈଦେଶିକ ସଚିବ ତଥା ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ଙ୍କ ପତ୍ନୀ ହିଲାରୀ କ୍ଲିଣ୍ଟନ୍। ହିଲାରୀଙ୍କୁ ଏହି ଉତ୍ସବରେ ଭାରତୀୟ ଦେଶୀ ଷ୍ଟାଇଲ୍ କୁର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ରବିବାର ଅମ୍ବାନୀ ପରିବାର ପକ୍ଷରୁ ଏକ କାର୍ନିଭାଲ୍ର ଆୟୋଜନ କରାଯାଇଛି। ଏଥିରେ ଅତିଥିମାନେ ବିଭିନ୍ନ ଗେମ୍ସ୍ ଖେଳିବା ସହ ପାରମ୍ପରିକ ଆକ୍ଟିଭିଟି ମଧ୍ୟ କରି ପାରିବେ।ଏଥିରେ ଏକ 'ଫ୍ୟାଶନ୍ ୱାକ୍' ମଧ୍ୟ ରଖାଯାଇଛି, ଯାହାର ସଞ୍ଚାଳନ ପ୍ରଖ୍ୟାତ ଫ୍ୟାଶନ୍ ଡିଜାଇନର୍ ମନିଷ ମଲହୋତ୍ରା କରିବେ। ଏହା ବ୍ୟତୀତ ଏଠାରେ ମନିଷଙ୍କର ଏକ ଫ୍ୟାଶନ୍ ଷ୍ଟୋର୍ ମଧ୍ୟ ରହିବ, ଯେଉଁଠାରୁ ଅତିଥିମାନେ ଶପିଂ କରିପାରିବେ। ସନ୍ଧ୍ୟାବେଳେ ଏକ ଗ୍ରାଣ୍ଡ୍ ପାର୍ଟି ଦିଆଯିବ।
https://www.instagram.com/p/BrJfi6MhCNK/?utm_source=ig_web_copy_link
ଏହି ସମସ୍ତ ପ୍ରି-ୱେଡିଂ କାର୍ଯ୍ୟକ୍ରମ ସରିବା ପରେ ୧୨ ତାରିଖରେ ଇଶା ଓ ଆନନ୍ଦ ମୁମ୍ବାଇରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏହି ବିବାହ ଉତ୍ସବକୁ ଏକ ନିଆରା ଶୈଳୀରେ ଆୟୋଜନ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।