ପ୍ରକୃତିର ବିସ୍ମୟ: ଦୁଇ ଗୋଡ଼ରେ ଚାଲିଲା କୁକୁର!
ନୂଆଦିଲ୍ଲୀ: ଦୁଇଗୋଡ଼ିଆ ଏକ କୁକୁରର ଅଦ୍ଭୁତପୂର୍ବ ଚାଲିବା ଦୃଶ୍ୟ ବେଶ ଭାଇରାଲ ହେବାରେ ଲାଗିଛି। ଏହା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କର ହୃଦୟ ଜିତିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।
A desire changes nothing…
But determination changes everything 🙏🏼🙏🏼 pic.twitter.com/NlEy6L7iWl— Susanta Nanda IFS (@susantananda3) February 19, 2020
ଏପରି ଏକ ଦୃଶ୍ୟର ଭିଡିଓ ଆଇଏଫ୍ଏସ୍ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଟ୍ୱିଟର ହ୍ୟାଣ୍ଡଲରରେ ସ୍ଥାନ ପାଇଛି। ପୂର୍ବରୁ ପଶୁପକ୍ଷୀଙ୍କର ଏଭଳି କିଛି କାରନାମାର ଫଟୋ ଓ ଭିଡିଓ ସାମ୍ନାକୁ ଆଣିଥିବା ଶ୍ରୀ ନନ୍ଦ ଏହି ଟ୍ୱିଟ୍ରେ କହିଛନ୍ତି, ଇଛା କିଛି ବଦଳାଇନଥାଏ, ଏହାକୁ ହାସଲ କରିବାର ପ୍ରତିଜ୍ଞା ସବୁକିଛି ବଦଳାଇଥାଏ।
ସଡ଼କ ଅତିକ୍ରମ କରୁଥିବାର ଏହି ୧୩ ସେକେଣ୍ଡର କ୍ଲିପ୍ରେ କୁକୁରଟି ପ୍ରଥମ ପ୍ରୟାସରେ ଫେଲ୍ ମାରୁଛି। ଏପରିକି ସେ ତଳେ ହାମୁଡ଼େଇ ପଡ଼ୁଛି। ଏହାପରେ କିନ୍ତୁ କାହାଣୀରେ ପରିବର୍ତ୍ତନ ଆସୁଛି। ସେ ଦୁଇଗୋଡ଼ରେ ଆରାମରେ ଡେଇଁଡେଇଁ ଚାଲୁଛି ଏବଂ ସଡ଼କ ଅତିକ୍ରମ କରିଥିବା ଦେଖିବାକୁ ମିଳୁଛି। ଏହାପରେ କୁକୁରଟିର ସଫଳତା ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଥିବାର ଦେଖିବାକୁ ମିଳୁଛି।
The winners never give up
— MIND'S EYE COMM (@MINDSEYECOMM) February 20, 2020
କୁକରୁଟିର ଦୃଢ଼ ପ୍ରତିଜ୍ଞା ସମସ୍ତଙ୍କ ପାଇଁ ଶିକ୍ଷଣୀୟ ହୋଇପାରିଛି। କିଛି ଲୋକ କହିଛନ୍ତି, ବିଜେତାମାନେ କେବେ ମଧ୍ୟ ହାର ମାନନ୍ତିନି। ଆଉ ଆପଣଙ୍କୁ କ’ଣ ଲାଗୁଛି?
Warrior spirit! Wish some kind soul helps that beautiful dog ❤️
— Aishwarya Palagummi (@APalagummi) February 19, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।