ସିଧାପ୍ରସାରଣରେ ଗଳିପଡ଼ିଲେ ପାକିସ୍ତାନୀ ଟିଭି ବିଶ୍ଲେଷକ
ନୂଆଦିଲ୍ଲୀ: ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲର ବିଶ୍ଲେଷକ ଲାଇଭ୍ ଟିଭି ଡିବେଟ୍ରେ ହିଁ ଗଳିପଡ଼ିବା ଏବେ ଚର୍ଚ୍ଚାରେ ରହିଛି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗତ ୧୬ ତାରିଖରେ କଶ୍ମୀର ପ୍ରସଙ୍ଗକୁ ନେଇ ଏହି ଆଲୋଚନା ଚାଲୁ ରହିଥିଲା। ଏଥିରେ ଏହି ବ୍ୟକ୍ତି ଆଲୋଚକ ଭାବେ ଯୋଗ ଦେଇଥିଲେ। ମଜହର ବାର୍ଲାସ୍ ନାମକ ଏହି ଆଲୋଚକ ଆଲୋଚନା ମଝିରେ ହିଁ ହଠାତ୍ ଚେୟାରରୁ ଗଳି ପଡ଼ିଥିଲେ। ଏହି ଘଟଣା ସମସ୍ତଙ୍କୁ ଚମକାଇ ଦେଇଥିଲା। ଏପରିକି ଉପସ୍ଥାପକଙ୍କ ପ୍ରତିକ୍ରିୟା ମଧ୍ୟ କିଛି ଦେଖିବା ଭଳି ଥିଲା।
During a live discussion on Kashmir an analyst falls off his chair. This happened on Pakistan's GTV. pic.twitter.com/gWGcBoboVi
— Naila Inayat नायला इनायत (@nailainayat) September 17, 2019
ଏହି ଭିଡିଓକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ମତ ଦେବା ଆରମ୍ଭ କରିଛନ୍ତି। କେହି କେହି ଏହି ବ୍ୟକ୍ତିଙ୍କ ବାବଦରେ ମତ ରଖୁଥିବାବେଳେ କିଛି ଲୋକ କହିଛନ୍ତି, ଉପସ୍ଥାପକ ବୋଧେ ଚେଷ୍ଟା କରି ମଧ୍ୟ ହସ ରୋକି ପାରୁନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।