ବିକାଶ ଦୁବେର ସହଯୋଗୀ ମୁମ୍ୱାଇରୁ ଗିରଫ

ମୁମ୍ୱାଇ: କୁଖ୍ୟାତ ଅପରାଧୀ ବିକାଶ ଦୁବେ ଗ୍ୟାଙ୍ଗର ସଦସ୍ୟ ଜଣଙ୍କ ପରେ ଜଣେ ଗିରଫ ହେଉଛନ୍ତି। କାନପୁରରେ ପୁଲିସ ଉପରକୁ ଗୁଳି ଚଳାଇବା ମାମଲାରେ ସଂପୃକ୍ତି ଥିବା ବିକାଶର ସହଯୋଗୀ ଗୁଡନ ତ୍ରିବେଦୀକୁ ମହାରାଷ୍ଟ୍ର ପୁଲିସ ଶନିବାର ଗିରଫ କରିଛି। କାନପୁର ଗୁଳିକାଣ୍ଡ ପରେ ଗୁଜନ ତ୍ରିବେଦୀ ସେଠାରୁ ଖସି ଆସି ଲୁଚିଥିଲା। ଅପରାଧୀ ଗୁଡନ ତ୍ରିବେଦୀ ମହାରାଷ୍ଟ୍ରରେ ଲୁଚିଥିବା ନେଇ ଜଣା ପଡ଼ିବା ପରେ ଜୁହୁ ଏଟିଏସ ତା’ଉପରେ ନଜର ରଖିଥିଲା। ଥାନେ ଅଞ୍ଚଳରେ ଶନିବାର […]

VIKASH DUBEY

VIKASH DUBEY

Subhransu Sekhar
  • Published: Saturday, 11 July 2020
  • Updated: 11 July 2020, 04:52 PM IST

ମୁମ୍ୱାଇ: କୁଖ୍ୟାତ ଅପରାଧୀ ବିକାଶ ଦୁବେ ଗ୍ୟାଙ୍ଗର ସଦସ୍ୟ ଜଣଙ୍କ ପରେ ଜଣେ ଗିରଫ ହେଉଛନ୍ତି। କାନପୁରରେ ପୁଲିସ ଉପରକୁ ଗୁଳି ଚଳାଇବା ମାମଲାରେ ସଂପୃକ୍ତି ଥିବା ବିକାଶର ସହଯୋଗୀ ଗୁଡନ ତ୍ରିବେଦୀକୁ ମହାରାଷ୍ଟ୍ର ପୁଲିସ ଶନିବାର ଗିରଫ କରିଛି। କାନପୁର ଗୁଳିକାଣ୍ଡ ପରେ ଗୁଜନ ତ୍ରିବେଦୀ ସେଠାରୁ ଖସି ଆସି ଲୁଚିଥିଲା।

ଅପରାଧୀ ଗୁଡନ ତ୍ରିବେଦୀ ମହାରାଷ୍ଟ୍ରରେ ଲୁଚିଥିବା ନେଇ ଜଣା ପଡ଼ିବା ପରେ ଜୁହୁ ଏଟିଏସ ତା’ଉପରେ ନଜର ରଖିଥିଲା। ଥାନେ ଅଞ୍ଚଳରେ ଶନିବାର ଏଟିଏସ ଚଢ଼ାଉ କରି ଗୁଡନ ଏବଂ ତା’ର ଡ୍ରାଇଭର ସୋନୁ ତିଓ୍ୱାରୀକୁ ଗିରଫ କରିଛି।

ଗୁଡନ ନାରେ ଅନେକ ଅପରାଧିକ ମାମଲା ରହିଛି। ୨୦୦୧ରେ ଉତ୍ତର ପ୍ରଦେଶ ବିଜେପି ସରକାରରେ ମନ୍ତ୍ରୀ ଥିବା ସନ୍ତୋଷ ଶୁକ୍ଳାକୁ ଥାନା ଭିତରେ ହତ୍ୟା କରିବା ମାମଲାରେ ଗୁଡନର ସଂପୃକ୍ତି ରହିଛି। ଏହାବାଦ ଅନେକ ଅପରାଧିକ ମାମଲା ରହିଛି। ଗୁଡନ ବାବଦରେ ସୂଚନା ଦେବା ପାଇଁ ୟୁପି ପୁଲିସ ନିକଟରେ ପୁରସ୍କାର ରାଶି ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ଗୁରୁବାର ମଧ୍ୟପ୍ରଦଶ ଉଜୈନରୁ ଗିରଫ ହୋଇଥିଲା ବିକାଶ ଦୁବେ। ଏହାପରେ ଶୁକ୍ରବାର କାନପୁର ନିକଟରେ ଏନକାଉଣ୍ଟରରେ ତା’ର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos