ସମସ୍ତଙ୍କ ହିସାବ ନିକାଶ କରିବି: ରିଚା ଦୁବେ

କାନପୁର: କୁଖ୍ୟାତ ଅପରାଧୀ ବିକାଶ ଦୁବେର ଅନ୍ତିମ ସଂସ୍କାର ହୋଇଛି। ଇଲେକ୍ଟ୍ରି ଜରିଆରେ ବିକାଶର ଅନ୍ତିମ ସଂସ୍କାର ହୋଇଛି। ଏହି ସମୟରେ ବହୁତ ଅଳ୍ପ ଲୋକ ଉପସ୍ଥିତ ଥିଲେ। ବିକାଶଙ୍କ ମା’, ସ୍ତ୍ରୀ ଏବଂ ପୁଅ ସମେତ ହାତ ଗଣତି କିଛି ଲୋକ ଉପସ୍ଥିତ ଥିଲେ। ବିକାଶଙ୍କ ବାପା କିନ୍ତୁ ଏହି ପ୍ରକ୍ରିୟାରେ ସାମିଲ ହୋଇନଥିଲେ। ଅନ୍ତିମ ସଂସ୍କାର ପରେ କିନ୍ତୁ ବିକାଶର ସ୍ତ୍ରୀ ରିଚା କହିଛନ୍ତି, ପୁଲିସ ଯାହା କରିଛି ଭଲ କରିଛି। ମିଡିଆକୁ ଧମକ […]

VIKASH DUBEY WIFE

Subhransu Sekhar
  • Published: Friday, 10 July 2020
  • , Updated: 10 July 2020, 08:35 PM IST

କାନପୁର: କୁଖ୍ୟାତ ଅପରାଧୀ ବିକାଶ ଦୁବେର ଅନ୍ତିମ ସଂସ୍କାର ହୋଇଛି। ଇଲେକ୍ଟ୍ରି ଜରିଆରେ ବିକାଶର ଅନ୍ତିମ ସଂସ୍କାର ହୋଇଛି। ଏହି ସମୟରେ ବହୁତ ଅଳ୍ପ ଲୋକ ଉପସ୍ଥିତ ଥିଲେ। ବିକାଶଙ୍କ ମା’, ସ୍ତ୍ରୀ ଏବଂ ପୁଅ ସମେତ ହାତ ଗଣତି କିଛି ଲୋକ ଉପସ୍ଥିତ ଥିଲେ। ବିକାଶଙ୍କ ବାପା କିନ୍ତୁ ଏହି ପ୍ରକ୍ରିୟାରେ ସାମିଲ ହୋଇନଥିଲେ।

ଅନ୍ତିମ ସଂସ୍କାର ପରେ କିନ୍ତୁ ବିକାଶର ସ୍ତ୍ରୀ ରିଚା କହିଛନ୍ତି, ପୁଲିସ ଯାହା କରିଛି ଭଲ କରିଛି। ମିଡିଆକୁ ଧମକ ଦେଇ ସେ କହିଛନ୍ତି ଆଗାମୀ ଦିନରେ ସମସ୍ତଙ୍କୁ ଦେଖିନେବେ। ଆଉ ହିସାବ ନିକାଶ ମଧ୍ୟ କରିବେ।

ବିକାଶର ବାପା ଅନ୍ତିମ ସଂସ୍କାରରେ ସାମିଲ୍ ହେବେନି ବୋଲି କହିଥିଲେ। ତେବେ କାହିଁକି ସେ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଏହାର ପ୍ରଶ୍ନରେ ସେ କହିଛନ୍ତି, ଯଦି ସେ ଆମ କଥା ମାନିଥାନ୍ତା ତା’ହେଲେ ଏମିତି କେବେ ହୋଇନଥାନ୍ତା। ସେ ଆମକୁ କେବେ ସହଯୋଗ କରି ନାହିଁ। ବିକାଶ ଅନ୍ତିମ ସଂସ୍କାରେ ଗାଁ ଲୋକମାନେ ମଧ୍ୟ ଯୋଗ ଦେଇନଥିଲେ।

ପୁଲିସ ପ୍ରତିକ୍ରିୟାରେ କହିଛି, ବିକାଶର ଶବ ବ୍ୟବଚ୍ଛେଦ ହେବା ପରେ ମୃତ ଶରୀରକୁ ତାଙ୍କ ଭିଣୋଇ ଦିନେଶ ତିଓ୍ୱାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ସୂଚନାଯୋଗ୍ୟ, ଆଜି ସକାଳେ ଉଜ୍ଜେନରୁ ବିକାଶକୁ ଆଣିବା ବେଳେ ଦୁବେକୁ କାନପୁର ପାଖରେ ପୁଲିସ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ଏହାପରେ ବିକାଶ ପୁଲିସ ପାଖରୁ ବନ୍ଧୁକ ଛଡ଼ାଇ ଖସିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଥିଲା। ଗୁରୁତର ହେବାରୁ ସ୍ଥାନୀୟ ହସ୍ପିଟାଲରେ ବିକାଶକୁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତା’ର ମୃତ୍ୟୁ ହୋଇଛି।

Related story