ପାର୍ବତୀ ଦିଦିଙ୍କ କାରନାମା ଭାଇରାଲ୍ ହେଲାଣି

ହାଇଦ୍ରାବାଦ: ଦିଦି ଆସିଲେ ପାଠ ପଢେଇବେ। ଏଇ ଆଶାରେ ଥିଲେ ପିଲାମାନେ। ହେଲେ ଦିଦିଙ୍କ ଇରାଦା ଥିଲା ଅଲଗା। ତରବରିଆ ହୋଇ ଘରୁ ବାହାରି ଆସିଥିଲେ ବୋଲି ମୁଣ୍ଡ କୁଣ୍ଡାଇବାକୁ ବି ତର ହେଲାନି।  ସେଇଥିପାଇଁ ବୋଧେ ସ୍କୁଲ ଆସୁ ଆସୁ ଦିଦି ମୁଣ୍ଡରେ ତେଲ ମାଲିସ୍‌ କରିବେ ବୋଲି ମନ ବଳେଇଲେ। ପାଖରେ କାହାକୁ ନ ପାଇ ସ୍କୁଲ ପିଲାଙ୍କୁ ଏଥିରେ ଲଗାଇଦେଲେ ସେ। ଦିଦି କହିଲେ, “ମୋ ମୁଣ୍ଡ ବିନ୍ଧୁଛି ”। ଦିଦିଙ୍କ କଥା […]

tttr

Rakesh Mallick
  • Published: Thursday, 05 July 2018
  • , Updated: 05 July 2018, 04:45 PM IST

ହାଇଦ୍ରାବାଦ: ଦିଦି ଆସିଲେ ପାଠ ପଢେଇବେ। ଏଇ ଆଶାରେ ଥିଲେ ପିଲାମାନେ। ହେଲେ ଦିଦିଙ୍କ ଇରାଦା ଥିଲା ଅଲଗା। ତରବରିଆ ହୋଇ ଘରୁ ବାହାରି ଆସିଥିଲେ ବୋଲି ମୁଣ୍ଡ କୁଣ୍ଡାଇବାକୁ ବି ତର ହେଲାନି।  ସେଇଥିପାଇଁ ବୋଧେ ସ୍କୁଲ ଆସୁ ଆସୁ ଦିଦି ମୁଣ୍ଡରେ ତେଲ ମାଲିସ୍‌ କରିବେ ବୋଲି ମନ ବଳେଇଲେ। ପାଖରେ କାହାକୁ ନ ପାଇ ସ୍କୁଲ ପିଲାଙ୍କୁ ଏଥିରେ ଲଗାଇଦେଲେ ସେ। ଦିଦି କହିଲେ, “ମୋ ମୁଣ୍ଡ ବିନ୍ଧୁଛି ”। ଦିଦିଙ୍କ କଥା ଶୁଣି ପିଲାଏ ପାଠ ଛାଡି ମଜା କରିବେ ବୋଲି ଭାବି ନେଇଥିଲେ । ହେଲେ ଦିଦି ନଛୋଡବନ୍ଦା। କାହାକୁ ବାହାରକୁ ଯିବାକୁ ଅନୁମତି ମିଳିଲାନି ଆଉ ସେମାନଙ୍କ ଭିତରକୁ ଜଣେ ଆସି ତାଙ୍କ ମୁଣ୍ଡରେ ତେଲ ମାଲିସ୍‌ କରିବେ ବୋଲି ଆଦେଶ ଦେଲେ। ଆଉ ତା ପରେ ଯାହା ହେଲା ଶୁଣିଲେ ଆପଣଙ୍କ ଅକଲ ଗୁଡୁମ୍‌ ହୋଇଯିବ।

ତେଲେଙ୍ଗାନାର ଏକ ସରକାରୀ ସ୍କୁଲ୍‌ର ଏହି ଘଟଣାଟି ଏବେ ସୋସିଆଲ ମଡିଆରେ ଚହଳ ପକେଇଛି। ଦିଦିଙ୍କ ତେଲ ମାଲିସ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଶିକ୍ଷୟିତ୍ରୀ ମହୋଦୟା ଏବେ ହରଡ଼ଘଣାରେ।

ଘଟଣାଟି ଅଳ୍ପଦିନ ତଳର। ଶିକ୍ଷୟିତ୍ରୀ ଜଣକ ସ୍କୁଲ ଆସିବା ପରେ ନବମ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇବା ବଦଳରେ ମୁଣ୍ଡ ବିନ୍ଧୁଛି ବୋଲି କହିଥିଲେ। ମୁଣ୍ଡ ଚିପି ଦେବା ପାଇଁ ମଧ୍ୟ କିଛି ପିଲାଙ୍କୁ ସେ କହିଥିଲେ। ଏହାର କିଛି ସମୟ ପରେ ମୁଣ୍ଡରେ ତେଲ ମାଲିସ କରି ଚୁଟି ବାନ୍ଧିଦେବା ପାଇଁ ଶିକ୍ଷୟିତ୍ରୀ ଜଣକ ଜଣେ ଛାତ୍ରୀଙ୍କୁ ଡାକିଥିଲେ। ଛାତ୍ରୀ ଜଣକ ତେଲ ମାଲିସ୍‌ କରୁଥିବା ବେଳେ କେହି ଜଣେ ଛାତ୍ର ଏହାକୁ ନିଜ ମୋବାଇଲରେ କଏଦ କରି ନେଇଥିଲେ। ଦିଦିଙ୍କ କାରନାମା ଭିଡିଓ ହୋଇ ମୋବାଇଲରୁ ମୋବାଇଲ ଘୂରିବୁଲିବା ପରେ ଏବେ ଭାଇରାଲ ହୋଇଯାଇଛି।

ଏହି ଭିଡିଓ ଭାଇରାଲ୍‌ ହେବା ପରେ ଡିଜିଟାଲ୍‌ ଶ୍ରେଣୀଗୃହକୁ ନେଇ ଗର୍ବ କରୁଥିବା ତେଲେଙ୍ଗାନା ସରକାରଙ୍କର ନିମ୍ନମାନର ଶିକ୍ଷା ବ୍ୟବସ୍ଥା ପଦାରେ ପଡିଛି। ଥରେ ନୁହେଁ ଏପରି ଅନେକ ଥର ତେଲେଙ୍ଗାନାରେ ଖରାପ ଶିକ୍ଷା ବ୍ୟବସ୍ଥା ସାମ୍ନାକୁ ଆସିଛି। ତେଲ ମାଲିସ କରୁଥିବା ଶିକ୍ଷୟିତ୍ରୀଙ୍କ ନାମ ହେଉଛି ପାର୍ବତୀ। ସେ ସେହି ସ୍କୁଲ୍‌ରେ ପଦାର୍ଥ ବିଜ୍ଞାନ ପଢାନ୍ତି। ଦିଦିଙ୍କ ଭିଡିଓ ସୁଟ୍‌ କରିବା ପରେ ସେହି ଶ୍ରେଣୀର ପିଲାମାନେ ଭିଡିଓଟିକୁ ତେଲଙ୍ଗନା ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ପ୍ରେରଣ କରିଥିଲେ। ଆଉ ନିବେଦନ କରିଥିଲେ ପାର୍ବତୀଙ୍କ ସ୍ଥାନରେ ଆଉ ଜଣଙ୍କୁ ନିଯୁକ୍ତି ଦିଆଯାଉ।  ଏଣେ ଭିଡିଓ ଭାଇରାଲ୍‌ ହେବା ପରେ ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷୟିତ୍ରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

 

Related story